ଲଣ୍ଡନ: କୋରୋନା ତାଣ୍ଡବରେ ବ୍ରିଟେନରେ ଗଭୀର ପ୍ରଭାବ ପଡିଛି । ଏ ନେଇ ବ୍ୟାଙ୍କ ଅଫ ଇଂଲଣ୍ଡ ଆଶଙ୍କା ପ୍ରକାଶ କରିଛି । 2020ର ପ୍ରଥମ ତ୍ରୈମାସରେ ଦେଶର ଅର୍ଥବ୍ୟବସ୍ଥା ଆକାର 30 ପ୍ରତିଶତ ସଙ୍କୁଚିତ ହେବ ବୋଲି ବ୍ୟାଙ୍କ ଚେତାବନୀ ଦେଇଛି ।
ବ୍ୟାଙ୍କ ଅଫ ଇଂଲଣ୍ଡର ଚେତାବନୀ, 30 ପ୍ରତିଶତ ସଙ୍କୁଚିତ ହେବ ବ୍ରିଟେନ ଅର୍ଥନୀତି - Bank of England
କୋରୋନା ମାଡରେ ପ୍ରଭାବିତ ବ୍ରିଟେନ ଅର୍ଥନୀତିର ଅଭିବୃଦ୍ଧି ଘଟିବ । ଦେଶର ଅର୍ଥବ୍ୟବସ୍ଥା 30 ପ୍ରତିଶତ ସଙ୍କୁଚିତ ହେବ ବୋଲି ବ୍ୟାଙ୍କ ଅଫ ଇଂଲଣ୍ଡ ଚେତାବନୀ ଦେଇଛି ।
ଗୁରୁବାର ବ୍ୟାଙ୍କ ଅଫ ଇଂଲଣ୍ଡର ମୁଦ୍ରାନୀତି ସମିତି ମୁଖ୍ୟ ସୁଧ ଦରକୁ 0.1 ପ୍ରତିଶତ ସ୍ତରରେ ଅପରିବର୍ତ୍ତିତ ରଖିବା ନେଇ ନିର୍ଣ୍ଣୟ ନେଇଛି । ଏହା ବ୍ୟାଙ୍କର ସର୍ବନିମ୍ନ ସୁଧ ଦର । ଏଥିସହ ବ୍ୟାଙ୍କ ବଣ୍ଡ କ୍ରୟ କାର୍ଯ୍ୟକ୍ରକୁ ଆଗକୁ ବଢାଇବାକୁ ଘୋଷଣା କରିଛି ।
ରେପୋ ରେଟ ଦର ଘୋଷଣା ସହ ବ୍ୟାଙ୍କ ପୂର୍ବାନୁମାନ କରିଛି କି, ଦେଶର ଅର୍ଥବ୍ୟବସ୍ଥା ପ୍ରଥମ ଛଅ ମାସରେ ତୀବ୍ର ବେଗରେ ଖସିବ ! ଏଥିସହ ବେକାରୀ ହାରରେ ମଧ୍ୟ ଉଲ୍ଲେଖନୀୟ ବୃଦ୍ଧି ପାଇବ । ତେବେ ସରକାରଙ୍କ ରୋଜଗାର ସୁରକ୍ଷା ଯୋଜନା ଅନୁଯାୟୀ ବହୁ କମ୍ପାନୀ କର୍ମଚାରୀଙ୍କୁ ଚାକିରୀକୁ ବାହାର କରିନାହିଁ ।