ହାଇଦ୍ରାବାଦ: COVID-19 ମହାମାରୀ, ଯାହା ଆମ ଆଖି ସାମ୍ନାରେ ଉନ୍ମୋଚିତ ହୋଇଛି, ଏକ ବିଶ୍ୱଯୁଦ୍ଧର ତୀବ୍ରତାରେ ବିନାଶ ହେବାର ଆଶଙ୍କା ରହିଛି । ପ୍ରତିଷେଧକ ପଦକ୍ଷେପ ନେବାରେ ବିଫଳ ହୋଇଥିବା ଦେଶଗୁଡିକ ମାନବିକ କ୍ଷତିର ସମ୍ମୁଖୀନ ହୋଇଛନ୍ତି । ଆଉ ଯେଉଁମାନେ ସତର୍କତା ଅବଲମ୍ବନ କରିଛନ୍ତି ସେମାନେ ଗୁରୁତର ଆର୍ଥିକ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଦେଶରେ ମୋଟ ଘରୋଇ ଉତ୍ପାଦ(ଜିଡିପି) ଗଭୀର ଭାବେ ହ୍ରାସ ପାଇବା ଆଶଙ୍କା ଦେଖାଦେଇଛି ।
ମାନବ ଜୀବନକୁ ପ୍ରାଧାନ୍ୟ ଦେଇ ମାର୍ଚ୍ଚ 25ରୁ ଦେଶବ୍ୟାପି ଲକଡାଉନ ଜାରି କରିବା ସହ ଦେଶର ଅର୍ଥନୀତି ଆଇସିୟୁରେ ଭର୍ତ୍ତି କରିଦିଆଯାଇଛି । ଜନତାଙ୍କ ସ୍ବାସ୍ଥ୍ୟର ସୁରକ୍ଷା ହେଉଛି ସରକାରଙ୍କ ସାମ୍ବିଧାନିକ ଦାୟିତ୍ବ । ଯେତେବେଳେ ରାଜ୍ୟ ସରକାର ସେମାନଙ୍କ ଜନତାଙ୍କ ଜୀବନକୁ ବଞ୍ଚାଇବାକୁ ସମସ୍ତ ଶକ୍ତିକୁ ଖର୍ଚ୍ଚ କରୁଛନ୍ତି ସେହି ସମୟରେ ଆର୍ଥିକ ଘାଟା ବଡ ଚ୍ୟାଲେଞ୍ଜ ସୃଷ୍ଟି କରୁଛି ।
ରାଜ୍ୟଗୁଡିକ ନିଜେ ସଂଗ୍ରହ କରୁଥିବା ଟିକସ ରାଜସ୍ବ 46 ପ୍ରତିଶତ ଏବଂ ଅଣ ଟିକସ ରାଜସ୍ବ 8 ପ୍ରତିଶତ । ଆଉ ଅବଶିଷ୍ଟ ହେଉଛି କେନ୍ଦ୍ରୀୟ କର( 26 ପ୍ରତିଶତ) ଏବଂ ଅନୁଦାନ(20 ପ୍ରତିଶତ ) ରହିଥାଏ । ହେଲେ ରାଜ୍ୟର ସରକରଙ୍କ ଗୁରୁତ୍ବପୂର୍ଣ୍ଣ ଆୟର ଉତ୍ସ ହେଉଛି SGST (39.9 ପ୍ରତିଶତ), ପେଟ୍ରୋଲିୟମ ଉତ୍ପାଦ ଉପରେ ଭାଟ (21.5 ପ୍ରତିଶତ), ସମ୍ପତ୍ତି ପଞ୍ଜିକରଣ ଉପରେ ଷ୍ଟାମ୍ପ ରେଜିଷ୍ଟ୍ରେସନ ଡ୍ୟୁଟି (11.9 ପ୍ରତିଶତ) ଓ ଗାଡିବାହନ ପଞ୍ଜିକରଣ ଟିକସ (5.7 ପ୍ରତିଶତ) ଆଦି ଲକଡାଉନ ଯୋଗୁଁ ଠପ ହୋଇଯାଇଛି । ଏଣୁଯୋଗୁଁ ରାଜ୍ୟ ରାଜକୋଷ ଏବେ ଖାଲି ।
ଉତ୍ତରପ୍ରଦେଶକୁ ଯଦି ଦେଖିବା ତେବେ ଏହି ରାଜ୍ୟକୁ ଏପ୍ରିଲ ମାସରେ କର୍ମଚାରୀଙ୍କୁ ଦରମା ଓ ପେନସନଭୋଗୀଙ୍କୁ ପେନସନ ଦେବାରେ ହିଁ 1200 କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡିଛି । ହେଲେ ରାଜ୍ୟର ଆୟ ମାତ୍ର 2284 କୋଟି ଟଙ୍କା ରହିଛି । ଏଭଳି କ୍ଷେତ୍ରରେ ଆୟ ଚାରଣା ବ୍ୟୟ 1 ଟଙ୍କା ସ୍ଥିତି ଉପୁଜିଛି ।