ଓଡିଶା

odisha

ETV Bharat / business

ବଜେଟ-2020: ବ୍ୟାଙ୍କ ବୁଡିଲେ ନିଶ୍ଚିତ ରୁହନ୍ତୁ, ମିଳିବ 5ଲକ୍ଷ - ବ୍ୟାଙ୍କ ଜମା

ବ୍ୟାଙ୍କ ଖାତାଧାରୀଙ୍କ ପାଇଁ ବଡ ଘୋଷଣା । ଲକ୍ଷେ ନୁହେଁ ଏବେ 5ଲକ୍ଷ ଜମା ରାଶି ଉପରେ ଦିଆଯିବ ଗ୍ୟାରେଣ୍ଟି । ଜାଣନ୍ତୁ, କିଏ ଏହାର ସୁରକ୍ଷା ଦାୟିତ୍ବରେ ରହିଛି ?

Budget 2020: Government raises deposit insurance cover by 400%
ବଜେଟ 2020: ବ୍ୟାଙ୍କ ବୁଡିଲେ ବ୍ୟସ୍ତ ହୁଅନ୍ତୁନି, ମିଳିବ 5 ଲକ୍ଷ

By

Published : Feb 2, 2020, 11:52 PM IST


ନୂଆଦିଲ୍ଲୀ: ଚଳିତ ବଜେଟରେ କେନ୍ଦ୍ର ସରକାର ବ୍ୟାଙ୍କରେ ଗ୍ରାହକଙ୍କ ଜମାରାଶି ଉପରେ ବଡ ବୀମା ରାଶି ଗ୍ୟାରେଣ୍ଟି ଘୋଷଣା କରିଛନ୍ତି । ବ୍ୟାଙ୍କରେ ଲାଗି ରହିଥିବା ଆର୍ଥିକ ଅନିୟମତାକୁ ନଜରରେ ରଖି ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି ।

ଘୋଷଣା ଅନୁଯାୟୀ 5ଲକ୍ଷ ବ୍ୟାଙ୍କ ଜମା ଉପରେ ଗ୍ୟାରେଣ୍ଟି ମିଳିବ । ପୂର୍ବରୁ ଖାତାଧାରୀଙ୍କ ଆକାଉଣ୍ଟର ସୁରକ୍ଷା ପାଇଁ 1 ଲକ୍ଷ ଟଙ୍କାର ଜମା ବୀମା ଗ୍ୟାରେଣ୍ଟି ଦିଆଯାଉଥିଲା । ହେଲେ ଏବେ ବଜେଟରେ ସରକାର ଇନସ୍ୟୁରାନ୍ସ ଆଣ୍ଡ କ୍ରେଡିଟ ଗ୍ୟାରେଣ୍ଟି କର୍ପୋରେସନ (ଡିଆଇସିଜିସି)କୁ ବ୍ୟାଙ୍କ ଜମା ବୀମା ସଂରକ୍ଷଣ ବୃଦ୍ଧି ପାଇଁ ଅନୁମତି ଦିଆଯାଇଛି ।

ଗତ ବର୍ଷ ପଞ୍ଜାବ ଓ ମହାରାଷ୍ଟ୍ର କୋପରେଟିଭ ବ୍ୟାଙ୍କ (ପିଏମସି) ଭଳି ବ୍ୟାଙ୍କର ବିଫଳତା କାରଣରୁ ବହୁ ଜମାକର୍ତ୍ତା ସେମାନଙ୍କ ସଞ୍ଚୟକୁ ନେଇ ବିବାଦ ଉପୁଜିଥିଲା । ଆର୍ଥିକ ଅନିୟମତା ଭିତରେ ଲୋକଙ୍କ କୋଟି କୋଟି ଟଙ୍କା ଏବେ ଫସିରହିଛି । ଏସବୁକୁ ନଜରରେ ରଖି ସରକାର ଜମା ଉପରେ ଗ୍ୟାରେଣ୍ଟି ସୀମାକୁ ସୁନିଶ୍ଚିତ କରିଛନ୍ତି ।

ଗତ ବର୍ଷ ସେପ୍ଟମ୍ବରରେ ପିଏମସି ବ୍ୟାଙ୍କ ଘୋଟାଲା ପଦାକୁ ଆସିବା ପରେ ଆରବିଆଇ , ବ୍ୟାଙ୍କର ଗ୍ରାହକଙ୍କ ପାଇଁ ନଗଦ ସୀମା ସ୍ଥିର କରିବା ସହ ବ୍ୟାଙ୍କ ଉପରେ ଉଠାଣ ପ୍ରତିବନ୍ଧକ ଲଗାଇଥିଲା । ଏହାକୁ ବିରୋଧ କରି ଆନ୍ଦୋଳନ ବି ହେଲା । ଏପରିକି କିଛି ଲୋକ ସେମାନଙ୍କ ଜୀବନ ବି ହରାଇଲେ ।

ବୀମା ଜମା କଭର କଣ ?
1961ରେ ସରକାର ବ୍ୟାଙ୍କ ଜମାକର୍ତ୍ତାଙ୍କ ସହ ବୀମା କଭର ପ୍ରଦାନ ପାଇଁ ଜମା ବୀମା ନିଗମ ବିଧେୟକ ପାରିତ କରିଥିଲେ । ପୂର୍ବରୁ ଏହା କେବଳ ବାଣିଜ୍ୟିକ ବ୍ୟାଙ୍କ କାମ ଉପରେ ଲାଗୁ ହେଉଥିଲା । ଆରବିଆଇ 1960ରେ କ୍ରେଡିଟ ଗ୍ୟାରେଣ୍ଟି ଯୋଜନା ଆରମ୍ଭ କରାଯାଇଥିଲା । ପରେ ଏହି ଦୁଇଟିକୁ 1978 ରେ ବ୍ୟାଙ୍କ ଜମାକର୍ତ୍ତାଙ୍କ ସଞ୍ଚୟ ହିତରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଅଧିନରେ ଡିଆଇସିଜିସି ସ୍ଥାପନା କରାଯାଇଥିଲା ।


ଆରବିଆଇ ଶାଖା ଡିପୋଜିଟ ଇନସ୍ୟୁରାନ୍ସ ଆଣ୍ଡ କ୍ରେଡିଟ ଗ୍ୟାରେଣ୍ଟି କର୍ପୋରେସନ(ଡିଆଇସିଜିସି) ଦେବାଳିଆ ବ୍ୟାଙ୍କ ଗ୍ରାହକଙ୍କ ଜମା ରାଶିର ସୁରକ୍ଷା ଗ୍ୟରେଣ୍ଟି ନେଇଥାଏ ।

(କୃଷ୍ଣାନନ୍ଦ ତ୍ରିପାଠୀ, ବରିଷ୍ଠ ସାମ୍ବାଦିକ)

ABOUT THE AUTHOR

...view details