ଓଡିଶା

odisha

ETV Bharat / business

ଆମାଜନ ଓ ଫ୍ଲିପକାର୍ଟକୁ ସରକାରଙ୍କ ନୋଟିସ

ସାମଗ୍ରୀର ସଠିକ ସୂଚନା ପ୍ରଦାନ ନେଇ ରହିଥିବା ନିୟମ ଉଲଙ୍ଘନ ଅଭିଯୋଗ ଆମାଜନ ଓ ଫ୍ଲିପକାର୍ଟ ବିରୋଧରେ ସରକାର କଠୋର ପଦକ୍ଷେପ । କମ୍ପାନୀକୁ ଜାରି ହୋଇଛି ନୋଟିସ । ଅଧିକ ପଢନ୍ତୁ..

ଆମାଜନ ଓ ଫ୍ଲିପକାର୍ଟକୁ ସରକାରଙ୍କ ନୋଟିସ
ଆମାଜନ ଓ ଫ୍ଲିପକାର୍ଟକୁ ସରକାରଙ୍କ ନୋଟିସ

By

Published : Oct 17, 2020, 3:42 PM IST

ନୂଆଦିଲ୍ଲୀ: ନିୟମ ଅନୁସାରେ ଇ-କମର୍ସ କମ୍ପାନୀ ସେମାନଙ୍କ ପ୍ଲାର୍ଟଫର୍ମରେ ବିକ୍ରି କରୁଥିବା ସାମଗ୍ରୀ ଉପରେ ଅରିଜିନ ଦେଶ (ଉତ୍ପାଦ କେଉଁ ଦେଶର ) ନାଁ ଲେଖିବା ବାଧ୍ୟତାମୂଳକ । ହେଲେ ଏହାର ଉଲଙ୍ଘନ ଅଭିଯୋଗରେ ଆମାଜନ ଓ ଫ୍ଲିପକାର୍ଟକୁ ନୋଟିସ ଜାରି କରିଛନ୍ତି ସରକାର । ଦୁଇ କମ୍ପାନୀକୁ 15 ଦିନ ଭିତରେ ନୋଟିସର ଜବାବ ଦାଖଲ ପାଇଁ କୁହାଯାଇଛି ।

https://etvbharatimages.akamaized.net/etvbharat/prod-images/9210210_ecommerce.jpg

ଏହି ନୋଟିସ ଉପଭୋକ୍ତା ବ୍ୟାପାର, ଖାଦ୍ୟ ଏବଂ ଜନ ବିତରଣ ମନ୍ତ୍ରାଳୟ ଅଧିନରେ ରହିଥିବା ଉପଭୋକ୍ତା ବିଭାଗ ଦ୍ବାରା ଜାରି କରାଯାଇଛି । ବିଭାଗ ସମସ୍ତ ଇ-କମର୍ସ କମ୍ପାନୀକୁ ଲିଗାଲ ମେଟ୍ରୋଲଜି (ପ୍ୟାକେଜଡ କମୋଡିଟିଜ) ନିୟମ 2011 ଅନୁପାଳନ ସୁନିଶ୍ଚିତ ପାଇଁ କୁହାୟାଇଛି ।

କମ୍ପାନୀକୁ ଜାରି ନୋଟିସରେ କୁହାଯାଇଛି କି ,‘‘ ଦେଖିବାକୁ ମିଳିଛି କି କିଛି ଇ-କମର୍ସ କମ୍ପାନୀ ନିଜ ଡିଜିଟାଲ ପ୍ଲାର୍ଟଫର୍ମରେ ବିକ୍ରି କରୁଥିବା ଉତ୍ପାଦର ଜରୁରୀ ସୂଚନା ଦେଉନାହାନ୍ତି । ଯେତେବେଳେ କି ଏହା ଲିଗାଲ ମେଟ୍ରୋଲୋଜି (ପ୍ୟାକେଜଡ କମୋଡିଟିଜ) ନିୟମ 2011 ଅଧିନରେ ଜରୁରୀ ଅଟେ ।

ଫ୍ଲିପକାର୍ଟ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ ଓ ଆମଜାନ ଡେଭଲପମେଣ୍ଟ ସେଣ୍ଟର ଇଣ୍ଡିଆ ପ୍ରାଇଭେଟ ଲିମିଟେଡକୁ ପଠାଯାଇଥିବା ନୋଟିସ ଅନୁସାରେ ସେମାନେ ଇ-କମର୍ସ ୟୁନିଟ । ଏଣୁ ସେମାନଙ୍କୁ ନିଶ୍ଚିତ କରିବାକୁ ହେବ ଯେ, ଇ-କମର୍ସ ଚୁକ୍ତି ପାଇଁ ଉପଯୋଗ ହେଉଥିବା ଡିଜିଟାଲ ଓ ଇଲୋକ୍ଟ୍ରୋନିକ ନେଟୱର୍କ ଉପରେ ସମସ୍ତ ଜରୁରୀ ସୂଚନା ଦିଆଯାଉ । ତେବେ ଆମାଜନ ଏବଂ ଫ୍ଲିପକାର୍ଟ ଏହି ଦୁଇ କମ୍ପାନୀ ଜରୁରୀ ସୂଚନା ନ ଦେଇ ନିୟମର ଉଲଙ୍ଘନ କରିଛନ୍ତି ।

ନୋଟିସ ଅନୁସାରେ 2 କମ୍ପାନୀ ଜରୁରୀ ସୂଚନା ନ ଦେଇ ଆଇନର ଉଲଙ୍ଘନ କରିଛନ୍ତି । ଇ-କମର୍ସ କମ୍ପାନୀର ୱେବସାଇଟରେ ବିଜ୍ଞାପନକୁ ଦର୍ଶାଇ ନୋଟିସରେ କୁହାଯାଇଛି କି ‘‘ ବିଜ୍ଞାପନରେ ଦେଖିବାକୁ ମିଳିଛି କି ଯାହା ଜରୁରୀ ଘୋଷଣା ତାହା କରାଯାଉନାହିଁ ।

ପ୍ରକାଶ ଯେ, ସରକାରଙ୍କ ଇ-ମାର୍କେଟପ୍ଲେସ(ଜିଇଏମ)ରେ ବିକ୍ରେତାଙ୍କ ପାଇଁ ଜାରି ହୋଇଥିବା ନୂଆ ନିୟମ ଅନୁଯାୟୀ ସେମାନେ ବିକ୍ରି କରୁଥିବା ଉତ୍ପାଦ କେଉଁ ଦେଶର ତାହା ଉଲ୍ଲେଖ କରିବାକୁ ପଡିବ । ଆଉ ଏହା ବାଧ୍ୟତାମୂଳକ । ତେବେ ବର୍ତ୍ତମାନ ଇ-କମର୍ସ କମ୍ପାନୀଙ୍କ ଫେଷ୍ଟିଭ ସେଲ ଚାଲିଥିବା ବେଳେ ନିୟମ ଭଙ୍ଗ ଅଭିଯୋଗରେ ସରକାର ନୋଟିସ ଜାରି କରିଛନ୍ତି ।

ABOUT THE AUTHOR

...view details