ନୂଆଦିଲ୍ଲୀ: ବନ୍ଦ ପଡିଥିବା ଜେଟ ଏୟାରୱେଜକୁ କିଣିବା ପାଇଁ କୌଣସି ଆଗ୍ରହ ନାହିଁ । ଏଭଳି କହି ଶିଳ୍ପପତି ଅନୀଲ ଅମ୍ବାନୀ ଏୟାରୱେଜ ପୁର୍ନଉଦ୍ଧାର ଆଶାକୁ ମଉଲାଇ ଦେଇଛନ୍ତି ।
ଋଣ ଭାରରେ ବୁଡି ରହିଥିବା ଏୟାରୱେଜ ମାମଲା ଦେବାଳିଆ ଆଇନ ଅଧୀନରେ ନ୍ୟାସନାଲ କମ୍ପାନି ଲ' ଟ୍ରିବୁନାଲ(ଏନସିଏଲଟି) ଅଧିନରେ ବିଚାରଧୀନ ରହିଛି । ଏପଟେ ଅଗ୍ରୱାଲଙ୍କ ନିବେଶ କମ୍ପାନୀ ଭୋଲ୍କନ ଇନଭେଷ୍ଟମେଣ୍ଟ ରବିବାର ଇଓଆଇ (ରୁଚି ପତ୍ର)
ଦାଖଲ କରିଥିଲା । ଏ ନେଇ ସମସ୍ତଙ୍କ ମନରେ ପୁଣି ଜେଟ ଉଡିବ ବୋଲି ନୂଆ ଆଶା ଦେଖାଦେଇଥିଲା ।