ନୂଆଦିଲ୍ଲୀ: ନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ କରନ୍ତି ଜନତା । ଏଥିପାଇଁ ଗଣତାନ୍ତ୍ରିକ ରାଷ୍ଟ୍ରରେ ଭୋଟର ହେଉଛନ୍ତି ଭଗବାନ । କିନ୍ତୁ ଏହି ଭଗବାନ ଏବେ ଫକୀର ଆଉ ସେମାନେ ଚୟନ କରୁଥିବା ସାଂସଦଙ୍କ ଘରେ ବିରାଜମାନ ଲକ୍ଷ୍ମୀ । କୋଟି କୋଟି ସମ୍ପତ୍ତି ସହ ସାଂସଦମାନେ ଆରାମ କରୁଥିବାବେଳେ ତାଙ୍କୁ ବିଜୟର ସ୍ବାଦ ଚଖାଉଥିବା ଭୋଟର ପେଟ ଖାଲି ।
ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟ ମୁତାବକ, ଜଣେ ସାଧାରଣ ଟିକସଦାତାର ବାର୍ଷିକ ଆୟ ଓ ସାଂସଦଙ୍କ ସମ୍ପତ୍ତି ମଧ୍ୟରେ ଆକାଶ -ପାତାଳ ଫରକ ରହିଛି । ଜଣାପଡିଛି ଯେ, ଜଣେ ସାଂସଦଙ୍କ ପାଖରେ ଯେତେ ସମ୍ପତ୍ତି ରହିଛି । ତାହାକୁ ପାଇବା ପାଇଁ ଜଣେ ମଧ୍ୟବିତ୍ତ ଟିକସଦାତାଙ୍କୁ 346 ବର୍ଷ କସରତ କରିବାକୁ ପଡିବ ।