ଓଡିଶା

odisha

ETV Bharat / business

ଚୀନ ଆପ ବ୍ୟାନକୁ ପ୍ରଶଂସା କରି ନିଜକୁ ଗର୍ବିତ ଭାରତୀୟ କହିଲେ ପେଟିଏମ ଫାଉଣ୍ଡର - paytm founder

ପେଟିଏମରେ ଚୀନ କମ୍ପାନୀଙ୍କ ମୋଟା ଅଙ୍କର ନିବେଶ ନେଇ ଟ୍ବିଟରରେ ୟୁଜର୍ସ ଆକ୍ରୋଶ ଜାହିର କରିଛନ୍ତି । ତେବେ ଏ ସମ୍ବନ୍ଧରେ ପେଟିଏମ ଫାଉଣ୍ଡର ସରକାରଙ୍କ ନିଷ୍ପତ୍ତିକୁ ସ୍ବାଗତ କରିବା ସହ ନିଜକୁ ଗର୍ବିତ ଭାରତୀୟ ଦର୍ଶାଇଛନ୍ତି । ଅଧିକ ପଢନ୍ତୁ..

ଚୀନ ଆପ ବ୍ୟାନକୁ ପ୍ରଂଶସା ସହ ଗର୍ବିତ ଭାରତୀୟ କହିଲେ ପେଟିଏମ ଫାଉଣ୍ଡର
ଚୀନ ଆପ ବ୍ୟାନକୁ ପ୍ରଂଶସା ସହ ଗର୍ବିତ ଭାରତୀୟ କହିଲେ ପେଟିଏମ ଫାଉଣ୍ଡର

By

Published : Jun 30, 2020, 1:52 PM IST

ନୂଆଦିଲ୍ଲୀ: 59 ଚୀନ ଆପ ଉପରେ ପ୍ରତିବନ୍ଧକ ଲଗାଇବା ନେଇ ସରକାରଙ୍କ ନିଷ୍ପତ୍ତିକୁ ପ୍ରଶଂସା କରିଛନ୍ତି ପେଟିଏମ ପ୍ରତିଷ୍ଠାତା ବିଜୟ ଶେଖର ଶର୍ମା । ଏହା ସାହାସିକ ଆତ୍ମନିର୍ଭର ଭାରତ ଦିଗରେ ଏକ ପଦକ୍ଷେପ ବୋଲି କହିଛନ୍ତି ଶର୍ମା ।

ଚୀନ ଆପ ବ୍ୟାନକୁ ପ୍ରଂଶସା ସହ ଗର୍ବିତ ଭାରତୀୟ କହିଲେ ପେଟିଏମ ଫାଉଣ୍ଡର

ଶର୍ମା ଟ୍ବିଟ କରିଛନ୍ତି କି, ‘‘ରାଷ୍ଟ୍ରହିତରେ ସାହାସିକ ପଦକ୍ଷେପ । ଏହା ଆତ୍ମନିର୍ଭର ଆପ ଇକୋସିଷ୍ଟମ ଦିଗରେ ପ୍ରୋତ୍ସାହନ ଦେବ । ବର୍ତ୍ତମାନ ସମୟ ଆସିଛି କି ସର୍ବଶ୍ରେଷ୍ଠ ଭାରତୀୟ ଉଦ୍ୟୋଗୀ ଆଗକୁ ଆସିବା ଏବଂ ଭାରତୀୟଙ୍କ ପାଇଁ ବେଷ୍ଟ କରିବା । ’’

ଏଥିସହ ସେ କହିଛନ୍ତି , ଦିଲ ସେ, ଦିମାଗ ସେ , ଗର୍ବରେ ଭାରତୀୟ । ଏହ ଭାରଡର ଡିଜିଟାଲ କ୍ରାନ୍ତି ।

ତେବେ ସମର୍ଥନ ପରେ ବି ପେଟିଏମକୁ ଟ୍ବିଟରରେ ଲୋକଙ୍କ ଆକ୍ରୋଶର ସାମ୍ନା କରିବାକୁ ପଡୁଛି । ପ୍ରକାଶ ଯେ, ମୋବାଇଲ ୱାଲେଟ କମ୍ପାନୀ ପେଟିଏମ ରେ ଚୀନର ଅଲିବାବା ଗ୍ରୁପ ନିବେଶ କରିଛି । ଅଲିବାବା ଗ୍ରୁପ ପିଟିଏମରେ ଲକ୍ଷାଧିକ ଡଲାର ନିବେଶ କରିଛି ।

ABOUT THE AUTHOR

...view details