ନୂଆଦିଲ୍ଲୀ: ଦେଶରେ 5ଜି ସେବାକୁ ତ୍ବରାନ୍ବିତ ପାଇଁ ହାତ ମିଳାଇଲେ 2 ବଡ ପ୍ରମୁଖ ଟେଲିକମ କମ୍ପାନୀ । ଟେଲିକମ ପ୍ରମୁଖ ଭାରତୀ ଏୟାରଟେଲ ଏବଂ କ୍ବାଲକମ (Qualcomm) ଟେକ୍ନୋଲୋଜି ହାତ ମିଳାଇଛନ୍ତି । ଏହି 2 କମ୍ପାନୀଙ୍କ ସହଭାଗାତା ଭାରତରେ ଦ୍ରୁତ 5ଜି ସେବା ପ୍ରଦାନ ପାଇଁ ଏହି 2 କମ୍ପାନୀଙ୍କ ସହଭାଗିତା । ମଙ୍ଗଳବାର ଉଭୟ କମ୍ପାନୀ ଏ ନେଇ ବଜାର ନିୟାମକକୁ ପଠାଇଥିବା ଏକ ରିପୋର୍ଟରେ ସୂଚନା ଦେଇଛନ୍ତି ।
ଏୟାରଟେଲ ଓ କ୍ବାଲକମ ସୁଯୁକ୍ତ ରୂପରେ 5ଜି ଫିକ୍ସଡ ୱାଇରଲେସ ଆକ୍ସେସ ନେଟୱର୍କ ବିକଶିତ କରିବା ପାଇଁ ମଧ୍ୟ କାମ କରିବେ । ଏହା ପରେ ଘରର ଇଣ୍ଟରନେଟ ନେଟୱର୍କକୁ ଅପଗ୍ରେଡ କରାଯିବ । ଏଥିରେ ବର୍ତ୍ତମାନ ବ୍ରଣ୍ଡବ୍ୟାଣ୍ଡ ଇନଫ୍ରାଷ୍ଟକ୍ଚରକୁ ଅପଗ୍ରେଗ କରି ଗୀଗାବିଟ କ୍ଲାସ ହୋମ ୱାଇ-ଫାଇ ନେଟୱର୍କ ପ୍ରଦାନ କରାଯିବ ।