ନୂଆଦିଲ୍ଲୀ: ଆଜିଠୁ କାର୍ଯ୍ୟକାରୀ ହେଲା ଦେଶର ତୃତୀୟ ବୃହତ୍ତ ବ୍ୟାଙ୍କ । 3ଟି ରାଷ୍ଟ୍ରାୟାତ ବ୍ୟାଙ୍କର ମିଶ୍ରଣରେ ଗଠିତ ହୋଇଥିବା ଏହି ବ୍ୟାଙ୍କର ନାମ ‘ବିଓବି’ (ବ୍ୟାଙ୍କ ଅଫ ବରୋଦା) ରହିବ । ଏହାର ମୋଟ କାରବାର ଅଟକଳ 15 ଲକ୍ଷ କୋଟିରୁ ଊର୍ଦ୍ଧ୍ବ ରହିବ ।
ଆଜିଠୁ ନୂଆ ଆର୍ଥିକ ବର୍ଷ ଲାଗୁ । ଏଥିସହ ଆରମ୍ଭ ହେଲା ଦେଶର ତୃତୀୟ ବଡ ବ୍ୟାଙ୍କର କାମକାର୍ଯ୍ୟ। ଆଜି( ସୋମବାର)ବିଓବିର ସେୟାର 2.5 ପ୍ରତିଶତର 7132 ଟଙ୍କାର କାରବାର କରୁଛି । ବିଓବିର ଶାଖା ଗୁଡିକରେ ନେଣଦେଣ ପ୍ରକ୍ରିୟା ଲାଗୁ ହେବ ।
ବ୍ୟାଙ୍କ ଅଫ ବରୋଦା, ଦେନା ବ୍ୟାଙ୍କ ଓ ବିଜୟ ବ୍ୟାଙ୍କର ମିଶ୍ରଣ ପରେ ଗଠିତ ହୋଇଛି ଏହି ନୂଆ ବଡ ବ୍ୟାଙ୍କ । ତେବେ ଏହି ମିଶ୍ରଣ ପରେ ଦେଶରେ ରାଷ୍ଟ୍ରାୟତ ବ୍ୟାଙ୍କ ସଂଖ୍ୟା ହ୍ରାସ ପାଇ 18ରେ ପହଞ୍ଚିଛି । ବର୍ତ୍ତମାନ ସମୟରେ ଦେଶର ବଡ ବ୍ୟାଙ୍କ ଭାବେ ପ୍ରଥମରେ ଭାରତୀୟ ଷ୍ଚେଟ ବ୍ୟାଙ୍କ ଓ ଦ୍ବିତୀୟରେ ଆଇସିଆଇସିଆଇ ବ୍ୟାଙ୍କ ରହିଛି ।
ଅନାଦେୟ ଋଣ ଭାର ବଢିବା ପରେ ସରକାର2018 ମସିହା ସେପ୍ଟେମ୍ବର ମାସରେ ଏହି 3ଟି ବ୍ୟାଙ୍କର ମିଶ୍ରଣ କରିଥିଲେ । ତେବେ ଏହି ବୃହତ୍ତ ବ୍ୟାଙ୍କର ଆର୍ଥିକ ସୁଦୃଢିକରଣ ପାଇଁ କେନ୍ଦ୍ର ସରକାର 5,042 କୋଟି ଦେବାକୁ ଗତ ସପ୍ତାହରେ ନିର୍ଣ୍ଣୟ ନେଇଛନ୍ତି ।
ପ୍ରକାଶ ଥାଉ ଯେ, 2018-19 ଅର୍ଥାତ ଗତ ଆର୍ଥିକ ବର୍ଷରେଏପ୍ରିଲ- ସେପ୍ଟେମ୍ବର ମଧ୍ୟରେ ଏନପିଏ ସ୍ତର ବୃଦ୍ଧି ପାଇ 23,860 କୋଟିରେ ପହଞ୍ଚିଥିଲା ।