ଓଡିଶା

odisha

ETV Bharat / business

ଖୁଚୁରା ଓ ବିତରଣ ପାର୍ଟନରଙ୍କ 30 ହଜାର କର୍ମଚାରୀଙ୍କୁ ଦରମା ଦେବ ଏୟାରଟେଲ

ଭାରତୀ ଏୟାରଟେଲ ନିଜ ଖୁଚୁରା ଓ ବିତରଣ ପାର୍ଟନରଙ୍କ କର୍ମଚାରୀଙ୍କୁ ମେ ମାସର ଦରମା ଦେବ । ଏହି ତାଲିକାରେ 30 ହଜାର କର୍ମଚାରୀ ରହିଛନ୍ତି । ଅଧିକ ପଢନ୍ତୁ..

Bharti Airtel
ଖୁଚୁରା ଓ ବିତରଣ ପାର୍ଟନରଙ୍କ 30 ହଜାର କର୍ମଚାରୀଙ୍କୁ ଦରମା ଦେବ ଏୟାରଟେଲ

By

Published : Jun 22, 2020, 6:49 PM IST

ନୂଆଦିଲ୍ଲୀ: ଟେଲିକମ କମ୍ପାନୀ ଏୟାରଟେଲ ନିଜର ଖୁଚୁରା ଏବଂ ବିତରଣ ବ୍ୟବସାୟରେ ଭାଗୀଦାର ଭାବେ ଜଡିତ ୟୁନିଟର ପ୍ରାୟ 30 ହଜାର କର୍ମଚାରୀଙ୍କୁ ଦରମା ଦେବାକୁ ନିଷ୍ପତ୍ତି ନେଇଛି । କୋଭିଡ-19 ସଙ୍କଟ ଏବଂ ଲକଡାଉନ ଭଳି କଠିନ ସମୟରେ ସେମାନଙ୍କୁ ସହଯୋଗ ପାଇଁ କମ୍ପାନୀ ଏ ନେଇ ନିଜ ଅଂଶୀଦାରଙ୍କୁ ଚିଠି ଲେଖିଛି ।

ଏହା ପୂର୍ବରୁ ମଧ୍ୟ କମ୍ପାନୀ ଏପ୍ରିଲ ମାସରେ ନିଜ ବିତରଣ ଏବଂ ଖୁଚୁରା ଫ୍ରାଞ୍ଚାଇଜି ନେଟୱାର୍କର କର୍ମଚାରୀମାନଙ୍କୁ ଦରମା ଦେଇଥିଲା ।

ଏ ସମ୍ବନ୍ଧରେ ଭାରତୀ ଏୟାରଟେଲ ହବ ସିଇଓ ମନୁ ସୁଦ କହିଛନ୍ତି କି, ‘‘ ଆମେ ଏକ ଅପ୍ରତ୍ୟାଶିତ ପରିସ୍ଥିତିର ସାମ୍ନା କରୁଛୁ । ଆଉ ଲକଡାଉନ ଏପ୍ରିଲ ଓ ମେ ମାସ ମଧ୍ୟରେ ଜାରି ରହିଥିବାରୁ ଆମର କାରବାର ବ୍ୟାପକ ଭାବେ ପ୍ରଭାବିତ ହୋଇଛି । ଏଥିଯୋଗୁଁ ଅନ୍ୟ ବର୍ଗର ବ୍ୟାବସାୟ ଉପରେ ମଧ୍ୟ ଖରାପ ପ୍ରଭାବ ପଡିଛି । ’’

ଏପରି ସମୟରେ କମ୍ପାନୀ ନିଜ ସହଯୋଗୀଙ୍କ 30, 000ରୁ ଉର୍ଦ୍ଧ୍ବ କର୍ମଚାରୀଙ୍କୁ ମେ ମାସର ମୂଳ ଦରମା ଦେବାକି ନିର୍ଣ୍ଣୟ ନେଇଛି ।

ABOUT THE AUTHOR

...view details