ଓଡିଶା

odisha

ETV Bharat / business

ଲକଡାଉନ୍ ଅବଧି ବଢାଇବା ସପକ୍ଷରେ ନାହାଁନ୍ତି ଆନନ୍ଦ ମହିନ୍ଦ୍ରା - ଲକଡାଉନ୍ ଅବଧି ବଢାଇବା ସପକ୍ଷରେ ନାହାଁନ୍ତି ଆନନ୍ଦ ମହିନ୍ଦ୍ରା

ମହିନ୍ଦ୍ରା ଗ୍ରୁପର ଚେୟାରମ୍ୟାନ ଓ ଦେଶର ବଡ ଉଦ୍ୟୋଗପତିରୁ ଜଣେ ଆନନ୍ଦ ମହିନ୍ଦ୍ରା ଲକଡାଉନ୍ ବଢାଇବା ପକ୍ଷରେ ନାହାଁନ୍ତି । ସେ ଏଥିପାଇଁ ଏକ ଟର୍ମର ବ୍ୟବହାର କରିଛନ୍ତି ।

anand mahindra
ଆନନ୍ଦ ମହିନ୍ଦ୍ରା

By

Published : May 12, 2020, 4:40 PM IST

ନୂଆଦିଲ୍ଲୀ: ମହିନ୍ଦ୍ରା ଗ୍ରୁପର ଚେୟାରମ୍ୟାନ ଓ ଦେଶର ବଡ ଉଦ୍ୟୋଗପତିରୁ ଜଣେ ଆନନ୍ଦ ମହିନ୍ଦ୍ରା ଲକଡାଉନ୍ ବଢାଇବା ପକ୍ଷରେ ନାହାଁନ୍ତି । ସେ ଏଥିପାଇଁ ଏକ ଟର୍ମର ବ୍ୟବହାର କରିଛନ୍ତି । ଯଦି ଲକଡାଉନର ଅବଧି ବଢେ ତେବେ ଦେଶରେ ଆର୍ଥିକ ‘ହାରା-କିରୀ’ ଅର୍ଥାତ ଅର୍ଥବ୍ୟବସ୍ଥା ପାଇଁ ଆତ୍ମଘାତୀ ହେବ ।

ସୋମବାର କିଛି ଲଗାତାର ଟ୍ବିଟ କରି ଆନନ୍ଦ ମହିନ୍ଦ୍ରା ଏହି କଥା କହିଛନ୍ତି । ସେ ଏକ ଟ୍ବିଟରେ କହିଛନ୍ତି ଯଦି ଲକଡାଉନ୍ ଅବଧି ବଢାଯାଏ ତେବେ ଅର୍ଥବ୍ୟବସ୍ଥାକୁ ବଡ କ୍ଷତି ହେବ । ଲୋକଙ୍କ ଜୀବିକା ଏକ ପ୍ରକାର ପ୍ରତିରକ୍ଷା ପ୍ରକ୍ରିୟା । ଆଉ ଲକଡାଉନ୍ ଲୋକଙ୍କ ପ୍ରତିରକ୍ଷା ଶକ୍ତି କମ୍ କରିଦେବ ଓ ଏହାର ଅଧିକ କ୍ଷତି ସମାଜରେ ଥିବା ଗରିବ ଶ୍ରେଣୀ ଲୋକଙ୍କୁ ହେବ ।

ତେବେ ଆନନ୍ଦ ମହିନ୍ଦ୍ରା କହିଥିବା ହାରା-କିରୀର ଅର୍ଥ ହେଉଛି । ଜାପାନରେ ଯୁଦ୍ଧରେ ହାରିଥିବା ଯୋଦ୍ଧା ବନ୍ଦୀ ହେବାରୁ ରକ୍ଷା ପାଇବା ପାଇଁ ନିଜ ପେଟରେ ଛୁରା ମାରି ଆତ୍ମହତ୍ୟା କରିଥାନ୍ତି । ଏହାକୁ ହାରା-କିରୀ କୁହାଯାଏ । ପ୍ରକାଶଥାଇକି, ଆନନ୍ଦ ମହିନ୍ଦ୍ରା ସମ୍ପୁର୍ଣ୍ଣ ଭାବେ ଲକଡାଉନ୍ ବିଫଳ ହୋଇଥିବା କହିନାହାଁନ୍ତି । ଏହାର କିଛି ପଜିଟିଭ୍ ଥିବା କଥା ବି ସେ କହିଛନ୍ତି । ଲକଡାଉନ୍ କାରଣରୁ ଅନେକ ମୃତ୍ୟୁକୁ ଏଡାଇ ଦିଆଯାଇପାରିଛି ବୋଲି ସେ ଟ୍ବିଟ କରି କହିଛନ୍ତି । ଭାରତରେ ପ୍ରତି 10 ଲକ୍ଷ ଲୋକରେ ମୃତ୍ୟୁ ହାର 1.4 ପ୍ରତିଶତ ଅଛି ।

ପ୍ରକାଶଥାଉକି, ଆନନ୍ଦ ମହିନ୍ଦ୍ରା ପ୍ରଥମରୁ ହିଁ ଲକଡାଉନ୍ ବଢାଇବା ସପକ୍ଷରେ ନଥିଲେ । ସେ କହିଥିଲେ କର୍ମଚାରୀମାନେ ୱାର୍କ ଫର୍ମ ହୋମ୍ କାର୍ଯ୍ୟ କରିବା ସବୁଠାରୁ ଭଲ ।

ABOUT THE AUTHOR

...view details