ମୁମ୍ବାଇ: 2022 ସୁଦ୍ଧା 30 ଲକ୍ଷ କର୍ମଚାରୀଙ୍କୁ ଛଟେଇ କରିବ ଆଇଟି କମ୍ପାନୀ । ଏହା ଦ୍ବାରା ଏସବୁ କମ୍ପାନୀଗୁଡିକର 100 ଅରବ ଡଲାରର ସଞ୍ଚୟ ହେବ । ଯାହାର ଅଧିକାଂଶ ଅଂଶ ବାର୍ଷିକ ଦରମା ଉପରେ ଖର୍ଚ୍ଚ ହୋଇଥାଏ । ଏକ ରିପୋର୍ଟରେ ଏନେଇ ସୂଚନା ଦିଆଯାଇଛି ।
ବିଭିନ୍ନ ଶିଳ୍ପରେ ବିଶେଷ କରି ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ସ୍ବଚାଳନାର ଗତି ଧରିବା ସହ 1.6 କୋଟି ଲୋକଙ୍କୁ ରୋଜଗାର ଦେଉଛି ଘରୋଇ ସଫ୍ଟୱେର କମ୍ପାନୀ । ନାସକମ୍ ଅନୁଯାୟୀ, ଘରୋଇ ଆଇଟି କ୍ଷେତ୍ରରେ ପ୍ରାୟ 1.6 କୋଟି ଲୋକ ନିଯୁକ୍ତି ପାଇଛନ୍ତି । ସେମାନଙ୍କ ମଧ୍ୟରୁ 90 ଲକ୍ଷ ଲୋକ ସ୍ବଳ୍ପ ଦକ୍ଷତା ସେବା ଏବଂ ବିପିଓ ସେବାରେ ନିୟୋଜିତ ଅଛନ୍ତି ।
ବୁଧବାର ଜାରି ବ୍ୟାଙ୍କ ଅଫ୍ ଆମେରିକାର ଏକ ରିପୋର୍ଟ ଅନୁଯାୟୀ, ଏହି 90 ଲକ୍ଷ ଲୋକଙ୍କ ମଧ୍ୟରୁ 30 ପ୍ରତିଶତ କିମ୍ବା ପ୍ରାୟ 30 ଲକ୍ଷ ଲୋକ ଚାକିରୀ ହରାଇବେ । ଆଉ ଏହାର ମୁଖ୍ୟ କାରଣ ହେଉଛି ରୋବୋଟିକ୍ ପ୍ରୋସେସ୍ ଅଟୋମେସନ୍ ବା ଆରପିଏ । କେବଳ ଆରପିଏ ପ୍ରାୟ ସାତ ଲକ୍ଷ କର୍ମଚାରୀଙ୍କ ସ୍ଥାନ ନେବ । ଆଉ ବାକି ଚାକିରି, ଅନ୍ୟାନ୍ୟ ବୈଷୟିକ ଆପ୍ ଗ୍ରେଡେସନ୍ ଏବଂ ଦକ୍ଷତା ବୃଦ୍ଧି ହେତୁ ଯିବ ।