ଓଡିଶା

odisha

ETV Bharat / business

ଋଣ ଭାର ଯୋଗୁଁ ଚିନ୍ତିତ କି ? କେମିତି କି ଦୂର କରିବେ ଏହି ସମସ୍ୟା, ଜାଣନ୍ତୁ - କିପରି ଦୂର କରିବେ ଋଣ ଭାର

ଅଧିକ ଋଣ ମାନସିକ ଅବସାଦର କାରଣ । ଆପଣ ଏହି ଋଣ ଭାର ଯୋଗୁଁ ଚିନ୍ତିତ କି ? କିପରି କରିବେ ଏହାର ସମାଧାନ । ଆସନ୍ତୁ ଜାଣିବା

ଋଣ ଭାର ଯୋଗୁଁ ଚିନ୍ତିତ କି ? କେମିତି କି ଦୂର କରିବେ ଏହି ସମସ୍ୟା, ଜାଣନ୍ତୁ
ଋଣ ଭାର ଯୋଗୁଁ ଚିନ୍ତିତ କି ? କେମିତି କି ଦୂର କରିବେ ଏହି ସମସ୍ୟା, ଜାଣନ୍ତୁ

By

Published : Jan 11, 2022, 2:55 PM IST

ହାଇଦ୍ରାବାଦ: ଜୀବନର ପ୍ରତିଟି କ୍ଷେତ୍ରରେ ଅନୁଶାସନ ଜରୁରୀ । ବିଶେଷକରି ଯେତେବେଳେ ଟଙ୍କା କଥା ଆସେ, ଏହା ଅଧିକ ଗୁରୁତ୍ବପୂର୍ଣ୍ଣ ହୋଇପଡେ । ଯଦି ଆପଣ ଆୟଠୁ ଅଧିକ ବ୍ୟୟ କରୁଛନ୍ତି, ତେବେ ସାବଧାନ ! ଏହା ଆପଣକୁ ଋଣର ଅନ୍ଧକାର ଭିତରକୁ ଠେଲିପାରେ । ଋଣ ଭାର ବଢିଲେ ଅନୁରୂପ ଭାବେ ସୁଧ ବୋଝ ମଧ୍ୟ ବଢିଥାଏ । ପରେ ଏହା ମାନସିକ ଅବସାଦର କାରଣ ପାଲଟି ଯାଇଥାଏ । ଏପରିକି ବ୍ୟକ୍ତି ଏଥିରୁ ମୁକୁଳିବାକୁ ଆତ୍ମହତ୍ୟାକୁ ମଧ୍ୟ ବାଛି ନେଇଥାଏ । ଏଣୁ ଋଣରୁ ମୁକ୍ତି ପାଇଁ ଆର୍ଥିକ ମାମଲାରେ ଅନୁଶାସନ ବଜାୟ ରଖିବା ଜରୁରୀ । ଯାହା ଏକ ସୁରକ୍ଷିତ ଏବଂ ଚାପମୁକ୍ତ ଜୀବନ ଧାରଣରେ ସହାୟକ ହୋଇଥାଏ । ତେଣୁ ଜାଣି ରଖନ୍ତୁ ଅଧିକ ସମସ୍ୟା ବିନା କିପରି ଦୂର କରିବେ ଋଣ ଭାର ।

