ଓଡିଶା

odisha

By

Published : Mar 14, 2020, 10:30 AM IST

ETV Bharat / business

ଧୀମା ଅର୍ଥବ୍ୟବସ୍ଥା: ଫେବୃଆରୀରେ ଗାଡି ବିକ୍ରି ହ୍ରାସ

ଗାଡି ବଜାର ପିଛା ଛାଡୁନି ମାନ୍ଦାବସ୍ଥା । ଧୀମା ଅର୍ଥବ୍ୟବସ୍ଥା ଓ ଚାହିଦା ହ୍ରାସ ଯୋଗୁଁ ବଡ ବଡ ସୋରୁମ ଖାଁ ଖାଁ । ଏପଟେ ପୁଣି କୋରୋନା ଯୋଗୁଁ ରୋଗାଗ୍ରସ୍ଥ ବ୍ୟବସାୟ । ଯାହାକୁ ନେଇ ଚିନ୍ତାରେ କାର ବ୍ୟବସାୟୀ...

Automobile sales down 19.08%
ଧୀମା ଅର୍ଥବ୍ୟବସ୍ଥା : ଫେବୃଆରୀରେ ଗାଡି ବିକ୍ରି ହ୍ରାସ

ନୂଆଦିଲ୍ଲୀ: ଫେବୃଆରୀରେ ଦେଶର ବିଭିନ୍ନ ବର୍ଗରେ ଯାନବାହାନର ହୋଲସେଲ ବିକ୍ରି 19.08 ପ୍ରତିଶତ ହ୍ରାସ ପାଇଛି । ଏହାର କାରଣ ହେଉଛି ଆର୍ଥିକ ମନ୍ଥରତା ଯୋଗୁଁ ଚାହିଦା ହ୍ରାସ । ଏପଟେ ବିଏସ 6 ବାହାନ ଆଣିବା ପ୍ରୟାସରେ କମୁଛି ବିଏସ-4 ମାନର ଯାନ ଉତ୍ପାଦନ ।

ବାହାନ ଉତ୍ପାଦନକାରୀ କମ୍ପାନୀଙ୍କ ଅଖିଳ ଭାରତୀୟ ସଙ୍ଗଠନ ‘ସୋସାଇଟି ଅଫ୍ ଇଣ୍ଡିଆନ୍ ଅଟୋମୋବାଇଲ୍ ନିର୍ମାତା (SIAM) ଶୁକ୍ରବାର ଗାଡି ବିକ୍ରୟ ତଥ୍ୟ ପ୍ରକାଶ କରିଛି । ଏହ ଅନୁଯାୟୀ, ଫେବୃଆରୀରେ ବିଭିନ୍ନ ବର୍ଗର ମୋଟ 16,46,332 ଯାନ ବିକ୍ରି ହୋଇଥିବାବେଳେ 2019 ଫେବୃଆରୀରେ ଏହି ସଂଖ୍ୟା 20,34,597 ଥିଲା।

SIAM ଅଧ୍ୟକ୍ଷ ରାଜନ ବଢେରା ଏକ ବିବୃତ୍ତିରେ କହିଛନ୍ତି ଯେ, "କମ୍ପାନୀର ହୋଲସେଲ ବିକ୍ରି ହ୍ରାସ ହେବାର ମୁଖ୍ୟ କାରଣ ହେଉଛି ବିଏସ -4 ଗାଡିର ଉତ୍ପାଦନ ହ୍ରାସ ଏବଂ ଦୁର୍ବଳ ଅର୍ଥବ୍ୟବସ୍ଥା । ପୋର୍ଟାଲରେ ରହିଥିବା ପଞ୍ଜୀକୃତ ଯାନ ସଂଖ୍ୟା ଆଧାରରେ ବିଏସ-4 ଯାନ କ୍ରୟର ଶେଷ ସମୟସୀମା ବୃଦ୍ଧି ହୋଇପାରେ।"

ସେହିପରି ଦେଶର ସବୁଠୁ ବଡ କାମ କମ୍ପାନୀ ମାରୁତି ସୁଜୁକି ଇଣ୍ଡିଆର ମଧ୍ୟ ଗାଡି ବିକ୍ରି ଫେବୃଆରୀରେ 2.34 ପ୍ରତିଶତ ହ୍ରାସ ପାଇ 1,33,702ରେ ପହଞ୍ଚିଛି । ସେପଟେ ତାର ପ୍ରତିଦ୍ବନ୍ଦୀ କମ୍ପାନୀ ମୋଟର ଇଣ୍ଡିଆର ବିକ୍ରି ମଧ୍ୟ 7.19 ପ୍ରତିଶତ କମିଥିବା ରେକର୍ଡ ଦାଏଲ ହୋଇଛି ।

ABOUT THE AUTHOR

...view details