ଓଡିଶା

odisha

By

Published : Aug 1, 2020, 1:50 PM IST

ETV Bharat / business

3 ପ୍ରତିଶତ ମହଙ୍ଗା ବିମାନ ଇନ୍ଧନ; ସ୍ଥିର ତେଲ ଓ ଏଲପିଜି ଦାମ

2 ମାସରେ ଏଟିଏଫ ଦାମ 5 ଥର ବଢିଲା । ଶନିବାର ବିମାନ ଇନ୍ଧନ ଦାମ 3 ପ୍ରତିଶତ ବୃଦ୍ଧି ହୋଇଛି । ଫଳରେ ଏବେ ବିମାନ ଯାତ୍ରୀ ବହୁତ ମହଙ୍ଗା ହେବା ଆଶଙ୍କା ରହିଛି । ଅଧିକ ପଢନ୍ତୁ..

3 ପ୍ରତିଶତ  ମହଙ୍ଗା ବିମାନ ଇନ୍ଧନ ; ସ୍ଥିର ତେଲ ଓ ଏଲପିଜି ଦାମ
3 ପ୍ରତିଶତ ମହଙ୍ଗା ବିମାନ ଇନ୍ଧନ ; ସ୍ଥିର ତେଲ ଓ ଏଲପିଜି ଦାମ

ନୂଆଦିଲ୍ଲୀ: ପୁଣି ବଢିଲା ବିମାନ ଇନ୍ଧନ ଦାମ । ଶନିବାର ତେଲ କମ୍ପାନୀ ଏଟିଏଫ ଦାମ 3 ପ୍ରତିଶତ ବଢାଇଛି । ଏହା ମିଶାଇ 2 ମାସରେ ଲଗାତାର 5 ଥର ବିମାନ ଇନ୍ଧନ ଦାମ ବୃଦ୍ଧି କରାଯାଇଛି । ତେବେ ଆଜି ପେଟ୍ରୋଲ ଓ ଡିଜେଲ ଦାମ ଅପରିବର୍ତ୍ତିତ ରହିଛି । ଏଥିସହ ରନ୍ଧନ ଗ୍ୟାସ ସ୍ଥିର ରହିଛି ।

ସରକାରୀ ତେଲ କମ୍ପାନୀ ପକ୍ଷରୁ ଶନିବାର ଜାରି ବିଜ୍ଞପ୍ତି ଅନୁସାରେ ଦିଲ୍ଲୀରେ ବିମାନ ଇନ୍ଧନ ଦାମ କିଲୋଲିଟ ପ୍ରତି 1304.25 ଟଙ୍କା ବଢିଛି । ଫଳରେ 1 କିଲୋଲିଟର ଏଟିଏଫ ମୂଲ୍ୟ ଏବେ 43,932.53 ଟଙ୍କାରେ ପହଞ୍ଚିଛି ।

ଗତ ଥର ଜୁଲାଇ 16 ରେ ବିମାନ ଇନ୍ଧନ ଦାମ 1.5 ପ୍ରତିଶତ ବୃଦ୍ଧି କରାଯାଇଛି । ଗତ ଚାରିଥର ମୂଲ୍ୟ ସମୀକ୍ଷାରେ ବିମାନ ଇନ୍ଧନର ମୂଲ୍ୟ ପ୍ରତି କିଲୋଲିଟ ପିଛା 22,483.91 ଟଙ୍କା ବୃଦ୍ଧି କରାଯାଇଛି।

ସେପଟେ ଦିଲ୍ଲୀରେ ପେଟ୍ରୋଲ ଦାମ 1 ମାସ ଧରି ଲିଟ ପିଛା 80.43 ଟଙ୍କା ରହିଥିବା ବେଳେ ଡିଜେଲ ଉପରେ ଭାଟ କମିବା ପରେ ଏହାର ଦାମ 73.56 ଟଙ୍କା ରହିଛି । ସେହିପରି ରନ୍ଧନ ଗ୍ୟାସ ମଧ୍ୟ ଜୁଲାଇ ପହିଲାରୁ ବୃଦ୍ଧି ହୋଇ ନାହିଁ । ବର୍ତ୍ତମାନ ଦିଲ୍ଲୀରେ ଅଣସବସିଡି 4.2 କିଲୋ ସିଲିଣ୍ଡର ଦାମ 594 ଟଙ୍କା ରହିଛି ।

ABOUT THE AUTHOR

...view details