  • ଯେତେବେଳେ ଆୟ ଠାରୁ ବ୍ୟୟ ଅଧିକ ହୁଏ, ତେବେ ବ୍ୟକ୍ତି ଋଣ କରିଥାନ୍ତି । ଉକ୍ତ ଋଣ ପରିଶୋଧ ହେବା ପୂର୍ବରୁ ପୁଣି ଏକ ଋଣ ଭାର ଲଦି ହୋଇଯାଇଥାଏ । କିଛି ବର୍ଷ ପରେ ଏହା ଅସହ୍ୟ ହୋଇପଡେ । ସେହିପରି ଠିକ୍ ସମୟରେ ଋଣ ନ ପରିଶୋଧ କରିବା ଦ୍ବାରା CIBIL ସ୍କୋର ମଧ୍ୟ ପ୍ରଭାବିତ ହୋଇଥାଏ, ଯାହାକୁ ଆପଣ ବହୁ ବର୍ଷର ପରିଶ୍ରମ ପରେ ସୃଷ୍ଟି କରିଥାନ୍ତି । ଏହାବ୍ୟତୀତ ସୁଧହାର ମଧ୍ୟ ବୃଦ୍ଧି ପାଇଥାଏ । ଏଣୁ ଆର୍ଥିକ ଅନୁଶାସନ ସହିତ ଏହି କରଜରୁ ମୁକୁଳିବା ଶ୍ରେୟସ୍କର ଅଟେ ।
  • ଋଣ ପରିଶୋଧ କରିବା ଦିଗରେ ଆମେ ସବୁବେଳେ ପଜିଟିଭ୍ ଆଉଟଲୁକ୍ ରଖିବା ଜରୁରୀ । ଠିକ୍ ସମୟ ମଧ୍ୟରେ ଲୋନ୍ ସୁଝିବା ଆମର ଆଇନଗତ ତଥା ନୈତିକ୍ୟ କର୍ତ୍ତବ୍ୟ ବୋଲି ମନେ ରଖିବା ଆବଶ୍ୟକ । ଯଦି ଆପଣ ଋଣ ପରିଶୋଧ କରିବାରେ ବିଳମ୍ବ କରୁଛନ୍ତି ତେବେ ଆପଣ CIBIL ସ୍କୋର ବିଗିଡିପାରେ । ଯଦ୍ବାରା ଭବିଷ୍ଯତରେ ଆପଣଙ୍କୁ ଆଉ ଲୋନ୍ ମିଳିବ ନାହିଁ । ଏହା ସଙ୍ଗେ ସଙ୍ଗେ ପୁରୁଣା ଲୋନ ଉପରେ ଉଚ୍ଚ ସୁଧ ମଧ୍ୟ ପରିଶୋଧ କରିବାକୁ ହେବ । ତେଣୁ ଯଦି ଲୋନ୍ ନେଉଛନ୍ତି ତେବେ ଏହାକୁ ଠିକ୍ ସମୟରେ ସୁଝିବାକୁ ପ୍ରସ୍ତୁତ ରୁହନ୍ତୁ । ଆବଶ୍ୟକସ୍ଥଳେ personal finance professionalଙ୍କ ପରମର୍ଶ ନେବା ମଧ୍ୟ ଭଲ ।
  • ଅନେକ ସମୟରେ ଆମର କୌଣସି ନିଷ୍ପତ୍ତି ଆର୍ଥିକ କ୍ଷତିର କାରଣ ହୋଇଥାଏ । କିଛି ଲୋକ ବିନା କୌଣସି ଯୋଜନାରେ ନିର୍ଦ୍ବନ୍ଦରେ ଅନେକ ଜିନିଷ କ୍ରୟ କରିଥାନ୍ତି । ଏହି ଅଭ୍ୟାସ ହିଁ ସେମାନଙ୍କୁ ଋଣର ଜାଲରେ ଛନ୍ଦି ଦେଇଥାଏ । ତେଣୁ ଯଦି ଋଣ ଭାର ବଢୁଛି, ତେବେ ସର୍ବପ୍ରଥମେ ଏହାକୁ କିପରି କମ୍ କରାଯିବ ତାହା ଚିନ୍ତା କରନ୍ତୁ । ଋଣ ସୁଝିବାକୁ ଆର୍ଥିକ ବିଶେଷଜ୍ଞଙ୍କ ପରାମର୍ଶ ନେବା ଶ୍ରେୟସ୍କର । ସେହିପରି ପ୍ରଥମେ ଉକ୍ତ ଲୋନ ପରିଶୋଧ କରିବାକୁ ପ୍ରୟାସ କରନ୍ତୁ ଯାହାପାଇଁ ଆପଣଙ୍କୁ ଅଧିକ ସୁଧ ଦେବାକୁ ପଡୁଛି । ଉଦାହରଣ ସୂରୁପ- କ୍ରେଡିଟ୍ କାର୍ଡ ବିଲ୍(credit card bills) । ଏହି ଋଣକୁ ଯେତେଶୀଘ୍ର ପରିଶୋଧ କରାଯିବ ତାହା ସେତେ ଭଲ । ଏହିପରି ଲୋନ୍‌ଗୁଡିକର ମାସିକ ଇନଷ୍ଟଲମେଣ୍ଟ କୌଣସି ପରିସ୍ଥିତିରେ ମଧ୍ୟ ବନ୍ଦ କରାଯିବା ଅନୁଚିତ୍ । ଏହାଦ୍ବାରା ଆପଣଙ୍କୁ ଆୟକର ଶୁଳ୍କରୁ ମଧ୍ୟ ମୁକ୍ତି ମିଳିଥାଏ ।
  • ଏହାବ୍ୟତୀତ ଦୁଇ-ତିନୋଟି ଛୋଟ ଛୋଟ ଋଣ ସୁଝିବାକୁ ଆପଣ ସିଙ୍ଗଲ ଲୋନ ମଧ୍ୟ ନେଇପାରିବେ । ଏହାଦ୍ବାରା ଲୋନ୍ ଚିନ୍ତାରୁ ସାମାନ୍ୟ ଆଶ୍ବସ୍ତି ମିଳିପାରିଥାଏ । ଉଦାହରଣସୂରୁପ, ଦୁଇରୁ ତିନୋଟି କ୍ରେଡିଟ୍ କାର୍ଡ ବିଲ୍‌ ଦୂର କରିବାକୁ ଆପଣ ଗୋଟିଏ ପର୍ସନାଲ ଲୋନ୍ ନେଇପାରିବେ । ଯଦି ଆପଣଙ୍କ ନିକଟରେ ହୋମ୍ ଲୋନ୍ ଅଛି, ତାହାହେଲେ ଟପ୍-ଅପ୍ ଲୋନ(top up loan) ନେଇ ସବୁ ଲୋନ୍ ପରିଶୋଧ କରିପାରିବେ ।
  • କେବେ ବି ଋଣ ଫାଙ୍କିବା ମନୋବୃତ୍ତି ରଖନ୍ତୁ ନାହିଁ । ପୁରା କ୍ଷମତାର ସହ କିପରି ଏହି ବୋଝକୁ ହାଲୁକା କରିବା ସେ ଦିଗରେ ପ୍ରୟାସ କରନ୍ତୁ । ଅଧିକାଂଶ ଲୋନ୍ ଉପରେ ସୁଧହାର ଉଚ୍ଚ ରହିଥାଏ । ତେଣୁ ଦରକାର ପଡିଲେ ସୁନା କିମ୍ବା ଅନ୍ୟ କୌଣସି ସମ୍ପତ୍ତିକୁ ବନ୍ଧକ ରଖି ଋଣ ନିଅନ୍ତୁ । ଏହାଦ୍ବାରା ଆପଣଙ୍କ ଲୋନ୍ ଉପରେ ସୁଧହାର କମ୍ ହୋଇଥାଏ । ଏହା ସେତେବେଳେ କରନ୍ତୁ ଯେତେବେଳେ ଆପଣଙ୍କୁ ଲୋନର ଆବଶ୍ୟକତା ଅତି ଜରୁରୀ ହୋଇଥିବ । ଦୀର୍ଘକାଳୀନ ଭଲ ରିଟର୍ଣ୍ଣ ପ୍ରଦାନକାରୀ ନିବେଶ ଯୋଜନାରେ ନିବେଶ କରନ୍ତୁ । ଉଚ୍ଚ ସୁଧହାର ବିଶିଷ୍ଟ ଋଣ ନିଅନ୍ତୁ ନାହିଁ ଯାହା ଆର୍ଥିକ ରୂପେ ଆପଣଙ୍କୁ ଦେବାଳିଆ କରୁଛି । ସର୍ବଦା ଚାପମୁକ୍ତ ଜୀବନଯାପନ ଦିଗରେ ଧ୍ୟାନ ଦିଅନ୍ତୁ ।

ABOUT THE AUTHOR

...view details