ଓଡିଶା

odisha

ETV Bharat / business

ମୁକ୍ତ ବାଣିଜ୍ୟ ପାଇଁ ଟ୍ରମ୍ପ ସମେତ ଆପେକ୍ ଲିଡର ସହମତ - APEC leaders

କୋରୋନା ଭାଇରସ ପ୍ରଭାବରେ ଧୀମା ପଡିଥିବା ଅର୍ଥବ୍ୟବସ୍ଥାକୁ ଟ୍ରାକକୁ ଫେରାଇ ଆଣିବା ପାଇଁ ମୁକ୍ତ, ଖୋଲା ଏବଂ ଭେଦଭାବ ନଥିବା ବାଣିଜ୍ୟ ଏବଂ ପୁଞ୍ଜି ନିବେଶ ଦିଗରେ କାମ କରିବାକୁ ସଂକଳ୍ପବଦ୍ଧ ଟ୍ରମ୍ପଙ୍କ ସମେତ ଆପେକ୍ ଲିଡର । ଅଧିକ ପଢନ୍ତୁ...

ମୁକ୍ତ ବାଣିଜ୍ୟ ପାଇଁ  ଟ୍ରମ୍ପ ସମେତ ଆପେକ୍ ଲିଡର ସହମତ
ମୁକ୍ତ ବାଣିଜ୍ୟ ପାଇଁ ଟ୍ରମ୍ପ ସମେତ ଆପେକ୍ ଲିଡର ସହମତ

By

Published : Nov 21, 2020, 9:10 PM IST

କୁଆଲାଲମ୍ପୁର: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସମେତ ଏସିଆ-ପାସିଫିକ ଆର୍ଥିକ ସହଯୋଗ ଫୋରମ (ଆପେକ) ର ନେତା ମାନେ ମୁକ୍ତ ବାଣିଜ୍ୟ ପାଇଁ ଜଣାଛନ୍ତି ସହମତି । କୋରୋନା ଭାଇରସ ପ୍ରଭାବରେ ଧୀମା ପଡିଥିବା ଅର୍ଥବ୍ୟବସ୍ଥାକୁ ଟ୍ରାକକୁ ଫେରାଇ ଆଣିବା ପାଇଁ ମୁକ୍ତ, ଖୋଲା ଏବଂ ଭେଦଭାବ ନଥିବା ବାଣିଜ୍ୟ ଏବଂ ପୁଞ୍ଜି ନିବେଶ ଦିଗରେ କାମ କରିବାକୁ ସଂକଳ୍ପ ନେଇଛନ୍ତି ।

ଆପେକ ନେତାମାନେ 2017 ପରଠୁ ଶୁକ୍ରବାର ନିଜ ପ୍ରଥମ ସଂଯୁକ୍ତ ବିବୃତ୍ତି ଜାରି କରିବା ପାଇଁ ମତଭେଦକୁ ଅଲଗା ରଖିଛନ୍ତି । ଏଥିସହ 21 ଆପେକ ଅର୍ଥବ୍ୟବସ୍ଥା ମଧ୍ୟରେ ବଡ ପରିମାଣରେ ମୁକ୍ତ ବ୍ୟାପର ଚୁକ୍ତି ଓ ଆଞ୍ଚଳିକ ଏକତ୍ରୀକରଣକୁ ମଜବୁତ ପାଇଁ ସହମତି ଜଣାଇଛନ୍ତି ।

ଏ ବର୍ଷ ବୈଠକର ଆୟୋଜକ ଦେଶ ମାଲେସିଆର ପ୍ରଧାନମନ୍ତ୍ରୀ ମୋହିଉଦ୍ଦିନ ୟାସିନ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଅତୀତର ବୁଝାମଣା ବାର୍ତ୍ତାକୁ ବାଧାପ୍ରାପ୍ତ କରିଥିବା ଆମେରିକା ଏବଂ ଚୀନର ବାଣିଜ୍ୟ ଯୁଦ୍ଧ କୋଭିଡ-19 ମହାମାରୀ ଯୋଗୁଁ ଶେଷ ହୋଇଛି ।

ଚଳିତ ବର୍ଷ ଏସିଆ-ପାସିଫିକ ଅଞ୍ଚଳର ଅଭିବୃଦ୍ଧି ହାରରେ 2.7 ପ୍ରତିଶତ ହ୍ରାସ ପାଇବା ଆଶା ରହିଛି । ଯାହା 2019 ରେ 3.6 ପ୍ରତିଶତ ହାରରେ ବୃଦ୍ଧି ପାଇଛି । ସେ କହିଛନ୍ତି ଯେ ଆର୍ଥିକ ପୁନରୁଦ୍ଧାରକୁ ତ୍ବରାନ୍ବିତ ଏବଂ ଏକ ସୁଲଭ ଟିକା ବିକଶିତ କରିବା ଉପରେ APEC ର ଗୁରୁତ୍ବ ରହିଛି ।

ABOUT THE AUTHOR

...view details