ଓଡିଶା

odisha

ETV Bharat / business

ଆୟକରରୁ ମିଳିବ କି ତ୍ରାହି ? ନଜରରେ ସୀତାରମଣଙ୍କ ଦ୍ବିତୀୟ ବଜେଟ - Sitharaman second Budget

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ବିତୀୟ ବଜେଟ ଉପରେ ସମସ୍ତଙ୍କ ନଜର । ଆୟକର ହ୍ରାସ ନେଇ ରହିଛି ସଧାରଣ ଲୋକଙ୍କ ଆଶା । ତେବେ ଆୟକର କମିଲେ ରାଜସ୍ବ ହ୍ରାସ ହୋଇପାରେ ବୋଲି ସରକାର କରୁଛନ୍ତି ଆଶଙ୍କା । ଏବେ ଆଗାମୀ ବଜେଟ ଉପରେ ଆଖି ...

All eyes on Sitharaman's second Budget for tax relief
ଆୟକରରୁ ମିଳିବ କି ତ୍ରାହି ? ସମସ୍ତଙ୍କ ନଜରରେ ଏଥର ବଜେଟ

By

Published : Jan 1, 2020, 7:01 PM IST


ନୂଆଦିଲ୍ଲୀ: ଫେବୃଆରୀ ପହିଲାରେ କେନ୍ଦ୍ରର ସାଧାରଣ ବଜେଟ । ତେବେ ଧୀମା ଅର୍ଥବ୍ୟବସ୍ଥାକୁ ଗତିଶୀଳ କରିବା ପାଇଁ କଣ ପଦକ୍ଷେପ ନେବେ ସୀତାରମଣ ? ଆୟକରରୁ ଆଶ୍ବସ୍ତି ପାଇଁ କ’ଣ ନିଆଯିବ ନିଷ୍ପତ୍ତି ? ସେ ନେଇ ଅନାଇ ବସିଛନ୍ତି 130 କୋଟି ଜନତା ।

ମାନ୍ଦାବସ୍ଥା ଓ କର୍ପୋରେଟ କର ହ୍ରାସକୁ ଦେଖିବାକୁ ଗଲେ ଆୟକର କମାଇବା ସରକାରଙ୍କ ପାଇଁ ଏକ ବଡ ଚ୍ୟାଲେଞ୍ଜ ହୋଇପାରେ ।

2019 ଜୁଲାଇରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ନିଜ ପ୍ରଥମ ବଜେଟ ଉପସ୍ଥାପନ କରିଥିଲେ । ତେବେ ଅର୍ଥବ୍ୟବସ୍ଥାକୁ ବୁଷ୍ଟର ଦେବା ପାଇଁ ଏହି ବଜେଟରେ ଏତେ କିଛି ଖାସ ନଥିଲା । ଏହା ପରେ ଅର୍ଥମନ୍ତ୍ରୀ ପୁଣି କମ୍ପାନୀଙ୍କ ପାଇଁ କର୍ପୋରେଟ ଟିକସକୁ ହ୍ରାସ କରି ନିବେଶ ପାଇଁ ପ୍ରୋତ୍ସାହନ ଦେଇଥିଲେ । ତେବେ ଏଥିଯୋଗୁଁ କେନ୍ଦ୍ର ସରକାରଙ୍କ ରାଜସ୍ବରେ 1.45 ଲକ୍ଷ କୋଟି ଟଙ୍କା କମିବ ବୋଲି ଅନୁମାନ କରାଯାଇଥିଲା । ଏଥିସହ ବହୁ ଦ୍ରବ୍ୟ ଓସେବା କରରେ ମଧ୍ୟ ରିହାତି ଦିଆଇଥିଲା । ହେଲେ ଏହି ସବୁ ରିହାତି ଓ ହ୍ରାସ ଯୋଗୁଁ ରାଜକୋଷ ଲକ୍ଷ୍ୟ ହାସଲ ଅଭିବୃଦ୍ଧିର ବାଟ ଉଗାଳୁଛି ।


ପ୍ରଥମ ବଜେଟରେ ସରକାର 5 ଲକ୍ଷ ଆୟ ଉପରେ କରମୁକ୍ତ କରିବା ପରେ ଏବେ ସାଧାରଣଙ୍କ ଲୋକଙ୍କ ଆଶା ବଢିଯାଇଛି । ଅନ୍ୟକର ସ୍ଲାବରେ ପରିବର୍ତ୍ତନ ନେଇ ସମ୍ଭାବନା ଜନ୍ମ ନେଇଛି । ବର୍ତ୍ତମାନ ସ୍ଲାବ ଅନୁଯାୟୀ ଅଢେଇ ଲକ୍ଷ ଟଙ୍କାର ଆୟ ଉପରେ କୌଣସି କର ନିଆଯିବ ନାହିଁ । ଯେତେବେଳେ କି 2.50 ଲକ୍ଷରୁ 5 ଲକ୍ଷ ପର୍ଯ୍ୟନ୍ତ 5, ପାଞ୍ଚରୁ 10 ଲକ୍ଷ ପର୍ଯ୍ୟନ୍ତ ଆୟ ଉପରେ 20 ପ୍ରତିଶତ ଓ 10 ଲକ୍ଷରୁ ଅଧିକ ଆୟ ଉପରେ 30 ପ୍ରତିଶତ କର ଲାଗୁ କରାଯାଇଛି । ସେହିପରି 60 ବର୍ଷର ବରିଷ୍ଠ ନାଗରିକ ଓ 80 ବର୍ଷର ବୃଦ୍ଧଙ୍କ ପାଇଁ କ୍ରମଶଃ 3 ଓ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟକର ମୁକ୍ତ ରଖାଯାଇଛି । ତେବେ ବିଶେଷଜ୍ଞଙ୍କ କହିବା ଅନୁଯାୟୀ ସାଧାରଙ୍କ ଲୋକଙ୍କ ପାଇଁ ଆୟକର ସ୍ଲାବରେ ପରିବର୍ତ୍ତନ ନିହାତି ଦରକାର । କାରଗ ଗତ ବହୁ ବର୍ଷ ଧରି ଏଥିରେ କୌଣସି ପରିବର୍ତ୍ତନ ହୋଇନାହିଁ ।

ABOUT THE AUTHOR

...view details