ଓଡିଶା

odisha

ETV Bharat / business

ସମଗ୍ର ଦୁନିଆରେ ସର୍ବାଧିକ ପ୍ରବାସୀ ହେଲେ ଭାରତୀୟ - ଦୁନିଆରେ ଭାରତୀୟ ପ୍ରବାସୀ

ପ୍ରବାସୀ ଭାରତୀୟଙ୍କ ସଂଖ୍ୟା ବିଶ୍ବରେ ସବୁଠୁ ଅଧିକ ରହିଛି । ଅର୍ଥାତ ଦୁନିଆର ଅଲଗା ଅଲଗା ଦେଶରେ ରହୁଥିବା ପ୍ରବାସୀଙ୍କ ମଧ୍ୟରେ ଅଧିକ ଭାରତୀୟ । ଅଧିକ ପଢନ୍ତୁ..

ସମଗ୍ର ଦୁନିଆ ସର୍ବାଧିକ ପ୍ରବାସୀ ହେଲେ ଭାରତୀୟ
ସମଗ୍ର ଦୁନିଆ ସର୍ବାଧିକ ପ୍ରବାସୀ ହେଲେ ଭାରତୀୟ

By

Published : Jan 16, 2021, 7:22 PM IST

ନୂଆଦିଲ୍ଲୀ: ପ୍ରବାସୀ ଭାରତୀୟଙ୍କ ସଂଖ୍ୟା ବିଶ୍ବରେ ସବୁଠୁ ଅଧିକ ରହିଛି । ଅର୍ଥାତ ଦୁନିଆର ଅଲଗା ଅଲଗା ଦେଶରେ ରହୁଥିବା ପ୍ରବାସୀଙ୍କ ମଧ୍ୟରେ ଅଧିକ ଭାରତୀୟ । ଆଉ ଏହା ବହୁ ବିବିଧତା ଏବଂ ରକ୍ଷଣାବେକ୍ଷଣ ସମ୍ପ୍ରଦାୟ ମଧ୍ୟରୁ ଗୋଟିଏ ।

ମିଳିତ ଜାତିସଂଘ ରିପୋର୍ଟ କହିଛି ଯେ, 2020 ମସିହାରେ ପ୍ରାୟ 18 କୋଟି ଭାରତୀୟ ନିଜ ଦେଶଠାରୁ ଦୂରରେ ପୃଥିବୀର ବିଭିନ୍ନ ଦେଶରେ ରହୁଛନ୍ତି ଏବଂ ଏହି କ୍ଷେତ୍ରରେ ଏହା ବିଶ୍ବର ସବୁଠୁ ବଡ ପ୍ରବାସୀ ଗୋଷ୍ଠୀ । ବିଶ୍ବ ସଂସ୍ଥା କହିଛି କି, ସଂଯୁକ୍ତ ଆରବ ଅମିରାତ , ଆମେରିକା ଏବଂ ସାଉଦି ଆରବରେ ସର୍ବାଧିକ ସଂଖ୍ୟକ ବିଦେଶୀ ଭାରତୀୟ ବାସ କରନ୍ତି ।

ସଂଯୁକ୍ତ ରାଷ୍ଟ୍ରର ଆର୍ଥିକ ଏବଂ ସାମାଜିକ ବ୍ୟାପାର ବିଭାଗ (ଡିଇଏସଏ)ରେ କହିଛି କି, ଦୁନିଆରେ ଭାରତର ସର୍ବାଧିକ ପ୍ରବାସୀ ଜନସଂଖ୍ୟା ଅଛି । ଭାରତର ପ୍ରାୟ 1.8 କୋଟି ଲୋକ ଦୁନିଆରେ ବିଭିନ୍ନ ସ୍ଥାନରେ ରୁହନ୍ତି । ସବୁଠୁ ରୋଚକପୂର୍ଣ୍ଣ କି ଭାରତୀୟ ପ୍ରବାସୀଙ୍କ ସଂଖ୍ୟା ସମଗ୍ର ଦୁନିଆରେ ରହିଛି ।

ଅନ୍ତଃରାଷ୍ଟ୍ରୀୟ ପ୍ରବାସ-2020 ରିପୋର୍ଟ ମୁତାବକ 1.8 କୋଟି ଭାରତୀୟ ନିଜ ଜନ୍ମସ୍ଥାନରୁ ଦୂର ଅନ୍ୟ ଦେଶରେ ରହୁଛନ୍ତି । ଭାରତ ବ୍ୟତୀତ ଅନ୍ୟ ଦେଶ, ଯାହାର ବଡ ଜନସଂଖ୍ୟା ବିଦେଶରେ ରହୁଛନ୍ତି । ସେଥିରେ ମେକ୍ସିକୋ ଓ ରୁଷ ଅଛନ୍ତି ।

ଏହି ଦୁଇ ଦେଶରେ 1.1.-1.1 କୋଟି ଜନସଂଖ୍ୟା ବିଦେଶରେ ରହୁଛନ୍ତି । ଅନ୍ୟପଟେ 1 କୋଟି ଚୀନ ଓ 80 ଲକ୍ଷ ସିରିଆଇ ମଧ୍ୟ ଅନ୍ୟ ଦେଶରେ ଅଛନ୍ତି । ବିଦେଶରେ ରହୁଥିବା ଭାରତୀୟଙ୍କ ମଧ୍ୟରେ ସବୁଠୁ ଅଧିକ 35 ଲକ୍ଷ ଅମିରାତରେ ରହୁଛନ୍ତି । ଯେତେବେଳେ କି 27 ଲକ୍ଷ ଭାରତୀୟ ଆମେରିକାରେ ଓ 25 ଲକ୍ଷ ସାଉଦି ଆରବରେ ରୁହନ୍ତି । ଏହା ବ୍ୟତୀତ ଅଷ୍ଟ୍ରେଲିଆ, କାନାଡା , କୁଏତ, ଓମାନ , ପାକିସ୍ତାନ, କତାର, ବ୍ରିଟେନରେ ମଧ୍ୟ ଭାରତୀୟ ପ୍ରବାସୀଙ୍କ ଅଧିକ ସଂଖ୍ୟା ରହିଛି ।

ABOUT THE AUTHOR

...view details