ନୂଆଦିଲ୍ଲୀ: କୋଭିଡ-19 ମାଡରେ ଉପୁଜିଥିବା ସଙ୍କଟରୁ ଅର୍ଥନୀତିକୁ ମୁକୁଲାଇବା ପାଇଁ ଗତ ମେ ମାସରେ ସରକାର 20 ଲକ୍ଷ କୋଟ ଟଙ୍କାର ପ୍ରୋତ୍ସାହନ ପ୍ୟାକେଜର ଘୋଷଣା କରିଥିଲେ । ଯାହାକି ଦେଶର ମୋଟ ଉତ୍ପାଦ (ଜିଡିପି)ର 10 ପ୍ରତିଶତ । ଏହି ଆତ୍ମନିର୍ଭର ଭାରତ ପ୍ୟାକେଜ ଅଧିନରେ ସମସ୍ତ ସେକ୍ଟରକୁ ବୁଷ୍ଟର ଦେବାକୁ ମୋଟା ଅଙ୍କର ବ୍ୟୟବରାଦ ହୋଇଛି । ତେବେ ଏହି ପ୍ୟାକେଜ ଅନ୍ତର୍ଗତ କେଉଁ ସେକ୍ଟରେ କେତେ ଖର୍ଚ୍ଚ ହୋଇଛି ତାହାର ହିସାବ ରଖିଛନ୍ତି ସରକାର ।
ଆତ୍ମନିର୍ଭର ଭାରତ ପ୍ୟାକେଜ ଅଧିନରେ ଘୋଷଣା ହୋଇଥିବା ବିଭିନ୍ନ ସ୍କିମର କାର୍ଯ୍ୟକାରିତା କେତେ ଦୂର ଯାଇଛି ତାହାର ରିପୋର୍ଟ ପ୍ରକାଶ କରିଛି ଅର୍ଥ ମନ୍ତ୍ରାଳୟ । ମନ୍ତ୍ରାଳୟ ଅନୁସାରେ ଏହି ଅଭିଯାନ ଅଧିନରେ ନାବାର୍ଡ ଜରିଆରେ କୃଷି କାର୍ଯ୍ୟ ପାଇ30,000 କୋଟି ଟଙ୍କା ବଣ୍ଟନ ହୋଇଛି । ଏହା ମାଧ୍ୟମରେ ଅଗଷ୍ଟ 28 ପର୍ଯ୍ୟନ୍ତ ଚାଷୀଙ୍କୁ 25,000 କୋଟି ଦିଆଯାଇଛି । ସ୍ପେଶାଲ୍ ଲିକ୍ୱିଡିଟି ସୁବିଧା (SLF) ଅଧୀନରେ ଅବଶିଷ୍ଟ 5000 କୋଟି ଟଙ୍କା ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ଦ୍ୱାରା କ୍ଷୁଦ୍ର ଅଣ ବ୍ୟାଙ୍କିଙ୍ଗ ଆର୍ଥିକ କମ୍ପାନୀ (NBFC) ଏବଂ NBFC-MFI ପାଇଁ ନାବାର୍ଡକୁ ବଣ୍ଟନ କରାଯାଇଥିଲା ।