ଓଡିଶା

odisha

ETV Bharat / business

ବଦଳିଲା ବ୍ୟାଙ୍କ କାର୍ଯ୍ୟ ସମୟ

ବ୍ୟାଙ୍କ ଗ୍ରାହକଙ୍କ ପାଇଁ ବଡ ଖବର । ଜରୁରୀ କାମ ଥିଲେ ଧ୍ୟାନ ଦିଅନ୍ତୁ । ହ୍ରାସ ହେଲା ଗ୍ରାହକଙ୍କୁ ସେବା ପ୍ରଦାନ ସମୟ । ଅଧିକ ପଢନ୍ତୁ..

By

Published : Apr 26, 2021, 6:05 PM IST

Updated : Apr 26, 2021, 6:53 PM IST

ବଡ ଖବର, କମିଲା ବ୍ୟାଙ୍କ ସେବା ଅବଧି
ବଡ ଖବର, କମିଲା ବ୍ୟାଙ୍କ ସେବା ଅବଧି

ଭୁବନେଶ୍ବର: ବଦଳିଲା ବ୍ୟାଙ୍କ କାର୍ଯ୍ୟ (ଗ୍ରାହକ ସେବା) ସମୟ । କୋରୋନା ସଂକ୍ରମଣ ଓ ଏହାକୁ ପ୍ରତିହିତ ପାଇଁ ଜାରି କଟକଣାକୁ ଦୃଷ୍ଟିରେ ରଖି ପରିବର୍ତ୍ତନ ହୋଇଛି ଗ୍ରାହକ ସେବା ଅବଧି । ନୂଆ ସମୟସୀମାକୁ ନେଇ ରାଜ୍ୟର ସମସ୍ତ ବ୍ୟାଙ୍କଙ୍କୁ ଚିଠି ଲେଖିଛନ୍ତି ସରକାରଙ୍କ ଉପସଚିବ ।

ରାଜ୍ୟରେ ଥିବା ସମସ୍ତ ବ୍ୟାଙ୍କର ସେବା ସମୟରେ କଟକଣା ଲଗାଇଛନ୍ତି ସରକାର । ଏଣିକି ସକାଳ 10 ଟାରୁ ଅପରାହ୍ନ 2ଟା ପର୍ଯ୍ୟନ୍ତ ବ୍ୟାଙ୍କ ସେବା ମିଳିବ । ମେ’ 15 ଯାଏଁ ନୂଆ ସମୟସୀମା ବଳବତ୍ତର ରହିବ । 50 ପ୍ରତିଶତ ଷ୍ଟାଫ, ଅଧିକାରୀଙ୍କୁ ନେଇ ବ୍ୟାଙ୍କ କାମ ଚାଲିବ । ସେହିଭଳି ସପ୍ତାହନ୍ତ ସଟଡାଉନକୁ ଦୃଷ୍ଟିରେ ରଖି ଶନିବାର ସହରାଞ୍ଚଳ ଶାଖାଗୁଡିକରେ ବ୍ୟାଙ୍କ ସେବା ବନ୍ଦ ରହିବ । ଏ ନେଇ ରାଜ୍ୟର ସମସ୍ତ ବ୍ୟାଙ୍କଙ୍କୁ ଚିଠି ଲେଖିଛନ୍ତି ସରକାରଙ୍କ ଉପ ସଚିବ ତାରାକାନ୍ତ ଭକ୍ତ ।

ବଡ ଖବର, କମିଲା ବ୍ୟାଙ୍କ ସେବା ଅବଧି
ବଡ ଖବର, କମିଲା ବ୍ୟାଙ୍କ ସେବା ଅବଧି

ତେବେ ବ୍ୟାଙ୍କ ପୂର୍ବ ଭଳି ସକାଳ 10 ଟାରୁ ଅପରାହ୍ନ 4 ଟା ଯାଏଁ ଖୋଲା ରହିବ । କିନ୍ତୁ ଗ୍ରାହକ ସେବା 2 ଟା ପରେ ଆଉ ମିଳିବ ନାହିଁ । ଯେପରି ଗ୍ରାହକ ସେବାରେ କୌଣସି ବ୍ୟାଘାତ ନହୁଏ, ତାହା ଉପରେ ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ସବୁ ଜିଲ୍ଲାରେ ରହିଥିବା ସମସ୍ତ ବ୍ୟାଙ୍କ ପର୍ଯ୍ୟାପ୍ତ ପରିମାଣରେ ଏଟିଏମରେ ଟଙ୍କା ରଖିବା ନେଇ ପରାମର୍ଶ ଦିଆଯାଇଛି । ଆସନ୍ତା ମେ ମାସ 15 ତାରିଖ ଯାଏଁ ଏହି ନିର୍ଦ୍ଦେଶ ଜାରି ରହିବ ।

Last Updated : Apr 26, 2021, 6:53 PM IST

ABOUT THE AUTHOR

...view details