ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସଂସଦରେ ବଜେଟ ଆଗତ କରିଛନ୍ତି । ଏହି ବଜେଟରେ ପ୍ରାୟ ସବୁ କ୍ଷେତ୍ରକୁ ଗୁରୁତ୍ବ ଦିଆଯାଇଥିବାବେଳେ ଜାଣନ୍ତୁ ଷ୍ଟାର୍ଟଅପ୍ କ୍ଷେତ୍ରରେ କଣ ରହିଛି ଖାସ୍ ।
ବଜେଟ୍ 2020: ଡିଜିଟାଲ ପ୍ଲାଟଫର୍ମରେ ଚମକିବ ଷ୍ଟାର୍ଟଅପ୍ - Budget 2020 Live
ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସଂସଦରେ ବଜେଟ ଆଗତ କରିଛନ୍ତି । ଏହି ବଜେଟରେ ପ୍ରାୟ ସବୁ କ୍ଷେତ୍ରକୁ ଗୁରୁତ୍ବ ଦିଆଯାଇଥିବାବେଳେ ଜାଣନ୍ତୁ ଷ୍ଟାର୍ଟଅପ୍ କ୍ଷେତ୍ରରେ କ’ଣ ରହିଛି ଖାସ୍ ।
ଅର୍ଥମନ୍ତ୍ରୀ ବଜେଟ ଉପସ୍ଥାପନ ସମୟରେ କହିଛନ୍ତି, ‘ଦେଶରେ ଷ୍ଟାର୍ଟଅପ ଆରମ୍ଭ କରିବାର ଏହି ବହୁତ ଭଲ ସମୟ । ଦୁନିଆ ବଦଳୁ ଥିବାବେଳେ ଆଜି ସବୁକିଛି ଅନଲାଇନ ହୋଇଯାଇଛି । ଷ୍ଟାର୍ଟଅପରେ କେବଳ ଗୋଟିଏ କମ୍ପାନୀ ସଞ୍ଚାଳନ ହୁଏ ତାନୁହେଁ ଏହା ଅନେକଙ୍କୁ ରୋଜଗାର ଦିଏ ।’ ଏହାସହ ଷ୍ଟାର୍ଟଅପକୁ ଅଧିକ ଗୁରୁତ୍ବ ଦେବାକୁ ଯାଇ ଟିକସରେ ହ୍ରାସ କରାଯାଇଥିବା ସେ କହିଛନ୍ତି ।
ସେହିପରି କୌଶଳ ବିକାଶ ପାଇଁ 3 ହଜାର କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଷ୍ଟାର୍ଟ ଅପ ଲାଗି ଡିଜିଟାଲ ପ୍ଲାଟଫର୍ମକୁ ଗୁରୁତ୍ବ ଦିଆଯାଇଛି । ଏଥି ସହିତ ଷ୍ଟାର୍ଟଅପ ପାଇଁ ଇନଷ୍ଟିଚ୍ୟୁସନ ଅଫ ଏକ୍ସିଲେନ୍ସିର ଆରମ୍ଭ କରାଯାଇଛି ।