ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରରେ ଫେରୁଛି ଶାନ୍ତି । ସ୍ବଭାବିକ ହେଉଛି ସ୍ଥିତି । ପେଟ୍ରୋଲ, ଡିଜେଲ, କିରୋସିନ, ଏଲପିଜି, ଚାଉଳ ଆଦି ଗତବର୍ଷ ତୁଳନାରେ ଡବଲ ହୋଇଛି । ଏଥିସହ ସମସ୍ତ ଲ୍ୟାଣ୍ଡଲାଇନ ଚାଲୁ ରହିବା ସହ ଦୋକାନ ସବୁ ଖୋଲା କହିଛି । ବୁଧବାର ଏ ନେଇ ଗୃହମନ୍ତ୍ରୀ ଅମିତ ଶାହା ରାଜ୍ୟସଭାରେ ତଥ୍ୟ ଦେଇଛନ୍ତି ।
କାଶ୍ମୀରରେ ସ୍ଥିତି ସାମାନ୍ୟ, 23 ଟନ ସେଓ ଉତ୍ପାଦନ ଆଶା - କାଶ୍ମୀର ସେଓ
ଜମ୍ମୁ-କାଶ୍ମୀରରେ ସ୍ଥିତି ପୂରା ସ୍ବାଭାବିକ ରହିଛି । ଅର୍ଥବ୍ୟବସ୍ଥାକୁ ନେଇ ରାଜ୍ୟସଭାରେ ତଥ୍ୟ ରଖିଲେ ଗୃହମନ୍ତ୍ରୀ ଅମିତ ଶାହା ।
କାଶ୍ମୀରରେ ସ୍ଥିତି ସାମାନ୍ୟ, 23 ଟନ ସେଓ ଉତ୍ପାଦନ ଆଶା
କାଶ୍ମୀରରେ ସ୍ଥିତି ସ୍ବାଭାବିକ
ସବୁ ଦିଗରୁ ସ୍ଥିତି ସ୍ବାଭାବିକ ରହିଥିବାରୁ କାଶ୍ମୀରରେ ଏବେ 22.58ଲକ୍ଷ ଟନ ସେଓ ଉତ୍ପାଦନ ନେଇ ସମ୍ଭାବନା ରହିଛି । ଏଥିଲାଗି ଟ୍ରାନ୍ସପୋର୍ଟ ବ୍ୟବସ୍ଥା ମଧ୍ୟ ହୋଇଯାଇଛି । ନାଫେଡ ପକ୍ଷରୁ ସେଓ କିଣିବା ନେଇ ସବୁ ବନ୍ଦୋବସ୍ତ ସରିଛି ।
ସେହିପରି ଗତବର୍ଷ ଟ୍ରୋଲ, ଡିଜେଲ, କିରୋସିନ, ଏଲପିଜି, ଚାଉଳ ଆଦି ବିକ୍ରି 8 ପ୍ରତିଶତ ଥିବା ବେଳେ ଏବେ ଏହା 16 ପ୍ରତିଶତକୁ ବୃଦ୍ଧି ପାଇଛି । ତେବେ ଇଣ୍ଟରନେଟ ଚାଲୁ ଦାବି ନେଇ ଶାହା କହିଛନ୍ତି ଯେ, ଏହି ସୁବିଧା ଖୁବଶୀଘ୍ର ଉପଲବ୍ଧ ହେବ । ତେବେ ସମସ୍ତ ସୁରକ୍ଷା ଦୃଷ୍ଟିକୋଣକୁ ଯାଞ୍ଚ କରି ପ୍ରଶାସନ ଏନେଇ ବିଚାର କରିବ ।