ଓଡିଶା

odisha

By

Published : Mar 17, 2020, 8:54 PM IST

ETV Bharat / business

ପାଖେଇ ଆସୁଛି ବିଏସ-4 ବିକ୍ରି ଡେଡଲାଇନ୍‌, ଟେନସନରେ ଅଟୋ ଡିଲର୍ସ

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଆସନ୍ତା ଏପ୍ରିଲ ପହିଲାରୁ ବିଏସ-୪ ଗାଡି ବିକ୍ରି ବନ୍ଦ କରିଦିଆଯିବ । ତେବେ ଡେଡଲାଇନ ପାଖେଇ ଆସୁଥିଲେ ବି ଡିଲରଙ୍କ ପାଖରେ ଷ୍ଟକ ସରୁନି । ଏ ନେଇ ଚିନ୍ତାରେ ଅଟୋ ଡିଲର୍ସ ।

Auto dealers in trouble as BS-IV deadline approaches
ପାଖେଇଆସୁଛି ବିଏସ-4 ବିକ୍ରି ଡେଡଲାଇନ

ନୂଆଦିଲ୍ଲୀ:ବିଏସ-4 ଗାଡି ବିକ୍ରି ଓ ପଞ୍ଜିକରଣକୁ ମେ’ ଶେଷ ପର୍ଯ୍ୟନ୍ତ ଜାରି ରଖିବାକୁ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛି ଫେଡେରେସନ ଅଫ ଅଟୋ ମୋବାଇଲ ଡିଲର୍ସ ଆସୋସିଏସନ(ଫାଡା) । ଆଉ କିଛି ସମୟ ଲୋଡି ଫାଡା ପକ୍ଷରୁ ବିଏସ-4 ପ୍ରଦୂଷଣ ନିୟନ୍ତ୍ରଣ ମାନକ ଗାଡିର ବଳକା ଷ୍ଟକ ବିକ୍ରି କରିବାକୁ ଚାହୁଁଛି ।

ଏମ.ସି ମେହେତା ବନାମ ଭାରତ ସରକାର ଏବଂ ଅନ୍ୟ ମାମଲାରେ ସର୍ବୋଚ୍ଚ ନ୍ୟାୟାଳୟ ଦେଶରେ ଏପ୍ରିଲ 1, 2020 ପରେ ବିଏସ-4 ବିକ୍ରି ଏବଂ ପଞ୍ଜିକରଣ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ।

କାର ଏବଂ ଯାତ୍ରୀବାହୀ ଯାନ ତୁଳନାରେ ଦୁଇ ଚକିଆ ଗାଡିର ଡିଲରଙ୍କୁ ଏକ ବଡ ଚ୍ୟାଲେଞ୍ଜ ସାମ୍ନା କରିବାକୁ ପଡୁଛି । ଫାଡାର ଉପସଭାପତି ଭିଙ୍କେଶ ଗୁଲାଟି ‘ଇଟିଭି ଭାରତ’କୁ କହିଛନ୍ତି ଯେ, ଦେଶର ବିଭିନ୍ନ ଗାଡି ଡିଲରଙ୍କ ପାଖରେ 8.35 ଲକ୍ଷ ବିଏସ-4 ଦୁଇ ଚକିଆ ଯାନ ଷ୍ଟକ ବାକି ଅଛି | ଏହାର ମୂଲ୍ୟ ପ୍ରାୟ 4,600 କୋଟି ଟଙ୍କା । ତେବେ ଯାତ୍ରୀବାହୀ ଯାନ ଏବଂ ବାଣିଜ୍ୟକ ଯାନ ଶ୍ରେଣୀରେ ସ୍ଥିତି ସାମାନ୍ୟ ଭଲ ରହିଛି |

ABOUT THE AUTHOR

...view details