ନୂଆଦିଲ୍ଲୀ: କୋଭିଡ-19 ମହାମାରୀ ଯୋଗୁଁ ଲୋକଙ୍କ ଜୀବନରେ ଗୁରୁତ୍ବପୂର୍ଣ୍ଣ ହୋଇଛି ସ୍ବାସ୍ଥ୍ୟ ସେବା ସେକ୍ଟର । ଏହି ସେକ୍ଟରରେ କମ୍ପାନୀଙ୍କ କହିବାନୁସାରେ ଏଭଳି ସଘଡିସନ୍ଧି ମୂହୂର୍ତ୍ତରେ ଦେଶର ସ୍ବାସ୍ଥ୍ୟ ସେବା ଢାଞ୍ଚାରେ ସୁଧାର ପାଇଁ ଅଧିକ ବଜେଟ ଆବଣ୍ଟନର ଆବଶ୍ୟକତା ରହିଛି ।
ଫାର୍ମା କ୍ଷେତ୍ର ଭାରତକୁ ‘ଦୁନିଆର ଫାର୍ମସୀ’ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି । ଫାର୍ମା କ୍ଷେତ୍ରର ଆଶା ଆଗାମୀ ବଜେଟରେ ବିଶେଷ କରି ଅନୁସନ୍ଧାନ ଏବଂ ବିକାଶ ତଥା ଅଭିନବତା ପାଇଁ ସମର୍ଥନ ଦିଆଯିବ ।
ନେଟହେଲଥର ସଭାପତି ତଥା ଆପୋଲୋ ହସ୍ପିଟାଲର କାର୍ଯ୍ୟନିର୍ବାହୀ ଭାଇସ ଚେୟାରପର୍ସନ ପ୍ରୀତା ରେଡ୍ଡୀ କହିଛନ୍ତି ଯେ ଏହି ସ୍ବାସ୍ଥ୍ୟସେବା ଦେଶର ଇକୋସିଷ୍ଟମରେ ଏକ ବଡ ପରିବର୍ତ୍ତନ ଆଣିଛି । ସେ କହିଛନ୍ତି କି, ‘ ଏହି ବଜେଟରେ ସ୍ବାସ୍ଥ୍ୟ ସେବୈା ଢାଞ୍ଚାରେ ନିବେଶ ବଢାଇବା , ସ୍ବାସ୍ଥ୍ୟ କର୍ମୀଙ୍କୁ କୌଶଳ ବିକାଶ ଓ ପ୍ରଶିକ୍ଷଣ ପାଇଁ ରାଷ୍ଟ୍ରୀୟ ସ୍ତରରେ କାର୍ଯ୍ୟକ୍ରମ , ମେଡିକାଲ କଲେଜ ସଂଖ୍ୟା ବୃଦ୍ଧି , ଲାଗୁ ହୋଇଥିବା ପିପିପି ମଡେଲ ଓ ସ୍ଥାନୀୟ ବିନିର୍ମାଣକୁ ପ୍ରୋତ୍ସାହନ ଦେବା ଜରୁରୀ ରହିଛି ।