ଓଡିଶା

odisha

By

Published : Oct 29, 2019, 3:05 PM IST

ETV Bharat / business

ଜିଏସଟି ଠକେଇ ଜାଲରେ ଆମାଜନ ଓ ଫ୍ଲିପକାର୍ଟ

ଗ୍ରାହକଙ୍କୁ ପ୍ରଲୋଭନ ଦେଖାଇ ବାସ୍ତବ ବଜାର ଦରଠାରୁ କମ ଦରରେ ପ୍ରଡକ୍ଟ ବିକ୍ରି କରି ସରକାରୀ ରାଜସ୍ବକୁ ହାନୀ ପହଞ୍ଚାଉଥିବା ଅଭିଯୋଗ କରିଛି କନଫରେଡେସନ ଅଫ ଅଲ ଇଣ୍ଡିଆ ଟ୍ରେଡର୍ସ(CAIT) ।

ପ୍ରତିକାତ୍ମକ ଫଟୋ

ନୂଆଦିଲ୍ଲୀ: ପାର୍ବଣରେ ବିଗ ଡିସକାଉଣ୍ଟ ଅଫର ଦେଇ ପ୍ରଫିଟ କମାଉଥିବା ଆମାଜନ ଓ ଫ୍ଲିପକାର୍ଟ ଭଳି ଅନଲାଇନ କମ୍ପାନୀ ଉପରେ ଜିଏସଟି ଠକେଇ ଅଭିଯୋଗ । ଗ୍ରାହକଙ୍କୁ ପ୍ରଲୋଭନ ଦେଖାଇ ବାସ୍ତବ ବଜାର ଦରଠାରୁ କମ ଦରରେ ପ୍ରଡକ୍ଟ ବିକ୍ରି କରି ସରକାରୀ ରାଜସ୍ବକୁ ହାନୀ ପହଞ୍ଚାଉଛି। ଏ ନେଇ କନଫରେଡେସନ ଅଫ ଅଲ ଇଣ୍ଡିଆ ଟ୍ରେଡର୍ସ(CAIT) ପକ୍ଷରୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଚିଠି ଲେଖି ପଠାଯାଇଛି ।

CAITର ରାଷ୍ଟ୍ରୀୟ ଅଧ୍ୟକ୍ଷ ବିସି ଭରତୀୟା ଓ ରାଷ୍ଟ୍ରୀୟ ମହାମନ୍ତ୍ରୀ ପ୍ରବୀଣ ଖଣ୍ଡେଲୱାଲ କହିଛନ୍ତି ଯେ, ଏହି 2 କମ୍ପାନୀ ଦାମ ଠାରୁ କମ ମୁଲ୍ୟରେ ମାଲ ବିକ୍ରି କରି ବିଗ ଡିସକାଉଣ୍ଟ ଦେଉଥିଲେ । ଯାହାକି ସରକାରଙ୍କ ଏଫଡିଆଇ ନୀତି ବିରୋଧରେ । ଏହା ଦ୍ବାରା ଉତ୍ପାଦର ମୂଲ୍ୟ ବଜାର ମୁଲ୍ୟ ବହୁତ କମ ରଖାଯାଏ । ଯାହା ଉପରେ ସରକାରଙ୍କୁ ଜିଏସଟି ମଧ୍ୟ ଦିଆଯାଉଛି । ଯେତେବଳେ କି ସରକାରଙ୍କୁ ବାସ୍ତବିକ ବଜାର ମୁଲ୍ୟ ଉପରେ ହିଁ ଜିଏସଟି ବାବଦକୁ ରାଜସ୍ବ ମିଳିବା ଦରକାର ।

ଏଥିଯୋଗୁଁ CAIT ଏହି ସବୁ କମ୍ପାନୀର ବ୍ୟବସ୍ଥା ପ୍ରଣାଳୀ ଉପରେ ଯାଞ୍ଚ କରିବାକୁ ଅର୍ଥମନ୍ତ୍ରୀଙ୍କୁ ଅବେଦନ କରିଛି । CAIT ପକ୍ଷରୁ କୁହାଯାଇଛି ଯେ, ଯେବେ ଠାରୁ ଜିଏସଟି ଲାଗୁ କରାଯାଇଛି ସେତବେଳୁ ଏହାର ଯାଞ୍ଚ କରିବା ଦରକାର ଥିଲା । ଏଥିମଧ୍ୟରେ ଏହି ସବୁ ପୋର୍ଟାଲରେ ଯେତେ ବି ଡିସକାଉଣ୍ଟରେ ଜିନିଷ ବିକ୍ରି ହୋଇଛି ତାର ବାସ୍ତବିକ ବଜାର ମୁଲ୍ୟ ଉପରେ ହିଁ ସରକାର ଜିଏସଟି ନେବା ଆବଶ୍ୟକ ।

ଜିଏସଟି ଅଧିନିୟମ ଅନୁଯାୟୀ, ଉତ୍ପାଦର ବାସ୍ତବିକ ମୂଲ୍ୟକୁ ନିର୍ଦ୍ଧାରିତ କରିବା ନେଇ ସରକାରଙ୍କ ପାଖରେ ଅଧିକାର ରହିଛି । ଏଭଳି ଲିଖିତ ଅଭିଯୋଗ କରି CAIT କେନ୍ଦ୍ର ବାଣିଜ୍ୟ ମନ୍ତ୍ରୀ ପୀୟୁଷ ଗୋଏଲ ଓ ସମସ୍ତ ରାଜ୍ୟ ଅର୍ଥମନ୍ତ୍ରୀଙ୍କୁ ଚିଠି ପଠାଇଛି ।

ABOUT THE AUTHOR

...view details