ଓଡିଶା

odisha

ETV Bharat / business

ବିମାନ ଭିତରେ ଫଟୋଗ୍ରାଫି କଲେ 2 ସପ୍ତାହ ପାଇଁ ଉଡାଣ ବନ୍ଦ - ବିମାନରେ ସେଲଫି

ଇଣ୍ଡିଗୋ ବିବାଦ ପରେ ଶକ୍ତ ହେଲା ଡିଜିସିଏ ଏକ ନିର୍ଦ୍ଦେଶ ଜାରି କରି କହିଛି ଯେ ବିମାନ ଭିତରେ ଫଟୋଗ୍ରାଫି ନିଷେଧ। ଯଦି କେହି ଫଟୋଗ୍ରାଫି କରୁଥିବା ଦେଖିବାକୁ ମିଳେ, ତେବେ ବିମାନ ଦୁଇ ସପ୍ତାହ ପାଇଁ ସ୍ଥଗିତ ରହିବ । ଅଧିକ ପଢନ୍ତୁ..

ବିମାନ ଭିତରେ ଫଟୋଗ୍ରାଫି କଲେ, 2 ସପ୍ତାହ ପାଇଁ ଉଡାଣ ବନ୍ଦ
ବିମାନ ଭିତରେ ଫଟୋଗ୍ରାଫି କଲେ, 2 ସପ୍ତାହ ପାଇଁ ଉଡାଣ ବନ୍ଦ

By

Published : Sep 12, 2020, 5:33 PM IST

ନୂଆଦିଲ୍ଲୀ: ଇଣ୍ଡିଗୋ ବିବାଦ ପରେ ଶକ୍ତ ହେଲା ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ(ଡିଜିସିଏ) । ଯଦି କୌଣସି ପୂର୍ବ ନିର୍ଦ୍ଧାରିତ ବିମାନରେ କେହି ଫଟୋଗ୍ରାଫି କରୁଥିବା ଦେଖିବାକୁ ମିଳେ, ତେବେ ସେହି ମାର୍ଗରେ ବିମାନ ଦୁଇ ସପ୍ତାହ ପାଇଁ ସ୍ଥଗିତ ରହିବ ।

ବୁଧବାର ଇଣ୍ଡିଗୋର ଚଣ୍ଡିଗଡ-ମୁମ୍ବାଇର ଏକ ଉଡାଣରେ ସୁରକ୍ଷା ଓ ସାମାଜିକ ଦୂରତା ସମ୍ବନ୍ଧୀୟ ପୋର୍ଟୋକଲର କଥିତ ଉଲଙ୍ଘନ ନେଇ ଡିଜିସିଏକୁ ସୂଚନା ମିଳିଛି । ଯେଉଁଥିରେ ଅଭିନେତ୍ରୀ କଙ୍ଗନା ରାଣାୱତ ମଧ୍ୟ ଯାତ୍ରା କରିଥିଲେ । ଏହା ପରେ ଡିଜିସିଏ ଶୁକ୍ରବାର ଇଣ୍ଡିଗୋ ପରିଚାଳନା ସହ ଉଚିତ କାର୍ଯ୍ୟନୁଷ୍ଠାନ ନେବାକୁ ଦର୍ଶାଇଥିଲା ।

ବୁଧବାର ବିମାନ ମଧ୍ୟରେ ହୋଇଥିବା ଘଟଣାକ୍ରମର ଏକ ଭିଡିଓ ଅନୁସାରେ ସମ୍ବାଦଦାତା ଓ କ୍ଯାମେରାମ୍ୟାନ ମଧ୍ୟରେ କଙ୍ଗନାଙ୍କ ପ୍ରତିକ୍ରିୟା ନେହା ପାଇଁ ଠେଲାଠେଲି ହୋବା ସହ ଭିଡ ଲାଗିଥିବା ଜଣାପଡିଛି ।

ଏ ନେଇ ଡିଜିସିଏ ଶନିବାର ଆଦେଶ ଜାରି କରି କହିଛି କି , ଏବେ ଯଦି କୌଣସି ବିମାନରେ ଏଭଳି ଫଟୋଗ୍ରାଫି ହେବ , ତେବେ ସେହି ରୁଟରେ ଉଡାଣ ଆସନ୍ତା ଦିନରୁ 2 ସପ୍ତାହ ପାଇଁ ନିଲମ୍ବନ କରାଯିବ ।

ABOUT THE AUTHOR

...view details