ନୂଆଦିଲ୍ଲୀ: ବିମୁଦ୍ରିକରଣ ଓ ଜିଏସଟି ପରେ ବି କମିନି କଳାଧନ ହେରଫେର । 30 ବର୍ଷ (1980-2010) ଭିତରେ ଭାରତୀୟଙ୍କ ପାଖାପାଖି 490 ଅରବ ଡଲାର ବିଦେଶକୁ ପଠାଯାଇଛି । ଯାହାକି ମୋଟ ଧନର 10 ପ୍ରତିଶତ ରହିଛି । ମଙ୍ଗଳବାର ସଂସଦୀୟ ସମିତି ପକ୍ଷରୁ ଏଭଳି ତାଜୁବ କଲା ଭଳି ରିପୋର୍ଟ ପ୍ରକାଶ ପାଇଛି ।
ଆର୍ଥିକ ମାମଲାର ସଂସଦର ସ୍ଥାୟୀ ସମିତି ରିପୋର୍ଟ ମୁତାବକ, ଦେଶ ଭିତରେ ଓ ବାହାରେ ହିସାବ ବର୍ହିଭୁକ୍ତ ଆୟ ଓ ଧନ ପରିସର ବଢିବାରେ ଲାଗିଛି । ବିଶେଷ କରି ରିଅଲ ଇଷ୍ଟେଟ, ଖଣି, ଫାର୍ମା, ପାନ ମସଲା, ଗୁଟଖା, ଶିକ୍ଷା, ସିନେମା ଆଦି କ୍ଷେତ୍ରରେ କଳାଧନ ଅଧିକ ପରିମାଣରେ ବଢୁଛି ।