ଓଡିଶା

odisha

ETV Bharat / business

ବଜେଟ 2019: ଟିକସ ରିହାତି ରାସ୍ତାରେ ଶିଳ୍ପ

ଆସନ୍ତା ମାସ 5ରେ ସଂସଦରେ ଆଗତ ହେବ 2019-20 ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ । ଏନେଇ ତେଜିଛି କର ରିହାତି ଦାବି । ଆୟକର ସୀମା ଅଢେଇରୁ ବୃଦ୍ଧି କରି 5 ଲକ୍ଷ କରିବାକୁ ଅପିଲ କରିଛି ଏସୋଚେମ (assocham)।

By

Published : Jun 10, 2019, 8:04 PM IST

ପ୍ରତିକାତ୍ମକ ଫଟୋ

ନୂଆଦିଲ୍ଲ: ଜନମତ ଲକ୍ଷ୍ୟରେ ନୂଆ ସରକାର। ସନ୍ତୁଳନ ବଜେଟ ପାଇଁ ଚାଲିଛି ଜୋରସୋର କସରତ । ବଡବଡିଆଙ୍କ ସହ ଆଲୋଚନା ସାଙ୍ଗକୁ ହାଇପ୍ରୋଫାଇଲ ରଣନୀତି ପ୍ରସ୍ତୁତ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଏଥିମଧ୍ୟରେ ଭାରତୀୟ ଶିଳ୍ପ ଜଗତ ତାର ଦାବି ଉପସ୍ଥାପନ କରିଛି । ଆୟକର ସୀମା ଅଢେଇରୁ ବୃଦ୍ଧି କରି 5 ଲକ୍ଷ କରିବାକୁ ଅପିଲ କରିଛି ଏସୋଚେମ (assocham)।

ବର୍ତ୍ତମାନ ସମୟରେ ବେତନଭୋଗୀ, ବେସରକାରୀ, ଓ ବେପାରୀଙ୍କ ମଧ୍ୟରେ ରହିଥିବା ଆୟକର ରିହାତି କ୍ଷେତ୍ରରେ ଅନେକ ଅସମାନତା ରହିଛି । ଖାସକରି ବେତନଭୋଗୀଙ୍କୁ ଅଧିକ ପ୍ରଭାବିତ ହେବାକୁ ପଡୁଛି । ଏଥିଯୋଗୁଁ ମୁଦ୍ରାସ୍ପୀତି ବଢୁଛି । ଏଣୁ ବ୍ୟକ୍ତିଗତ ଆୟକର ଛାଡ ସୀମାକୁ 5 ଲକ୍ଷ କରିବାକୁ ସଂଘ ଉପଦେଶ ଦେଇଛି । କାରଣ ଟିକସ ବୃଦ୍ଧି ଯୋଗୁଁ ଅଧିକ ମାତ୍ରାରେ ଶିଳ୍ପ ପ୍ରଭାବିତ ହେଉଛି । ଖାସ କରି ଅଟୋ ମୋବାଇଲ । ନୂଆ ଟେକନୋଲୋଜିର କାର ଉପରେ ମୋଟ ଟିକସ ପରିମାଣ ଜିଏସଟିକୁ ମିଶାଇ 43 ପ୍ରତିଶତ ରହିଛି । ଯାହାକି କୌଣସି ସାଧାରଣ ଗ୍ରାହକଙ୍କ ପାଇଁ କଷ୍ଟକର ହୋଇପଡୁଛି । ଆଉ ଏଥିଯୋଗୁଁ ବିକ୍ରି ପ୍ରଭାବିତ ହେଉଛି । ଏଣୁ ଏହି ହାରକୁ ହ୍ରାସ କରିବାକୁ ଶିଳ୍ପ ପରାମର୍ଶ ଦେଇଛି । ସେହିପରି ଷ୍ଟାଣ୍ଡାର୍ଡ ଡିଡକ୍ସନ ସୀମାକୁ ମଧ୍ୟ 40ରୁ ବଢାଇ ଲକ୍ଷେ କରିବାକୁ ସ୍ବର ତେଜିଛି ।

ସଞ୍ଚୟକୁ ବୃଦ୍ଧି କରିବା ପାଇଁ ଆୟକର ଆଇନ 80c ଅନୁଯାୟୀ ମିଳୁଥିବା ଟ୍ୟାକ୍ସ ସୀମା ଦେଢରୁ 3 ଲକ୍ଷ କରିବା ଦରକାର ବୋଲି କୁହାଯାଇଛି । ଏଥିସହ ଛୁଆଙ୍କ ଶିକ୍ଷା ପାଇଁ ମିଳୁଥିବା ରିହାତି ସର୍ବାଧିକ 2ଟି ପିଲାଙ୍କ ପାଇଁ ହଜାରେ ଲେଖାଏଁ ହିସାବରେ ଛାଡ କରିବା ଦରକାର ।

2019-20 ଅନ୍ତରୀଣ ବଜେଟରେ ସରକାର ଟିକସ ସ୍ଲାବରେ କୌଣସି ପରିବର୍ତ୍ତନ ନ କରି ବାର୍ଷିକ 5 ଲକ୍ଷ ଟଙ୍କା ଆୟ ଉପରେ ଟିକସ ଫ୍ରି କରିଥିଲେ ।

For All Latest Updates

ABOUT THE AUTHOR

...view details