ନୂଆଦିଲ୍ଲୀ: ଆସନ୍ତା 15ରେ ଭାରତ ଆସିବେ ଇ-କମର୍ସ କମ୍ପାନୀ ଆମାଜନ ମୁଖ୍ୟ ଜେଫ ବୋଜୋସ। ହେଲେ ଏହି ସମୟରେ ସେ ବିରୋଧର ସାମ୍ନା କରିପାରନ୍ତି । ଦେଶର 300 ସ୍ଥାନରେ ବ୍ୟବସାୟୀ ପ୍ରତିବାଦ କରିବେ । ଏ ଦିନଟିକୁ ଜାତୀୟ ପ୍ରତିବାଦ ଦିବସ ରୂପେ ପାଳନ କରାଯିବ। ରବିବାର ସର୍ବଭାରତୀୟ ବ୍ୟବସାୟୀ ମହାସଂଘ (CAIT) ପକ୍ଷରୁ ଏନେଇ ଚେତାବନୀ ଦିଆଯାଇଛି।
CAIT କହିଛି ଯେ, ଏହି ଆନ୍ଦୋଳନରେ ଅଲ ଇଣ୍ଡିଆ ମୋବାଇଲ ରିଟେଲର୍ସ ଆସୋସିଏସନ, ଅଲ ଇଣ୍ଡିଆ କଞ୍ଜ୍ୟୁମର ପ୍ରଡକ୍ଟସ ଡିଷ୍ଟ୍ରିବ୍ୟୁଟର୍ସ ଫେଡରେସନ ସମେତ ଅନ୍ୟ 500ରୁ ଉର୍ଦ୍ଧ୍ବ ବାଣିଜ୍ୟ ସଙ୍ଗଠନ ଜେଫଙ୍କ ଗସ୍ତକୁ ବିରୋଧ କରିବ। ଏଥିରେ ଓଡିଶା ମଧ୍ୟ ସାମିଲ ରହିବ।