ଭୁବନେଶ୍ବର: କୋଭିଡର ଦ୍ଵିତୀୟ ଲହରୀରେ ଅକ୍ସିଜେନ ଅଭାବଜନିତ ରୋଗୀଙ୍କ ସଂଖ୍ୟାରେ ବୃଦ୍ଧି ପାଇବାରେ ଲାଗିଛି । ଏଥିପାଇଁ ଅକ୍ସିଜେନ ଉତ୍ପାଦନ ବଢାଇବା ପାଇଁ ରାଜ୍ୟ ସରକାର ନେଇଛନ୍ତି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ।
ଅକ୍ସିଜେନ ଉତ୍ପାଦନକାରୀ ଶିଳ୍ପ ସଂସ୍ଥାଗୁଡ଼ିକୁ ପ୍ରୋତ୍ସାହିତ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ।ଏଥିପାଇଁ ଶିଳ୍ପନୀତି- ୨୦୧୫ରେ ଆବଶ୍ୟକୀୟ ସଂଶୋଧନ କରିଛନ୍ତି ସରକାର । ଅନୁପଯୋଗୀ ତାଲିକାରେ ଥିବା ଶିଳ୍ପ ସଂସ୍ଥାଗୁଡ଼ିକୁ ସେହି ତାଲିକାରୁ ବାଦ ଦେଇ ସେଗୁଡ଼ିକୁ ସରକାରୀ ପ୍ରୋତ୍ସାହନ ଯୋଗ୍ୟ ତାଲିକାରେ ଅନ୍ତର୍ଭୁକ୍ତ କରାଯାଇଛି । ଫଳରେ ମେଡିକାଲ ଅକ୍ସିଜେନ ଉତ୍ପାଦନକାରୀ ଶିଳ୍ପ ସଂସ୍ଥା, ରିଫିଲିଂ ୟୁନିଟ୍ ଏବଂ ବ୍ୟାଙ୍କର ଆଦି ପ୍ରାଥମିକତା ତାଲିକାରେ ସ୍ଥାନିତ ହୋଇଛନ୍ତି ।