ଓଡିଶା

odisha

By

Published : Sep 2, 2020, 3:41 PM IST

ETV Bharat / business

କୋଭିଡ ପ୍ରହାର: ପ୍ରାୟ 30 ବର୍ଷ ପରେ ମାନ୍ଦାବସ୍ଥା କବଜାରେ ଅଷ୍ଟ୍ରେଲିଆ

ଅଷ୍ଟ୍ରେଲିଆ ପରିସଂଖ୍ୟାନ ବ୍ୟୁରୋ (ଏବିଏସ୍) ର ନୂତନ ଆକଳନ ଅନୁଯାୟୀ, ଜୁନ ତ୍ରୟମାରେ ଜିଡିପି, ଏ ବର୍ଷ ମାର୍ଚ୍ଚ ତ୍ରୟମାସ ଠାରୁ 0.3 ପ୍ରତିଶତ କମ ରହିଛି । ଅଧିକ ପଢନ୍ତୁ..

COVID-19 Aftermath: Australia Faces Recession For First Time in 30 Years
COVID-19 Aftermath: Australia Faces Recession For First Time in 30 Years

କାନବେରା: ପ୍ରାୟ 30 ବର୍ଷ ପରେ ଅଷ୍ଟ୍ରେଲିଆରେ ପ୍ରଥମ ଥର ପାଇଁ ମାନ୍ଦାବସ୍ଥା ରେକର୍ଡ ହୋଇଛି । ଏଠାରେ ଜୁନ ତ୍ରୟମାସରେ ଜିଡିପି ପୂର୍ବ ତ୍ରୟମାସ ତୁଳନାରେ 7 ପ୍ରତିଶତ ହ୍ରାସ ହୋଇଛି । ବୁଧବାର ପ୍ରକାଶ ପାଇଥିବା ସରକାରୀ ଆକଳନରୁ ଏହି ସୂଚନା ମିଳିଛି ।

ନ୍ୟୁଜ ଏଜେନ୍ସି ରିପୋର୍ଟ ଅନୁସାରେ ଅଷ୍ଟ୍ରେଲିଆ ପରିସଂଖ୍ୟାନ ବ୍ୟୁରୋ (ଏବିଏସ୍)ର ନୂତନ ଆକଳନ ଅନୁଯାୟୀ, ଜୁନ ତ୍ରୟମାରେ ଜିଡିପି, ଏ ବର୍ଷ ମାର୍ଚ୍ଚ ତ୍ରୟମାସ ଠାରୁ 0.3 ପ୍ରତିଶତ କମ ରହିଛି ।

କୋଭିଡ-19 ସଙ୍କଟ ଓ କଟକଣା ଯୋଗୁଁ ଆର୍ଥିକ କାର୍ଯ୍ୟକଳାପ ଠପ ରହିଥିଲା । ଫଳରେ ଘରୋଇ କ୍ଷେତ୍ରରେ ଦେଖାଦେଇଥିବା ମାନ୍ଦାବସ୍ଥା ଯୋଗୁଁ ଏହି ହ୍ରାସ ଦେଖାଦେଇଛି ।

ଏବିଏସ୍ ର ଜାତୀୟ ଆକାଉଣ୍ଟର ମୁଖ୍ୟ ମାଇକେଲ ସ୍ମିଡସ୍ ଏହି ହ୍ରାସ ପାଇଁ ' ବୈଶ୍ବିକ ମହାମାରୀ ଏବଂ ଏହା ସହ ସଂପୃକ୍ତ କଟକଣା ନୀତି' ଦାୟୀ ବୋଲି କହିଛନ୍ତି । 1959 ପରେ ଏହା ସବୁଠୁ ବଡ ତ୍ରୟମାସିକ ଜିଡିପି ହ୍ରାସ ବୋଲି ସେ ଦର୍ଶାଇଛନ୍ତି ।

ଅଷ୍ଟ୍ରେଲିଆ ବ୍ରୋଡକାଷ୍ଟିଂ କର୍ପୋରେସନର ଏକ ରିପୋର୍ଟରେ କୁହାଯାଇଛି ଯେ କୋଭିଡ -19 ମାନ୍ଦାବସ୍ଥାର ପ୍ରଭାବ ରାଜ୍ୟରେ ମଧ୍ୟ ଭିନ୍ନ ଭିନ୍ନ ଭାବରେ ଅନୁଭୂତ ହୋଇଛି ।

ABOUT THE AUTHOR

...view details