ମୁମ୍ବାଇ: ବଜେଟ ପରେ ଆର୍ଥିକ ରାଜଧାନୀ ମୁମ୍ବାଇରେ ଉଦ୍ୟୋଗ ପ୍ରତିନିଧିଙ୍କୁ ଭେଟିଛନ୍ତି ଅର୍ଥମନ୍ତ୍ରୀ । ଏଠାରେ ସେ ବଜେଟରେ ହେଇଥିବା ଘୋଷଣା ସମ୍ପର୍କରେ ଆଲୋଚନା କରିଛନ୍ତି । ଧୀମା ଅର୍ଥବ୍ୟବସ୍ଥାର ସମସ୍ତ ଅନୁଭବକୁ ବଜେଟରେ ସାମିଲ କରାଯାଇଛି । ଆଉ ସେସବୁ ପ୍ରସଙ୍ଗକୁ ପ୍ରୋତ୍ସାହନ ଦେବା ଜରୁରୀ ଥିଲା ବୋଲି ଏଠାରେ ଅର୍ଥମନ୍ତ୍ରୀ ଜଣାଇଛନ୍ତି ।
ବଜେଟ ପରେ ଶିଳ୍ପଜଗତକୁ ଭେଟି କଣ କହିଲେ ଅର୍ଥମନ୍ତ୍ରୀ ?
କୃଷି, ଗ୍ରାମୀଣ ବିକାଶ, ଷ୍ଟାର୍ଟଅପ, ଭିତ୍ତିଭୂମି ଆଦି ବିଭିନ୍ନ କ୍ଷେତ୍ରକୁ ବଜେଟରେ ଗୁରୁତ୍ବ ଦିଆଯାଇ ବ୍ୟୟବରାଦ କରାଯାଇଛି । କହିବାକୁ ଗଲେ ସରକାର ପୂର୍ବ ଧୀମା ଅର୍ଥବ୍ୟବସ୍ଥାର ଅନୁଭବକୁ ଏଥର ବଜେଟରେ ସାମିଲ କରିଛନ୍ତି । ଅଧିକ ପଢନ୍ତୁ...
ପ୍ରକାଶ ଯେ, ଏଥର ବଜେଟକୁ ନେଇ ବହୁ ସେକ୍ଟର ନିରାଶ ଦର୍ଶାଇଛନ୍ତି । ସେମାନଙ୍କ କହିବା ଅନୁଯାୟୀ, ଅଭିବୃଦ୍ଧି ଦର 10 ବର୍ଷ ତଳକୁ ଖସିଥିବା ବେଳେ ଏଭଳି ଘୋଷଣା ଏତେଟା ସହାୟକ ହେବ ନାହିଁ । ଅର୍ଥନୀତିର ବିକାଶ ପାଇଁ ଆହୁରୀ ବଡ ପ୍ରୋତ୍ସାହନର ଆଶା ରହିଥିଲା ।
ଏପଟେ ଏ ନେଇ ସୀତାରମଣ ଯୁକ୍ତି ବାଢିଛନ୍ତି ଯେ, ଗତ ବର୍ଷର ଅନୁଭବ ଆଧାରରେ ଭାବନା, ଚିନ୍ତାକୁ ପ୍ରୋତ୍ସାହନ ପାଇଁ ସୁନିଶ୍ଚିତ କରିଛୁ । ଆମେ ବୃହତ୍ତ ଆର୍ଥିକ ଭିତ୍ତିଭୂମିକୁ ଧ୍ୟାନରେ ରଖି ଉପଭୋଗ ବଢାଇବାକୁ ଗୁରୁତ୍ବ ଦେଇଛୁ । ଏଥିସହ ନିବେଶ ସୁନିଶ୍ଚିତ କରିବାକୁ ଆବଶ୍ୟକୀୟ ପ୍ରୋତ୍ସାହନ, ଯାହା ଆଜିକା ସମୟରେ ନିହାତି ଉପଲବ୍ଧ କରାଯିବ ।
ଏହି ଅବସରରେ ଅର୍ଥମନ୍ତ୍ରୀଙ୍କ ସହ ବିଭାଗୀୟ ମନ୍ତ୍ରାଣଳୟର ସମସ୍ତ ସଚିବ ମଧ୍ୟ ଉପସ୍ଥିତ ଥିଲେ ।