ନୂଆଦିଲ୍ଲୀ: କୋରୋନା ଭାଇରସ ସଂକ୍ରମଣ ରୋକିବା ପାଇଁ ଦେଶବ୍ୟାପି ଲକଡାଉନ ଜାରି । ଏଭଳି ସମୟରେ ଯଦି ଆବଶ୍ୟକୀୟ ସାମଗ୍ରୀର କଳାବଜାରୀ କେହି କରନ୍ତି ତେବେ 7 ବର୍ଷର ଜେଲ ସାଙ୍ଗକୁ ଭରିବାକୁ ପଡିବ ଜୋରିମାନା ।
ବୁଧବାର କେନ୍ଦ୍ର ଗୃହ ମନ୍ତ୍ରାଣଳୟ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଆବଶ୍ୟକ ବସ୍ତୁ ଅଧିନିୟମ 1955 ଅଧିନରେ କଳାବଜାରୀଙ୍କ ବିରୋଧରେ କଡା କାର୍ଯ୍ୟନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ରାଜ୍ୟର ମୁଖ୍ୟ ସଚିବଙ୍କ ଜାରି ପତ୍ରରେ ଗୃହ ସଚିବ ଅଜୟ କୁମାର ଭଲ୍ଲା କହିଛନ୍ତି ଯେ, ଇଏସି ଅଧିନିୟମ ଅଧିନରେ କଳାବଜାରୀ କରିବା ବା ଅଧିକ ମହଜୁଦ ରଖିବା ଏକ ଅପରାଧ । ଏହାର ପରିଣାମ ସ୍ବରୂପ 7 ବର୍ଷର ଜେଲ ଦଣ୍ଡ ହୋଇପାରେ ।