ଓଡିଶା

odisha

ETV Bharat / business

‘ଆତ୍ମନିର୍ଭର ଭାରତ’ ଅଭିଯାନ ବନାମ ଅନ୍ୟ ଦେଶର ଆର୍ଥିକ ପ୍ୟାକେଜ’ - 20 ଲକ୍ଷ କୋଟି ଟଙ୍କାର ପ୍ୟାକେଜ

କୋରୋନା ସଙ୍କଟର ମୁକାବିଲା ପାଇଁ ଜିଡିପି ଦୃଷ୍ଟିରୁ ବିଭିନ୍ନ ଦେଶ ଘୋଷଣା କରିଥିବା ଆର୍ଥିକ ପ୍ୟାକେଜର ସାଇଜ । ଜାଣନ୍ତୁ, ଭାରତର ସ୍ଥାନ କେଉଁଠି...

atmanirbhar bharat abhiyan
‘ଆତ୍ମନିର୍ଭର ଭାରତ’ଅଭିଯାନ ବନାମ ଅନ୍ୟ ଦେଶର ଆର୍ଥିକ ପ୍ୟାକେଜ

By

Published : May 18, 2020, 10:37 PM IST

ନୂଆଦିଲ୍ଲୀ: କୋରୋନା ସଂକ୍ରମଣ ରୋକିବାକୁ ଦେଶବ୍ୟାପି ଲକଡାଉନ ଜାରି । ଦୁର୍ବଳ ଅର୍ଥବ୍ୟବସ୍ଥା । କୋମାରେ ଶିଳ୍ପଜଗତ । ଅଚଳ ବ୍ୟବସାୟ । ଏହି ଭୟଙ୍କର ମହାମାରୀ ତାଣ୍ଡବରେ ଜୀବନ ସହ ଜୀବିକା ପ୍ରଭାବିତ । ଏ ସଙ୍କଟରୁ ମୁକୁଳିବା ସହ ଅର୍ଥନୀତିକୁ ବୁଷ୍ଟର ଡୋଜ ଦେବା ପାଇଁ 20 ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ପାଇଁ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ।

ଆତ୍ମନିର୍ଭର ଭାରତ ଅଭିଯୋନ ନାଁ ଏହି ପ୍ୟାକେଜକୁ 5 ଟି ପର୍ଯ୍ୟାୟରେ ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି । କୋଇଲା ଠାରୁ ବିଋମାନ ସେବା ଶିକ୍ଷା, ସ୍ବାସ୍ଥ୍ୟ ଠାରୁ କମ୍ପାନୀ ସବୁ ସେକ୍ଟରକୁ ବୁଷ୍ଟର ଦେବା ପାଇଁ ସ୍ବତନ୍ତ୍ର ବ୍ୟୟବରାଦ ସହ ଉପାୟ ଅଣାଯାଇଛି ।

ସମଗ୍ର ବିଶ୍ବର ବିଭିନ୍ନ ଦେଶ କୋରୋନା ମୁକାବିଲା ପାଇଁ ଘୋଷଣା କରିଥିବା ପ୍ରୋତ୍ସାହନ ମଧ୍ୟରେ ଭାରତର ଏହି ଆର୍ଥିକ ପ୍ୟାକେଜକୁ ବଡ ଓ ବ୍ୟାପକ ବୋଲି କୁହାଯାଉଛି ।

20 ଲକ୍ଷ କୋଟି ଟଙ୍କାର ଏହି ପ୍ୟାକେଜ ଭାରତର 2019-20 ଆର୍ଥିକ ବର୍ଷର ମୋଟ ଘରୋଇ ଉତ୍ପାଦ(ଜିଡିପି)ର 10 ପ୍ରତିଶତ ସହ ସମାନ । ଏହି ଦୃଷ୍ଟିରୁ ଆର୍ଥିକ ପ୍ୟାକେଜ ମାମଲାରେ କେବଳ ଜାପାନ, ଆମେରିକା, ସ୍ବିଡେନ, ଅଷ୍ଟ୍ରେଲିଆ ଓ ଜର୍ମାନୀ ଭାରତଠାରୁ ଆଗୁଆ ରହିଛି ।

ବିଭିନ୍ନ ଦେଶ ଦ୍ବାରା ଘୋଷଣା ଆର୍ଥିକ ପ୍ୟାକେଜ

ବିଭିନ୍ନ ଦେଶର ଆର୍ଥିକ ପ୍ୟାକେଜ ସାଇଜ

କୋଭିଡ-19 ଆର୍ଥିକ ପ୍ୟାକେଜ ଇଣ୍ଡେକ୍ସ (CESI)ରେ ସଂଗୃହୀତ ତଥ୍ୟ ଅନୁଯାୟୀ, ଡଲାର ହିସାବରେ ଆମେରିକା ସର୍ବାଧିକ 2,700 ଅରବ ଡଲାରର ମହାପ୍ୟାକେଜ ଘୋଷଣା କରିଛି । ତେବେ ଜିଡିପି ହାର ହିସାବରେ ଜାପାନ ଆଗୁଆ ଅଛି ।

ABOUT THE AUTHOR

...view details