ଓଡିଶା

odisha

ETV Bharat / business

ବିଜନେସ 2019: ଅଣାୟତ୍ତ ଅଟୋ ଉଦ୍ୟୋଗ, ନିଯୁକ୍ତି ହରାଇଲେ ଲକ୍ଷାଧିକ

2019କୁ ଭୁଲିବାକୁ ଚାହେଁ ଅଟୋ ବଜାର । ତମାମ ସମସ୍ୟା ଅସୁବିଧା ଯୋଗୁଁ ସଙ୍କଟରେ ଏହି ସେକ୍ଟର । ଖର୍ଚ୍ଚ ବଢୁଥିବା ବିକ୍ରି କମିଚାଲିଛି । ଏଥିପାଇଁ ଏଥିରେ ସମୃକ୍ତ ଲକ୍ଷାଧିକ କର୍ମଚାରୀ ନିଯୁକ୍ତି ହରାଇଛନ୍ତି । ଦେଖନ୍ତୁ ଏ ନେଇ ବର୍ଷର ପୂରା ରିପୋର୍ଟ ...

Auto industry drives into 2020 with hope after a forgettable 2019
ବିଜନେସ 2019: ଅଣାୟତ ଅଟୋ ଉଦ୍ୟୋଗ,ନିଯୁକ୍ତ ହରାଇଲେ ଲକ୍ଷାଧିକ

By

Published : Dec 29, 2019, 1:23 AM IST

ନୂଆଦିଲ୍ଲୀ: 2019 କାହା ପାଇଁ ଅଭୁଲା ହୋଇଥିବା ବେଳେ ଭାରତର ଅଟୋ ଉଦ୍ୟୋଗ ପାଇଁ ଏକ ଦୁର୍ଦ୍ଦଶା ବର୍ଷ । ମାନ୍ଦାବସ୍ଥା କାରଣରୁ ଅଟୋ ସେକ୍ଟର ଏବେ ଘୋର ସଙ୍କଟ ଦେଇ ଗତି କରୁଛି । ଉତ୍ପାଦନ ବୃଦ୍ଧି ବେଳେ ବିକ୍ରି ନାହିଁ । ଏଥିଯୋଗୁଁ ଏହା ଉପରେ ନିର୍ଭର କରୁଥିବା ଲକ୍ଷାଧିକ ଲୋକ ରୋଜଗାର ହରାଉଛନ୍ତି ।

ତେବେ ଏଥିମଧ୍ୟରେ ନୂଆ ବର୍ଷରେ ନୂଆ ଅଭିବୃଦ୍ଧି ପାଇଁ ଆଶା ରଖିଛି ଅଟୋ ସେକ୍ଟର । ଉଦ୍ୟୋଗ ଆଶାରେ ଧୀମା ଅର୍ଥବ୍ୟବସ୍ଥା ପୁଣି ଟ୍ରାକକୁ ଫେରିବ ଏବଂ ଗାଡି ସୋରୁମରେ ଗ୍ରାହକଙ୍କ ଭିଡ ଜମିବ । ହେଲେ ଏଥିମଧ୍ୟରେ ଅଟୋ ଉଦ୍ୟୋଗ ପାଇଁ ଆଉ ଏକ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି । ବିଏସ 4ରୁ ସିଧା ବିଏସ-6 ଏମର୍ସନ ମଡେଲ ଆଡକୁ ଯିବାକୁ ହେବ ।

ଏହା ବ୍ୟତିତ ତା ଆଗରେ ନୂଆ ସୁରକ୍ଷା ନିୟମର ମଧ୍ୟ ଚିନ୍ତା ଉପୁଜିଲାଣି । ଏସବୁ କାରଣରୁ ନିଶ୍ଚିତ ରୂପେ ଗାଡି ଦାମ ବଢିବ । 2 ବର୍ଷରେ ଥରେ ହେବାକୁ ଥିବା ପ୍ରମୁଖ ଗାଡି ପ୍ରଦର୍ଶନୀ ଅଟୋ ଏକ୍ସପୋ ମଧ୍ୟ ପାଖେଇ ଆସିଲାଣି ।

ଅଟୋ ଏକ୍ସେପା ଜରିଆରେ ଅଟୋ ଉଦ୍ୟୋଗ ଉପଭୋକ୍ତାଙ୍କୁ ଆକର୍ଷିତ କରିବା ପାଇଁ ଆଶା ରଖିଛି । ଏଥିପାଇଁ ଜୋରସୋରରେ ପ୍ରସ୍ତୁତି ମଧ୍ୟ କରୁଛି । ଏ ବର୍ଷ ଦି-ଚକିଆ ଠାରୁ କାର ତଥା ହେଭି ଡ୍ୟୁଟି ଟ୍ରକ ଆଦି ବିକ୍ରି ହ୍ରାସ ପାଇଛି । ଏହା ଏତେ ଅଧିକ ପରିମାଣରେ ଖସିଛି ଯେ, ଉଦ୍ୟୋଗ ଅନୁମାନ କରୁଛି କି 2019-20ଆର୍ଥିକ ବର୍ଷରେ ତାହାର ଖୁଚୁରା ବିକ୍ରି ପୂର୍ବ ବର୍ଷ ଅପେକ୍ଷା 13ରୁ 17 ପ୍ରତିଶତ କମ ରହିବ ।

