ଓଡିଶା

odisha

ETV Bharat / business

ନୂଆ ଅର୍ଥ ସଚିବ ଦାୟିତ୍ବରେ ଅଜୟ ଭୂଷଣ - ଅର୍ଥ ସଚିବ

କେନ୍ଦ୍ର ରାଜସ୍ବ ସଚିବ ଅଜୟ ଭୂଷଣ ପାଣ୍ଡେଙ୍କୁ ଅର୍ଥସଚିବ ଦାୟିତ୍ବ । ମଙ୍ଗଳବାର ଠାରୁ ସେ ଏହି ପଦବୀରେ ନିଯୁକ୍ତି ପାଇଛନ୍ତି ।

Ajay Bhushan Pandey designated as new  Finance Secretary
ନୂଆ ଅର୍ଥ ସଚିବ ଦାୟିତ୍ବରେ ଅଜୟ ଭୂଷଣ

By

Published : Mar 4, 2020, 1:01 PM IST

ନୂଆଦିଲ୍ଲୀ: କେନ୍ଦ୍ର ରାଜସ୍ବ ସଚିବ ଅଜୟ ଭୂଷଣ ପାଣ୍ଡେଙ୍କୁ ଅର୍ଥସଚିବ ଦାୟିତ୍ବ । ମଙ୍ଗଳବାର ଠାରୁ ସେ ଏହି ପଦବୀରେ ନିଯୁକ୍ତି ପାଇଛନ୍ତି । ପୂର୍ବତନ ଅର୍ଥ ସଚିବ ରାଜୀବ କୁମାରଙ୍କ କାର୍ଯ୍ୟକାଳ ସରିବା ପରେ ଏହି ପଦବୀ ଖାଲି ପଡିଥିଲା ।

ଡ. ହସମୁଖ ଅଧିଆଙ୍କ କାର୍ଯ୍ୟକାଳ ସରିବା ପରେ ପାଣ୍ଡେଙ୍କୁ ରାଜସ୍ବ ସଚିବ ନିୟୋଜିତ କରାଯାଇଥିଲା । ପାଣ୍ଡେ ଜଣେ ବରିଷ୍ଠ ଆଇଏଏସ ଅଧିକାରୀ । ଆଇଆଇଟି କାନପୁରରୁ ସେ ବିଟେକ ସାରିଛନ୍ତି । ଏଥିସହ ୟୁନିଭର୍ସିଟି ଅଫ ମିନିଷ୍ଟେରିରୁ ସେ କମ୍ପ୍ୟୁଟର ସାଇନ୍ସରେ ଏମଏସ ଏବଂ ପିଏଚଡି କରିଛନ୍ତି । ଆଧାର ପ୍ରସ୍ତୁତିରେ ମଧ୍ୟ ସେ 9 ବର୍ଷ କାମ କରିଛନ୍ତି ।

ପ୍ରକାଶ ଯେ, ଅର୍ଥମନ୍ତ୍ରଣାଳୟର ସଚିବଙ୍କ ମଧ୍ୟରୁ ସବୁଠୁ ବରିଷ୍ଠ ଯିଏ ରହିଥାଏ ତାଙ୍କୁ ଅର୍ଥ ସଚିବ ଭାବେ ମନୋନୀତ କରାଯାଇଥାଏ । ଗୁଜୁରାଟ କ୍ୟାଡରର 1985 ବ୍ୟାଚର ଆଇଏଏସ ଅଧିକାରୀ ଅତନୁ ଚକ୍ରବର୍ତ୍ତୀ ବର୍ତ୍ତମାନ ଆର୍ଥିକ ମାମଲା ବିଭାଗର ସଚିବ । ସେହିପରି ଓଡିଶା କ୍ୟାଡର 1985 ବ୍ୟାଚ ଆଇଏଏସ ଅଧିକାରୀ ତୁହୀନ କାନ୍ତ ପାଣ୍ଡେ ନିବେଶ ଓ ଲୋକ ପରିସମ୍ପତ୍ତି ବିଭାଗର ସଚିବ ଏବଂ ତାମିଲନାଡୁ କ୍ୟାଡରର ତାଙ୍କ ସହକର୍ମୀ ଟି ଭି ସୋମନାଥମ ବ୍ୟୟ ବିଭାଗର ସଚିବ ଭାବେ କାର୍ଯ୍ୟରତ । ଆଉ ସେହି ବ୍ୟାଚର ଦେବାଶିଷ ପାଣ୍ଡା ଆର୍ଥିକ ସେବା ସଚିବ ଅଛନ୍ତି ।

@PTI

ABOUT THE AUTHOR

...view details