ଓଡିଶା

odisha

ETV Bharat / business

ଉତ୍ପାଦ ଦେଶର ନାଁ ଦର୍ଶାଇବା ପାଇଁ ବିକ୍ରେତାଙ୍କୁ ଆମାଜନର ନିର୍ଦ୍ଦେଶ - ବିକ୍ରେତାଙ୍କୁ ଆମାଜନର ନିର୍ଦ୍ଦେଶ

ଇ-କମର୍ସ କମ୍ପାନୀଗୁଡିକ ପାଇଁ କେନ୍ଦ୍ର ସରକାର କଡା ନିର୍ଦ୍ଦେଶନାମା ଜାରି କରିବା ପରେ ଆମାଜନ ତାର ବିକ୍ରେତାଙ୍କୁ ପଠାଇଛି ଇମେଲ । ଅଗଷ୍ଟ 10 ସୁଦ୍ଧା ସବୁ ଉତ୍ପାଦ ଉପରେ ଦେଶର ନାଁ ଡିସପ୍ଲେ ପାଇଁ ଦେଇଛି ନିର୍ଦ୍ଦେଶ । ଅଧିକ ପଢନ୍ତୁ..

Amazon asks sellers to display country of origin by August 10
Amazon asks sellers to display country of origin by August 10

By

Published : Jul 16, 2020, 5:18 PM IST

ନୂଆଦିଲ୍ଲୀ: ଘରୋଇ ଉତ୍ପାଦକୁ ପ୍ରୋତ୍ସାହନ ଦେବା ପାଇଁ ଉତ୍ପାଦ ଦେଶର ନାଁ (country of origin) ଲେଖିବା ନେଇ ସରକାରଙ୍କ ନିୟମ ସଫଳ ହେଉଛି । ଇ-କମର୍ସ କମ୍ପାନୀ ଆମଜାନ ନିଜ ସମସ୍ତ ସେଲର୍ସଙ୍କୁ ଅଗଷ୍ଟ 10 ସୁଦ୍ଧା ସବୁ ନୂଆ ପ୍ରଡକ୍ଟ ଲିଷ୍ଟିଙ୍ଗରେ ଉତ୍ପାଦ ଦେଶର ବିଷୟରେ ଜଣାଇବାକୁ କହିଛି ।

ଏହି ନିୟମ ଦ୍ବାରା ସେଲରଙ୍କୁ କହିବାକୁ ହେବ କି , ସେମାନଙ୍କ ଉତ୍ପାଦ କେଉଁ ଦେଶର ଓ ଏଥିରେ ସ୍ବଦେଶୀ ଯୋଗଦାନ କେତେ ରହିଛି । ଏ ନେଇ ଆମଜାନ ପକ୍ଷରୁ ସମସ୍ତ ବିକ୍ରେତାଙ୍କୁ ଇମେଲ ପଠାଯାଇଛି । ଏଥିରେ ସେଲର୍ସଙ୍କୁ ଚେତାବନୀ ଦିଆଯାଇଛି କି ଯଦି ସେମାନେ ଏହି ଆଦେଶର ପାଳନ କରିବେ ନାହିଁ , ତେବେ ସେମାନଙ୍କ ଲିଷ୍ଟିଙ୍ଗକୁ ବାତିଲ (ସସପେଣ୍ଡ) କରାଯାଇପାରେ ।

ତେବେ ଉତ୍ପାଦନ ଦେଶର ନାଁ ଦର୍ଶାଇବା ନେଇ ସରକାର ଏବେ ସୁଦ୍ଧା କୌଣସି ସମୟସୀମା ନିର୍ଦ୍ଧାରଣ କରିନାହାନ୍ତି । କିନ୍ତୁ ସେ ଇ-କମର୍ସ କମ୍ପାନୀ ସହ କଥାବାର୍ତ୍ତା ହୋଇଛି ନିଶ୍ଚିତ କରିବାକୁ ଚେଷ୍ଟା କରୁଛି ଯେ ସେମାନଙ୍କ ଆପ ଏବଂ ୱେବସାଇଟ ରେ ତାଲିକାଭୁକ୍ତ ସମସ୍ତ ପ୍ରଡକ୍ଟରେ ଉତ୍ପାଦ ଦେଶର ଟ୍ୟାଗ ରହିବା ଆବଶ୍ୟକ ।

ପ୍ରକାଶ ଯେ, ଆମାଜନ ଇଣ୍ଡିଆର ପ୍ଲାର୍ଟଫର୍ମରେ 5 କୋଟିରୁ ଅଧିର ୟୁନିକ ପ୍ରଡକ୍ଟ ଲିଷ୍ଟିଙ୍ଗ ରହିଛି ।

ABOUT THE AUTHOR

...view details