ଉଦ୍ୟୋଗର ଭରଷା ସୁସ୍ଥ ଅର୍ଥବ୍ୟବସ୍ଥା ରହିଛି । ତମାମ ଟେନସନ ପରେ ବି ଉଦ୍ୟୋଗ ଆଶା ହରାଇନି । ଗାଡି ନିର୍ମାତାର ସଂଗଠନ ସିଆମ କହିବା ଅନୁଯାୟୀ 2020-21ରେ ପରିସ୍ଥିତି ସୁଧୁରିବ । ସିଆମର ଅଧ୍ୟକ୍ଷ ରାଜନ ବଢେରା କହିଛନ୍ତି ଯେ, ବିଏସ-6 ଲାଗୁ ହେବାକୁ ଯାଉଛି । ଏପରି ସମୟରେ 2020ରେ ଅତ୍ୟନ୍ତ ରୋମଞ୍ଚକ ରହିବ । କିନ୍ତୁ ଉଦ୍ୟୋଗର ଆଶା ଆସନ୍ତା ବର୍ଷ ଆରମ୍ଭରେ ଅର୍ଥବ୍ୟବସ୍ଥା ସୁଧୁରିବା ଉପରେ ରହିଛି ।

ଗତ ବର୍ଷର ନିମ୍ନ ଅଭିବୃଦ୍ଧି ପ୍ରଭାବ ଓ ନୂଆ ମଡେଲର ଉପଲବ୍ଧ ଯୋଗୁଁ ଗାଡି କ୍ଷେତ୍ରରେ ବୃଦ୍ଧିକୁ ସମର୍ଥନ ମିଳିବ । ସେ କହିଛନ୍ତି ଯେ, ଆସନ୍ତା ଆର୍ଥିକ ବର୍ଷର ଦ୍ବିତୀୟ ତ୍ରୈୟମାସରୁ ଏହି ସେକ୍ଟରର ସ୍ଥିତି ସୁଧୁରିବ । ଆଉ ଏହାର ଫଳ ତୃତୀୟ ତ୍ରୈୟମାସରେ ଦେଖିବାକୁ ମିଳିବ ।

ନୂଆ ବିଏସ-6ର କାର୍ଯ୍ୟକାରୀ ଅର୍ଥ ପୁରୁଣା ଷ୍ଟକକୁ ବାହାର କରିବାକୁ ହେବ । ନୂଆ ଷ୍ଟକ ମହଜୁତ କରିବାକୁ ପଡିବ। ନୂଆ ଅନୁକୂଳ ଗାଡି ଆଣିବାକୁ ହେବ । ଏହା ଦ୍ବାରା ନିଶ୍ଚିତ ରୂପରେ ଗାଡିର ଉତ୍ପାଦନ ଓ ବିକ୍ରି ବଢିବ । ସେପଟେ ବୈଷୟିକ ଅଧ୍ୟୟନ ଯୋଗୁଁ ଗାଡି ଉତ୍ପାଦନ ଖର୍ଚ୍ଚ 8ରୁ 10 ପ୍ରତିଶତ ବଢୁଛି । ଫଳରେ ଦାମ ବଢୁଛି । ଯେଉଁଥିପାଇଁ ବିକ୍ରି କମିବ ବୋଲି ଉଦ୍ୟୋଗକୁ ଆଶଙ୍କା ରହିଛି ।

ତେବେ ମାନ୍ଦା ଅଟୋ ସେକ୍ଟରର ଆଉ ଏକ ବଡ କାରଣ ହେଉଛି ମୋଟା ଜିଏସଟି । ଏଣୁ ଗାଡି ଗୁଡିକ ଉପରେ ଦ୍ରବ୍ୟ ଓ ସେବା କରକୁ 28 ପ୍ରତିଶତରୁ କମାଇ 18 ପ୍ରତିଶତ କରିବା ଦାବି କରାଯାଇଛି । ଏଥିସହ ଗାଡି କ୍ରୟ ପାଇଁ ଗ୍ରାହକଙ୍କ ପାଇଁ ଏକ ପ୍ରୋତ୍ସହନ ନୀତି ଲାଗୁ କରିବା ପାଇଁ ମଧ୍ୟ ସ୍ବର ଉଠିଛି । ଯଦି ଏହି ସବୁ ଦାବି ପୂରଣ ହୁଏ ତେବେ ଅଟୋ ଉଦ୍ୟୋଗରେ ଅଭିବୃଦ୍ଧି ବଢିବ ବୋଲି ଆଶା ରହିଛି ।

ABOUT THE AUTHOR

...view details