ନୂଆଦିଲ୍ଲୀ: ଅଟଳ ପେନସନ ଯୋଜନା(ଏପିୱାଇ)ରେ ହିତାଧିକାରୀଙ୍କ ସଂଖ୍ୟା 2 ଲକ୍ଷ କୋଟି ପାର କରିଛି । ନଭେମ୍ବରରେ ଏଥିରେ 9 ଲକ୍ଷ ହିତାଧିକାରୀ ଯୋଡି ହୋଇଛନ୍ତି ।
ସେହିପରି 2020 ମାର୍ଚ୍ଚ ସୁଦ୍ଧା ଏହି ଯୋଜନାର ମୋଟ ହିତାଧିକାରୀ ସଂଖ୍ୟା 2.25 କୋଟିକୁ ବୃଦ୍ଧି ନେଇ ଯୋଜନା ରହିଛି । ଏହି ଯୋଜନା ସମ୍ବନ୍ଧରେ ସଚେତନତା ସୃଷ୍ଟି କରିବା ଦ୍ବାରା ଏହାର ପରିସର ସମ୍ପ୍ରସାରିତ ହେଉଛି । ଫଳରେ କୋଟି କୋଟି ଲୋକ ଏହା ଦ୍ବାରା ଉପକୃତ ହୋଇପାରୁଛନ୍ତି ।