ଓଡିଶା

odisha

ETV Bharat / business

କର୍ପୋରେଟ କର 15 ପ୍ରତିଶତକୁ ହ୍ରାସ ନେଇ ସିଆଇଆଇର ଦାବି

କମ୍ପାନୀ ଉପରେ ଲାଗୁଥିବା ସମସ୍ତ କରକୁ ହଟାଇ 2023 ସୁଦ୍ଧା କେବଳ 15 ପ୍ରତିଶତ କରାଯାଉ । ଏନେଇ ଆଗାମୀ ବଜେଟରେ ଘୋଷଣା କରିବାକୁ ସରକାରଙ୍କୁ ଦାବି ଜଣାଇଛି ସିଆଇଆଇ।

announce convergence of all corporate tax rates to 15 pc in budget cii
କର୍ପୋରେଟ କର 15 ପ୍ରତିଶତକୁ ହ୍ରାସ ନେଇ ସିଆଇଆଇର ଦାବି

By

Published : Jan 20, 2020, 4:50 PM IST

ନୂଆଦିଲ୍ଲୀ: କମ୍ପାନୀ ଉପରେ ଲାଗୁଥିବା ସମସ୍ତ କରକୁ ହଟାଇ 2023 ସୁଦ୍ଧା କେବଳ 15 ପ୍ରତିଶତ କରାଯାଉ । ଏନେଇ ଆଗାମୀ ବଜେଟରେ ଘୋଷଣା କରିବାକୁ ସରକାରଙ୍କୁ ଦାବି ଜଣାଇଛି ପ୍ରମୁଖ ଉଦ୍ୟୋଗ ମଣ୍ଡଳ ଭାରତୀୟ ଉଦ୍ୟୋଗ ପରିସଂଘ (ସିଆଇଆଇ) ।


ସରକାର, ଆଗାମୀ ସାଧାରଣ ବଜେଟରେ ସମସ୍ତ କର୍ପୋରେଟ କର ଦରକୁ ଛାଡ କରି 2023 ଏପ୍ରିଲ ସୁଦ୍ଧା 15 ପ୍ରତିଶତକୁ ଆଣିବା ପାଇଁ ଘୋଷଣା କରନ୍ତୁ ବୋଲି ସିଆଇଆଇ ପରାମର୍ଶ ଦେଇଛି ।

ସିଆଇଆଇ ଅଧ୍ୟକ୍ଷ ବିକ୍ରମ କିଲୋସ୍କର କହିଛନ୍ତି ଯେ, ‘‘ ସାଧାରଣ ବଜେଟରେ କର୍ପୋରେଟ କରକୁ ସମସ୍ତ ପ୍ରକାର ପ୍ରୋତ୍ସାହନ ଓ ରିହାତିକୁ ଶେଷ ନେଇ ରୂପରେଖ ପ୍ରସ୍ତୁତ କରାଯାଇପାରିବ । ଏଭଳି ପ୍ରକାର ସୁବିଧା ଦ୍ବାରା ନିବେଶକଙ୍କ ଧାରଣା ମଜବୁତ ସହ ନିବେଶ ପାଇଁ ପ୍ରୋତ୍ସାହନ ମିଳିବ ।

ଗତ ବର୍ଷ ସରକାର କର୍ପୋରେଟ କର ହ୍ରାସ 10 ପ୍ରତିଶତ ହ୍ରାସ କରିଥିଲେ । ଫଳରେ ଏହା 22 ପ୍ରତିଶତରେ ପହଞ୍ଚିଛି । ଏହା ଉପରେ ପୁଣି ସେସ ଓ ସରଚାର୍ଜ ଲାଗୁ ଦ୍ବାରା ଏହା 25.17 ପ୍ରତିଶତ ପର୍ଯ୍ୟନ୍ତ ପହଞ୍ଚିଯାଉଛି । ଏଣୁ ଏହି ହ୍ରାସର ପ୍ରଭାବ ଏତେଟା ସନ୍ତୋଷଜନକ ନୁହେଁ ବୋଲି ଉଦ୍ୟୋଗ ଜଗତ କହିଛି ।

ଏହା ବ୍ୟତିତ 2023 ମାର୍ଚ୍ଚ ପର୍ଯ୍ୟନ୍ତ ଉତ୍ପାଦନ ଆରମ୍ଭ କରିଥିବା ବିନିର୍ମାଣ କ୍ଷେତ୍ରର କମ୍ପାନୀ(ଯାହାର ଗଠନ 2019 ଅକ୍ଟୋବର ବା ପରେ)ଙ୍କ ପାଇଁ 15 ପ୍ରତିଶତ ହାରରେ କର ଦେବାକୁ ହେବ । ଏଥିସହ ସେସ ଓ ସରଚାର୍ଜ ସହ ଏହା 17.14ପ୍ରତିଶତ ହେବ ।

ABOUT THE AUTHOR

...view details