ଓଡିଶା

odisha

ETV Bharat / business

ବ୍ୟାଙ୍କ ଷ୍ଟ୍ରାଇକ: ଫସିଛି ସାଢେ 16 କୋଟି ମୂଲ୍ୟର ଚେକ - ବ୍ୟାଙ୍କ ଚେକ

2 ଦିନରେ ବ୍ୟାଙ୍କ ଶାଖା ଏବଂ କାର୍ଯ୍ୟାଳୟ ଗୁଡିକରେ ଟଙ୍କା ଉଠାଣ ଏବଂ ଜମା ସହ ଚେକ କ୍ଲିୟରାନ୍ସ ପ୍ରଭାବିତ ହୋଇଛି । ଅଧିକ ପଢନ୍ତୁ:

ବ୍ୟାଙ୍କ ଷ୍ଟ୍ରାଇକ: ଫସିଛି ସାଢେ 16  କୋଟି  ମୂଲ୍ୟର ଚେକ
ବ୍ୟାଙ୍କ ଷ୍ଟ୍ରାଇକ: ଫସିଛି ସାଢେ 16 କୋଟି ମୂଲ୍ୟର ଚେକ

By

Published : Mar 16, 2021, 6:45 PM IST

ନୂଆଦିଲ୍ଲୀ: ସରକାରୀ ବ୍ୟାଙ୍କଗୁଡିକର ଘରୋଇକରଣକୁ ବିରୋଧ କରି ବ୍ୟାଙ୍କ ସଂଘର ଦେଶବ୍ୟାପୀ ପ୍ରତିବାଦ । ସୋମବାର ଠାରୁ ଆରମ୍ଭ ହୋଇଛି ଆନ୍ଦୋଳନ । ଆଜି ଧର୍ମଘଟର ଦ୍ବିତୀୟ ଦିନ । ଫଳରେ ବ୍ୟାଙ୍କ ସେବା ଗଭୀର ଭାବେ ବ୍ୟାଘାତ ହୋଇଛି । ପ୍ରଥମ ଦିନରେ ପ୍ରାୟ 16,500 କୋଟି ଟଙ୍କା ମୂଲ୍ୟର ଦୁଇ କୋଟି ଚେକ୍ / ଯନ୍ତ୍ରର କ୍ଲିୟରାନ୍ସକୁ ପ୍ରଭାବିତ ହୋଇଥିବା ନେଇ ବ୍ୟାଙ୍କ ସଂଘର ନେତା ଦାବି କରିଛନ୍ତି ।

2 ଦିନରେ ବ୍ୟାଙ୍କ ଶାଖା ଏବଂ କାର୍ଯ୍ୟାଳୟଗୁଡିକରେ ଟଙ୍କା ଉଠାଣ ଏବଂ ଜମା ସହ ଚେକ କ୍ଲିୟରାନ୍ସ ପ୍ରଭାବିତ ହୋଇଛି ।

ଅଖିଳ ଭାରତୀୟ ବ୍ୟାଙ୍କ କର୍ମଚାରୀ ସଙ୍ଗଠନ (AIBEA) ର ଜେନରାଲ ସେକ୍ରେଟେରୀ ସି ଏଚ ଭେଙ୍କଟଚଲମ କହିଛନ୍ତି କି ‘‘ହାରାହାରି 16,500 କୋଟି ଟଙ୍କା ମୂଲ୍ୟର ପ୍ରାୟ 2 କୋଟି ଚେକ୍ / ଇନଷ୍ଟୁମେଣ୍ଟସ କ୍ଲିୟରାନ୍ସ ପାଇଁ ରଖାଯାଇଛି । ସରକାରୀ ସମ୍ପତ୍ତିର ସଞ୍ଚାଳନ ଓ ସମସ୍ତ ସାଧାରଣ ବ୍ୟାଙ୍କ ନେଣଦେଣ ମଧ୍ୟ ପ୍ରଭାବିତ ହୋଇଛି ।’’

ସେ କହିଛନ୍ତି ଯେ ସରକାରଙ୍କ ବ୍ୟାଙ୍କ ଘରୋଇକରଣକୁ ବିରୋଧ କରି ପ୍ରାୟ 10 ଲକ୍ଷ ବ୍ୟାଙ୍କ କର୍ମଚାରୀ ଧର୍ମଘଟକୁ ଓହ୍ଲାଇଛନ୍ତି ।

ବ୍ୟାଙ୍କ କର୍ମଚାରୀ ଏବଂ ଅଫିସର ସଂଘର ମିଳିତ ମଞ୍ଚ ୟୁନାଇଟେଡ ଫୋରମ ଅଫ ବ୍ୟାଙ୍କ ୟୁନିଅନ୍ସ (ୟୁଏଫବିଏୟୁ) ଏହି ଧର୍ମଘଟର ଡାକରା ଦେଇଛି । ୟୁଏଫବିଏୟୁ ଅଧିନରେ ରହିଥିବା ସଂଘର ଏଥିରେ ସାମିଲ ରହିଥିଲା ବେଳେ ଆଜି ବିଦେଶୀ ବ୍ୟାଙ୍କ କର୍ମଚାରୀ (Foreign Bank)ବି ସାମିଲ ହୋଇଛନ୍ତି । ।

ବ୍ୟାଙ୍କ ବନ୍ଦ ଯୋଗୁଁ ଦେଶର ବିଭିନ୍ନ ରାଜ୍ୟରେ ବ୍ୟାଙ୍କିଙ୍ଗ ସେବା ପଙ୍ଗୁ ହୋଇଯାଇଛି । ବ୍ୟାଙ୍କ ଶାଖା ଖୋଲିନଥିବାରୁ ଚେକ କ୍ଲିୟରାନ୍ସ ହେଉଛି । କାରଣ ଶାଖାଗୁଡିକ ଚେକ କ୍ଲିୟର ହେବା ପରେ କ୍ଲିୟରାନ୍ସ ପାଇଁ ଚେକ ସ୍ବୀକାର କରୁନାହିଁ ।

ABOUT THE AUTHOR

...view details