ଓଡିଶା

odisha

By

Published : Jul 1, 2019, 8:23 PM IST

ETV Bharat / business

ଏଣିକି ଶସ୍ତାରେ ଉଡିବେ ବିମାନ ଯାତ୍ରୀ, କମିଲା ଇନ୍ଧନ ଦର

ସିଲିଣ୍ଡର ପରେ କମିଲା ବିମାନ ଇନ୍ଧନ( ଏଟିଏଫ) ଦାମ । ସୋମବାର କିଲୋଲିଟର ପିଛା ଏଟିଏଫ 3,806.44 ଟଙ୍କା ହ୍ରାସ ପାଇ 61,200.36ଟଙ୍କାରେ ପହଞ୍ଚିଛି । ଏଣିକି ବିମାନ ଯାତ୍ରା ଆହୁରି ଶସ୍ତା ହେବ ।

ପ୍ରତିକାତ୍ମକ ଫଟୋ

ନୂଆଦିଲ୍ଲୀ: ରନ୍ଧନ ଗ୍ୟାସ ଶସ୍ତା ପରେ ହ୍ରାସ ପାଇଲା ବିମାନ ଇନ୍ଧନ(ଏଟିଏଫ) ଦର । ସୋମବାର ଅଣସବସିଡିଯୁକ୍ତ ସିଲିଣ୍ଡର ପିଛା 100.50 ଟଙ୍କା କମିଥିବା ବେଳେ ଏଟିଏଫ କିଲୋଲିଟର ପିଛା 5.8 ପ୍ରତିଶତ ହ୍ରାସ ପାଇଛି । ଯାହାକି 4 ବର୍ଷରେ ସର୍ବନିମ୍ନ । ଅନ୍ତର୍ଜାତୀୟ ବଜାରରେ ତେଲଦର ହ୍ରାସ ପାଇବା ଫଳରେ ଦେଶରେ ଏଟିଏଫ ଦାମ ଖସିଛି ।


ରାଷ୍ଟ୍ରୀୟ ରାଜଧାନୀରେ ଏଟିଏଫ କିଲୋଲିଟର ପିଛା 3,806.44 ଟଙ୍କା ହ୍ରାସ ପାଇ 61,200.36ଟଙ୍କାରେ ପହଞ୍ଚିଛି । ଲଗାତାର ଦ୍ବିତୀୟ ଥର ପାଇଁ ବିମାନ ଇନ୍ଧନ ଦାମ କମିଛି । ପ୍ରକାଶଯୋଗ୍ୟ ଯେ ୧ କିଲୋଲିଟର ୧୦୦୦ ଲିଟର । ଏହି ହିସାବରେ ଏଟିଏଫ ପ୍ରତି ଲିଟର ଦର ପ୍ରାୟ 61 ଟଙ୍କା ରହିବ । ଏହା ଦେଖିବାକୁ ଗଲେ ଏଟିଏଫ ପେଟ୍ରୋଲ ଡିଜେଲ ଠାରୁ ବହୁ ଶସ୍ତା ହୋଇଛି । ଦିଲ୍ଲୀରେ ପୋଟ୍ରୋଲ ଲିଟର ପିଛା 70.44 ଓ ଡିଜେଲ ଲିଟର ପିଛା 64.27 ଟଙ୍କା ରହିଛି ।


ସାର୍ବଜନୀନ କ୍ଷେତ୍ରର ପେଟ୍ରୋଲିୟମ ବିତରଣ କମ୍ପାନୀ ପ୍ରତ୍ୟେକ ମାସର ପହିଲାରେ ଏଟିଏଫ ଦାମରେ ସଂଶୋଧନ କରିଥାଏ । ଦେଶର ସବୁଠାରୁ ବ୍ୟସ୍ତବହୁଳ ମୁମ୍ବାଇ ବିମାନ ଆଡ୍ଡାରେ ଏଟିଏଫ ଦାମ କିଲୋଲିଟର ପିଛା 64,946.04ରୁ 61,199.79 ଭିତରେ ରହିଛି । ଏହା ପୂର୍ବରୁ ଜୁନରେ ଏଟିଏଫ ଦାମ ଲିଟର ପିଛା 61.05କୁ ହ୍ରାସ ପାଇଥିଲା । ଯାହା ଫଳରେ ଆର୍ଥିକ ସମସ୍ୟା ମଧ୍ୟ ଦେଇ ଗତି କରୁଥିବା ଏୟାରଲାଇନ୍ସ କମ୍ପାନୀକୁ ଅଧିକ ଫାଇଦା ଦେଇଥାଏ ।

For All Latest Updates

ABOUT THE AUTHOR

...view details