ଲଣ୍ଡନ: ବୃଦ୍ଧି ପାଉଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଏଥିଯୋଗୁଁ ଆତଙ୍କିତ ବିଶ୍ବବାସୀ । ଫଳରେ ବିଗୁଡିଛି ବେପାର । ଏଣୁ ଏହି ଭାଇରସ ପ୍ରଭାବର ମୁକାବିଲା ପାଇଁ ବ୍ୟାଙ୍କ ଅଫ ଇଂଲଣ୍ଡ ବୁଧବାର ଏହାର ମୁଖ୍ୟ ସୁଧ ହାରକୁ 0.5 ପ୍ରତିଶତ ହ୍ରାସ କରି 0.25 ପ୍ରତିଶତ ରଖିଛି ।
କେନ୍ଦ୍ରୀୟ ବ୍ୟାଙ୍କ ଏ ନେଇ କହିଛି ଯେ, ଏଭଳି କଷ୍ଟ ସମୟରେ ଏହି ପଦକ୍ଷେପ କମ୍ପାନୀଙ୍କୁ ସହାୟତା ଓ ଗ୍ରାହକଙ୍କ ଆତ୍ମବିଶ୍ବାସ ବଢାଇବାରେ ସାହାଯ୍ୟ କରିବ । ବ୍ରିଟିଶ ଅର୍ଥନୀତି ଉପରେ କୋରୋନା ଭାଇରସ ପ୍ରଭାବ ଅଧିକ ହୋଇପାରେ । ଏଥିଯୋଗୁଁ ଆଗାମୀ ଦିନରେ ଆର୍ଥିକ କାର୍ଯ୍ୟକଳାପ ଯଥେଷ୍ଟ ଦୁର୍ବଳ ହୋଇପାରେ ବୋଲି ଆଶଙ୍କା କରାଯାଉଛି ।