ଓଡିଶା

odisha

ETV Bharat / business

ଆସନ୍ତା ବର୍ଷେ ଭିତରେ ବଢିବ ବ୍ୟାଡ ଲୋନ : S&P - Bad loans

ବଢିବ ବ୍ୟାଡ ଲୋନ । ଆସନ୍ତା 12ରୁ 18 ମାସ ମଧ୍ୟରେ ବଢିବ ଅନାଦେୟ ଋଣ ଭାର । ଏସ ଆଣ୍ଡ ପି ଗ୍ଲୋବାଲ ରେଟିଂ ମଙ୍ଗଳବାର ଏ ନେଇ ଅନୁମାନ ଲଗାଇଛି ।

Bad loans in Indian banking sector to rise in next 12-18 months: S&P
Bad loans in Indian banking sector to rise in next 12-18 months: S&P

By

Published : Nov 24, 2020, 10:50 PM IST

ନୂଆଦିଲ୍ଲୀ: ଭାରତୀୟ ବ୍ୟାଙ୍କିଙ୍ଗ ସେକ୍ଟରର ଅନାଦେୟ ଋଣ (ଏନପିଏନ ) ଆସନ୍ତା 12ରୁ 18 ମାସ ମଧ୍ୟରେ ବୃଦ୍ଧି ପାଇଁ ମୋଟ ଋଣର 11 ପ୍ରତିଶତରେ ପହଞ୍ଚିପାରିବ । ଏସ ଆଣ୍ଡ ପି ଗ୍ଲୋବାଲ ରେଟିଂ ମଙ୍ଗଳବାର ଏ ନେଇ ଅନୁମାନ ଲଗାଇଛି । ରେଟିଂ ଏଜେନ୍ସି କହିଛି କି ଋଣକୁ ବୁଡିଥିବା କରଜ ଭାବେ ଶ୍ରେଣୀଭୁକ୍ତ କରାଯାଉନଥିବାରୁ ଚାପରେ ଥିବା ସମ୍ପତ୍ତି ଲୁଚିଯାଉଛି ।

କୋଭିଡ-19 ମହାମାରୀ ଯୋଗୁଁ ଏହି ସମ୍ପତ୍ତି ଉପରେ ଚାପ ରହିଛି । ଏସ ଆଣ୍ଡ ପି କହିଛି କି ଏ ବର୍ଷ ମୋଟ ଋଣରେ ଏନପିଏ ଅନୁପାତରେ ବହୁତ ହ୍ରାସ ପରେ ଆର୍ଥିକ ସଂସ୍ଥାନ ପାଇଁ ଆଗକୁ ଏହାକୁ ବଜାୟ ରଖିବା ମୁସ୍କିଲ ହେବ ।

‘‘ଦ୍ବିତୀୟ ତ୍ରୟମାସରେ ଆର୍ଥିକ ସଂସ୍ଥାନର ପ୍ରଦର୍ଶନ ଆମର ଆଶା ତୁଳନାରେ ଭଲ ରହିଛି । ଆଉ ଏହାର କାରଣ ହେଉଛି 6 ମାସ ଯାଏଁ ଋଣ କିସ୍ତି ସ୍ଥଗିତାଦେଶ ଓ କୌଣସି ଋଣଗ୍ରହୀତାଙ୍କ ଖାତାକୁ ଏନପିଏ ଘୋଷଣା କରାନଯିବାକୁ ନେଇ ସର୍ବୋଚ୍ଚ ନ୍ୟାୟଳୟଙ୍କ ରୋକ୍‌ ।’’ ଏସ ଆଣ୍ଡ ପି ଗ୍ଲୋବାଲ ରେଟିଂ କ୍ରେଡିଟ ବିଶ୍ଲେଷକ ଦୀପାଳି ସେଠ ଏ ନେଇ କହିଛନ୍ତି ।

ଏଜେନ୍ସି କହିଛି କି ଏ ବର୍ଷ ଓ ଆସନ୍ତା ବର୍ଷ ବ୍ୟାଙ୍କିଙ୍ଗ ପ୍ରଣାଳୂର ଋଣ ଖର୍ଚ୍ଚ 2.2 ରୁ 2.9 ପ୍ରତିଶତ ସହ ସର୍ବୋଚ୍ଚ ସ୍ତରରେ ରହିବ ।

ABOUT THE AUTHOR

...view details