ଓଡିଶା

odisha

ETV Bharat / business

ଦୀର୍ଘକାଳୀନ ମନ୍ଦାବସ୍ଥାରେ ଜୁଝୁଛି ଅଟୋ ସେକ୍ଟର: SIAM - ଅଟୋମୋବାଇଲ ସେକ୍ଟର

ଅଟୋ ଉଦ୍ୟୋଗ କୋଭିଡ-19 ମହାମାରୀ ପୂର୍ବରୁ କଠିନ ସମୟ ଦେଇ ଗତି କରୁଥିଲା । ଆଉ ଗତ ବର୍ଷ ମହାମାରୀ ଏହି ସେକ୍ଟରକୁ ଟ୍ରାକକୁ ବିଚ୍ୟୁତ କରିଛି । ଅଧିକ ପଢନ୍ତୁ...

ଦୀର୍ଘକାଳିନ ମନ୍ଦାବସ୍ଥାରେ ଜୁଝୁଛି ଅଟୋ ସେକ୍ଟର : ସିଆମ
ଦୀର୍ଘକାଳିନ ମନ୍ଦାବସ୍ଥାରେ ଜୁଝୁଛି ଅଟୋ ସେକ୍ଟର : ସିଆମ

By

Published : Jan 28, 2021, 10:19 PM IST

ନୂଆଦିଲ୍ଲୀ: ଭାରତରେ ଅଟୋମୋବାଇଲ ଉଦ୍ୟୋଗ ଏକ ଦୀର୍ଘକାଳୀନ ଗଠନମୂଳକ ମାନ୍ଦାବସ୍ଥା ମଧ୍ଯ ଦେଇ ଗତି କରୁଛି । କାରଣ ସମସ୍ତ ପ୍ରମୁଖ ଯାନ ବିଭାଗରେ ଗତ 3 ଦଶକ ମଧ୍ୟରେ କମ୍ପାଉଣ୍ଡ ବାର୍ଷିକ ବୃଦ୍ଧି ଦର (CAGR)ରେ ହ୍ରାସ ଦେଖିବାକୁ ମିଳିଛି । ଉଦ୍ୟୋଗ ସଙ୍ଗଠନ ସିଆମ ଏନେଇ କହିଛି ।

ସୋସିଇଟ ଅଫ ଇଣ୍ଡିଆନ ଅଟୋମୋବାଇଲ ମ୍ୟୁନୁଫେକ୍ଚର୍ସ (ସିଆମ) ଦ୍ବାରା ପ୍ରକାଶ କରାଯାଇଥିବା ଏକ ଅନୁସନ୍ଧାନ ମୁତାବକ ଅଟୋ ଉଦ୍ୟୋଗ କୋଭିଡ-19 ମହାମାରୀ ପୂର୍ବରୁ କଠିନ ସମୟ ଦେଇ ଗତି କରୁଥିଲା । ଆଉ ଗତ ବର୍ଷ ମହାମାରୀ ଏହି ସେକ୍ଟରକୁ ଟ୍ରାକକୁ ବିଚ୍ୟୁତ କରିଛି ।

ଉଦ୍ୟୋଗ ସଙ୍ଗଠନ କହିଛି କି ଅଧ୍ୟୟନରେ ସ୍ପଷ୍ଟ ବାରି ହୋଇପଡିଛି କି ମହାମାରୀ ଅଟୋ ସେକ୍ଟର ମାନ୍ଦାବସ୍ଥାର ଏକମାତ୍ର କାରଣ ନୁହେଁ । ବରଂ ଏହାକୁ ଆହୁରୀ ଗଭୀର ପ୍ରସଙ୍ଗନ ସାମ୍ନା କରିବାକୁ ପଡୁଛି । ଅନୁସନ୍ଧାନ ଅନୁସାରେ ଗତ 3 ଦଶକ ମଧ୍ୟରେ ଯାତ୍ରା ବାହାନ, ବାଣିଜ୍ୟିକ ଗାଡି, 3 ଚକିଆ ଓ ଦୁଇ ଚକିଆ ଗାଡି ସମେତ ସମସ୍ତ ବିଭାଗର ବାର୍ଷିକ ଅଭିବୃଦ୍ଧି ହାରରେ ଲଗାତାର ହ୍ରାସ ଦେଖିବାକୁ ମିଳିଛି । ଅଧ୍ୟୟନ ମୁତାବକ ଘରୋଇ ଯାତ୍ରୀ ବାହାନ ଉଦ୍ୟୋଗର ସିଏଜିଆର 1989-90 ଓ 1999-2000 ମଧ୍ୟରେ 12.6 ପ୍ରତିଶତ ଥିଲା ।

ଯଦିଓ ଏହି ତଥ୍ୟ 1999-2000 ଓ 2009-10 ଦଶକ ମଧ୍ୟରେ ହ୍ରାସ ହୋଇ 10.3 ପ୍ରତିସତ ରହିଯାଇଛି । ଶେଷ ଦଶକରେ ବୃ୍ଦ୍ଧି ଦର ହ୍ରାସ ହୋଇ 3.6 ପ୍ରତିଶତ ରହିଥିଲା ।

ABOUT THE AUTHOR

...view details