ଓଡିଶା

odisha

ETV Bharat / business

ବଜେଟ୍‌ 2021: ରେଳକୁ 1 ଲକ୍ଷ ଦଶ ହଜାର କୋଟି

ବଜେଟ୍‌ 2021ରେ ରେଲବାଇକୁ 1,10,055 ଲକ୍ଷ କୋଟି ବ୍ୟୟବରାଦ କରାଯାଇଛି । ଅଧିକ ପଢନ୍ତୁ...

ରେଲୱେ
ରେଲୱେ

By

Published : Feb 1, 2021, 11:48 AM IST

Updated : Feb 1, 2021, 2:10 PM IST

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ 2021-22ର ବଜେଟ ସଂସଦରେ ଆଗତ କରିଛନ୍ତି । ଏଥିରେ ଭାରତୀୟ ରେଲୱେକୁ ଅଧିକ ଧ୍ୟାନ ଦିଆଯାଇଛି । ଯେଉଁଥିପାଇଁ ରେଲୱେକୁ ମୋଟ 1,10,055 କୋଟି ଟଙ୍କା ଆବଣ୍ଟିତ କରାଯାଇଛି । ଯେଉଁଥିରେ 1,07,100 କୋଟି ଟଙ୍କା କେବଳ ପୁଞ୍ଜିଗତ ବ୍ୟୟ ପାଇଁ ରହିଛି ।

ଏହା ସହିତ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଭାରତୀୟ ରେଲୱେର ବିକାଶ ପାଇଁ ରାଷ୍ଟ୍ରୀୟ ରେଲ ଯୋଜନା 2030ର ଘୋଷଣା କରିଛନ୍ତି । ଏହି ଯୋଜନା ମାଧ୍ୟମରେ ରେଲୱେର ବିକାଶ ପାଇଁ ପ୍ଲାନ ପ୍ରସ୍ତୁତ କରାଯାଇଛି ।

ଅଧିକରୁ ଅଧିକ ଟ୍ରେନ ବିଦ୍ୟୁତରେ ଚାଲିବ । 2023 ସୁଦ୍ଧା ଶତ ପ୍ରତିଶତ ଟ୍ରେନ ବିଦ୍ୟୁତରେ ଚାଲିବ ବୋଲି ସେ କହିଛନ୍ତି ।

ସେହିପରି ଟ୍ରେନରେ ଯାତ୍ରୀଙ୍କ ସୁବିଧାକୁ ଦେଖି ନୂଆ ଲଗଜରୀ କୋଚ ଲାଗିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି । 27 ସହରରେ ମେଟ୍ରୋର ବିସ୍ତାର କରାଯିବ । କୋଚ୍ଚି ମେଟ୍ରୋକୁ କେନ୍ଦ୍ରର ଅନୁଦାନ ମିଳିବ । ମେଟ୍ରୋ ରେଳ ପ୍ରୋଜେକ୍ଟ ପାଇଁ 11 ହଜାର କୋଟି ବ୍ୟବବରାଦ ହୋଇଥିବା ଅର୍ଥମନ୍ତ୍ରୀ ଦର୍ଶାଇଛନ୍ତି ।

Last Updated : Feb 1, 2021, 2:10 PM IST

ABOUT THE AUTHOR

...view details