ନୂଆଦିଲ୍ଲୀ: ଆର୍ଥକ ବର୍ଷ 2019-20 ମାର୍ଚ୍ଚ ତ୍ରୟମାସରେ ଦୂରସଞ୍ଚାର କମ୍ପାନୀ ଭାରତୀ ଏୟାରଟେଲର 5,237 କୋଟି ଟଙ୍କା କ୍ଷତି ହୋଇଛି । ପୁରୁଣା ବକେୟା ବାବଦରେ ଅଧିକ ବ୍ୟୟବରାଦ ଯୋଗୁଁ ଏହି କ୍ଷତି ହୋଇଥିବା କମ୍ପାନୀ କହିଛି ।
ଆର୍ଥିକ ବର୍ଷ 2018-19ର ଏହି ତ୍ରୟମାସରେ କମ୍ପାନୀକୁ 107.2 କୋଟି ଟଙ୍କା ନିଟ ଲାଭ ହୋଇଥିଲା । କମ୍ପାନୀର ଇଣ୍ଟିଗ୍ରେଟେଡ୍ ରାଜସ୍ବ ଆଲୋଚ୍ୟ ତ୍ରୟମାସ ମଧ୍ୟରେ ପାଖାପାଖି 15 ପ୍ରତିଶତ ସୁଧାର ସହ 23,722.7 କୋଟି ଟଙ୍କା ରହିଛି । ଏହା 2018-19ର ସମାନ ତ୍ରୟମାସରେ 20,602.2 କୋଟି ଟଙ୍କା ରହିଥିଲା ।