ନୂଆଦିଲ୍ଲୀ: ମଙ୍ଗଳବାର 10 ରାଷ୍ଟ୍ରାୟତ୍ତ ବ୍ୟାଙ୍କ ମିଶ୍ରଣକୁ ବିରୋଧରେ ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ । ସାର୍ବଜନୀନ ଓ ଘରୋଇ ବ୍ୟାଙ୍କର ପାଖାପାଖି 30ହଜାର ବ୍ୟାଙ୍କରଙ୍କ କାମ ବନ୍ଦ ଯୋଗୁଁ ସାମାନ୍ୟ ପ୍ରଭାବିତ ସେବା । ଏଥିଯୋଗୁଁ କାଉଣ୍ଟରରେ ନଗଦୀ ଜମା ଓ ଉଠାଣ ବାଧାପ୍ରାପ୍ତ ହୋଇଛି ।
ଆଜି ବ୍ୟାଙ୍କ ଧର୍ମଘଟ, ସେବା ବାଧାପ୍ରାପ୍ତ - ବ୍ୟାଙ୍କ ଧର୍ମଘଟ
ସାର୍ବଜନୀନ ଓ ଘରୋଇ ବ୍ୟାଙ୍କର ପାଖାପାଖି 30ହଜାର ବ୍ୟାଙ୍କରଙ୍କ ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ ଯୋଗୁଁ ପ୍ରଭାବିତ ବ୍ୟାଙ୍କିଙ୍ଗ ସେବା । ଏଥିଯୋଗୁଁ କାଉଣ୍ଟରରେ ନଗଦି ଜମା ଓ ଉଠାଣ ବାଧାପ୍ରାପ୍ତ ହୋଇଛି ।
ଅଖିଳ ଭାରତୀୟ ବ୍ୟାଙ୍କ କର୍ମଚାରୀ ସଂଘ ଓ ଭାରତୀୟ ବ୍ୟାଙ୍କ କର୍ମଚାରୀ ସଂଘ ପକ୍ଷରୁ ଡକାଯାଇଥିବା ଏହି ଆନ୍ଦୋଳନରୁ ବହୁ ରାଷ୍ଟ୍ରାୟତ ବ୍ୟାଙ୍କ ସାମିଲ ନାହିଁ । ପୂର୍ବରୁ ଏହି ଧର୍ମଘଟ ସମ୍ପର୍କରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ଭଳି କିଛି ବ୍ୟାଙ୍କ ନିଜ ଗ୍ରାହକଙ୍କୁ ସୂଚନା ଦେଇଥିଲେ । ଏଆଇବିଆଇଏର ମହାସଚିବ ସି.ଏଚ ୱେଙ୍କଟଚାଳନାଙ୍କ କହିବା ଅନୁଯାୟୀ, ଦେଶର ବ୍ୟାଙ୍କ ମିଶ୍ରଣ ଆଦୌ ଆବଶ୍ୟକ ନୁହେଁ । କାରଣ ଲୋକଙ୍କୁ ସେବା ଯୋଗାଇବାକୁ ଅଧିକରୁ ଅଧିକ ବ୍ୟାଙ୍କ ଦରକାର । ଯାହାକି ବିଲୟ ପରେ ସମ୍ଭବ ହେବ ନାହିଁ ।
ବ୍ୟାଙ୍କ ମିଶ୍ରଣ ପରେ ଆନ୍ଧ୍ରା ବ୍ୟାଙ୍କ, ଆହ୍ଲାବାଦ ବ୍ୟାଙ୍କ , ୟୁନାଇଟେଡ ବ୍ୟାଙ୍କ ଅଫ ଇଣ୍ଡିଆ, ଓରିଏଣ୍ଟାଲ ବ୍ୟାଙ୍କ ଅଫ କମର୍ସ, ସିଣ୍ଡିକେଟ ବ୍ୟାଙ୍କ ଆଦିରେ ତାଲା ପଡିବ । ଏସମସ୍ତ ବ୍ୟାଙ୍କ ଦୀର୍ଘଦିନ ଧରି ଭଲ ପ୍ରଦର୍ଶନ କରିଆସୁଛନ୍ତି । ଏସବୁ ଦେଶର ଆର୍ଥିକ ବିକାଶରେ ଉଲ୍ଲେଖନୀୟ ଯୋଗଦାନ ରଖୁଛନ୍ତି ବୋଲି ସଂଘ କହିଛି ।