ନୂଆଦିଲ୍ଲୀ: ଆର୍ଥିକ ବ୍ୟାପାର ସଚିବ ପଦଭାର ସମ୍ଭାଳିଲେ ଅଜୟ ସେଠ । ତରୁଣ ବଜାଜଙ୍କ ସ୍ଥାନରେ ବେଙ୍ଗାଲୁରୁ ମେଟ୍ରୋ ରେଲ କର୍ପୋରେସନର ଏମଡି ଅଜୟ ସେଠଙ୍କୁ ଏହି ଦାୟିତ୍ବ ଦିଆଯାଇଛି । ଆଉ ତରୁଣ ବଜାଜଙ୍କୁ ରାଜସ୍ବ ବିଭାଗକୁ ସ୍ଥାନାନ୍ତର କରାଯାଇଛି ।
ଭାରତୀୟ ପ୍ରଶାସନିକ ସେବାର 1987 ବ୍ୟାଚର କର୍ଣ୍ଣାୟକ କ୍ୟାଡରର ଅଧିକାରୀ ସେଠ ଏଭଳି ସମୟରେ ଏହି ଗୁରୁତ୍ବପୂର୍ଣ୍ଣ ପଦର ଦାୟୁତ୍ବ ସମ୍ଭାଳିଛନ୍ତି , ଯେବେ କୋଭିଡ-19ର ଦ୍ବିତୀୟ ଲହର ଯୋଗୁଁ ଅର୍ଥବ୍ୟବସ୍ଥାର ପୁନରୁଦ୍ଧାର ଉପରେ ସଙ୍କର ବାଦଲ ଘୋଟିଯାଇଛି ।
ଅର୍ଥମନ୍ତ୍ରାଳୟ ଶୁକ୍ରବାର ଟ୍ବିଟ କରି ଜଣାଇଛି କି, ‘‘ଅଜୟ ସେଠ ଅର୍ଥମନ୍ତ୍ରାଳୟରେ ଆର୍ଥିକ ବ୍ୟାପର ବିଭାର ସଚିବ ପଦ ସମ୍ଭାଳିଥିଲେ । ’’ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବଧୀନ ମନ୍ତ୍ରୀମଣ୍ଡଳଙ୍କ ନିଯୁକ୍ତି ସମିତି ଏପ୍ରିଲ 6 ରେ ସେଠଙ୍କୁ ନୂଆ ଆର୍ଥିକ ବ୍ୟାପର ସଚିବ ଭାବେ ନିଯୁକ୍ତିକୁ ମଞ୍ଜୁରୀ ଦେଇଥିଲେ ।
ଅନ୍ୟ ଏକ ଟ୍ବିଟରେ କହିଛନ୍ତି କି, ସେଠ ଏହା ପୂର୍ବରୁ ବେଙ୍ଗାଲୁରୁ ମେଟ୍ରୋ ରେଳ ନିଗମ ଲିମିଡେଟର ପରିଚାଳନା ନିର୍ଦ୍ଦେଶକ ରହିଛନ୍ତି । 2000ରୁ 2004 ମଧ୍ୟରେ ସେଠ ଅର୍ଥମନ୍ତ୍ରାଳୟରେ ବ୍ୟୟ ସଚିବ ବିଭାଗ ଓ ଆର୍ଥିକ ବ୍ୟାପର ବିଭାଗର ଉପ ସଚିବ ଏବଂ ନିର୍ଦ୍ଦେଶକ ରହିଛନ୍ତି ।
2004 ରୁ 2008 ମଧ୍ୟରେ ସେ ଏସିଆ ବିକାଶ ବ୍ୟାଙ୍କ (ଏଡିବି) ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକଙ୍କ ପରାମର୍ଶଦାତା ରହିଥିଲେ ।