ଓଡିଶା

odisha

ETV Bharat / business

8 ମାସ ପରେ ଭାରତ-ବାଲାଂଦେଶ ମଧ୍ୟରେ ଆରମ୍ଭ ହେବ ଉଡାଣ

ଭାରତ-ବାଲାଂଦେଶ ମଧ୍ୟରେ ଆରମ୍ଭ ହେବ ଉଡାଣ । ତେବେ ଉଡାଣ ପୂର୍ବରୁ ଯାତ୍ରୀଙ୍କ କୋଭିଡ-19 ପରୀକ୍ଷା ବାଧ୍ୟମତାମୂଳକ ରହିଛି । ଅଧିକ ପଢନ୍ତୁ..

8 ମାସ ପରେ ଭାରତ-ବାଲାଂଦେଶ ମଧ୍ୟରେ ଆରମ୍ଭ ହେବ ଉଡାଣ
8 ମାସ ପରେ ଭାରତ-ବାଲାଂଦେଶ ମଧ୍ୟରେ ଆରମ୍ଭ ହେବ ଉଡାଣ

By

Published : Oct 19, 2020, 4:10 PM IST

ନୂଆଦିଲ୍ଲୀ: କୋରୋନା ଭାଇରସ ମହାମାରୀ ମଧ୍ୟରେ ବାଲାଂଦେଶ ପାଇଁ ଅନଲାଇନ ଭିସା ଆବେଦନ ସେବା ପୁଣି ଆରମ୍ଭ ହୋଇଛି । ଏହା ପରେ ଭାରତ ଏବେ ଦ୍ବିପାକ୍ଷୀକ ବ୍ୟବସ୍ଥା ଅଧିନରେ ଅକ୍ଟୋବର 28ରୁ ଦୁଇ ପଡୋଶୀ ଦେଶ ମଧ୍ୟରେ ଉଡାଣ ସେବା ଆରମ୍ଭ କରିବାକୁ ଯାଉଛି ।

ଦେଶରେ ମହାମାରୀ ବିସ୍ତାର ଡରରେ ଗଲା 8 ମାସ ଧରି ଏହି ଉଡାଣ ବନ୍ଦ ରଖାଯାଇଥିଲା । ଏହି ଉଡାଣ 5 ଭାରତୀୟ ସହରକୁ ଢାକା ସହ ଯୋଡିବ । ଏହାକୁ ନେଇ ଢାଙ୍କାରେ ଭାରତୀୟ ଉଚ୍ଚଆୟୋଗ ଟ୍ବିଟ ମଧ୍ୟ କରିଛନ୍ତି ।

ରବିବାର ସିଭିଲ ଆଭିଏସନ ଅଥରିଟି ବାଲାଂଦେଶ (ସିଏଏବି)ର ଅଧ୍ୟକ୍ଷ ଏୟାର ଭାଇସ ମାର୍ଶାଲ ଏମ.ମକିଦୁର ରହମନ କହିଛନ୍ତି କି, ଆରମ୍ଭରେ ଉଭୟ ଦେଶର ପାଖାପାଖୀ 5,000 ଯାତ୍ରୀ ପ୍ରତି ସପ୍ତାହରେ ଉଡାଣ ଭରିପାରିବେ । ସେହିପରି ଯାତ୍ରୀଙ୍କୁ କୌଣସି ତୃତୀୟ ଦେଶ ପାଇଁ ଉଡାଣ ଭରିବା ସୁବିଧା ମିଳିବ ନାହିଁ । ତେବେ ଉଡାଣ ପୂର୍ବରୁ ଯାତ୍ରୀଙ୍କ କୋଭିଡ-19 ପରୀକ୍ଷା ବାଧ୍ୟମତାମୂଳକ ରହିଛି ।

ଏହା ପୂର୍ବରୁ ଅକ୍ଟୋବର 9 ରେ ବାଲାଂଦେଶରେ ଭାରତୀୟ ଉଚ୍ଚଆୟୋଗ ବାଲାଂଦେଶ ନାଗରିକଙ୍କ ପାଇଁ ଭିସା ଆବେଦନ ସେବା ପୁଣି ଆରମ୍ଭ କରିବାକୁ ଘୋଷଣା କରିଥିଲେ । ଯାହା ଅଧିନରେ ଏଭେ ଚିକିତ୍ସା, ବ୍ୟବସାୟ, ରୋଜଗାର, ପତ୍ରକାର ଓ କୁଟନୈତିଜ୍ଞ ସମେତ 9ଟଚି ଶ୍ରେଣୀରେ ଭିସା ଦିଆଯିବ ।

ବାଲାଂଦେଶର 3 ଏୟାରଲାଇନ କମ୍ପାନୀ 1 ସପ୍ତାହରେ 28 ଉଡାଣର ପରିଚାଳନା କରିବେ । ସେପଟେ 5 ଭାରତୀୟ ଏୟାରଲାଇନ କମ୍ପାନୀ ମଧ୍ୟ ଏତିକି ହିଁ ଉଡାଣ ସଞ୍ଚାଳନ କରିବେ ।

ଭାରତର ଦିଲ୍ଲୀ, କୋଲକତା, ଚେନ୍ନାଇ, ମୁମ୍ବାଇରୁ ଢାକା ମଧ୍ୟରେ ଉଡାଣ ହେବ । ତେବେ ଦୀର୍ଘ ମାସ ଧରି ଏହି ଉଡାଣ ବନ୍ଦ ଥିବାରୁ ଅନେକ ବାଲାଂଦେଶୀଙ୍କୁ ସମସ୍ୟା ଭୋଗିବାକୁ ପଡୁଛି । କାରଣ ସେମାନେ ବିଶେଷ ଭାବେ ଚିକିତ୍ସା ପାଇଁ ଏଠାକୁ ଆସିବାକୁ ପଡିଥାଏ ।

ସାଧାରଣ ଦିନରେ ହାରାହାରୀ 3,500 ରୁ ଅଧିକ ବାଲାଂଦେଶୀ ପ୍ରତିଦିନ ଭାରତ ଆସିଥାନ୍ତି । ଯେଉଁଥିରୁ 10 ପ୍ରତିଶତରୁ ଅଧିକ ଲୋକ ଚିକିତ୍ସା ପାଇଁ ଯାତ୍ରା କରନ୍ତି । 2018 ଜାନୁଆରୀରୁ 2019 ମାର୍ଚ୍ଚ ମଧ୍ୟରେ 13.7 ମିଲିୟନ ଅର୍ଥାତ 1.37 କୋଟିରୁ ଅଧିକ ବିଦେଶୀ ଭାରଚରେ ଚିକିତ୍ସା କରିଛନ୍ତି । ଯେଉଁଥିରୁ 2.8 ମିଲିୟନ ଅର୍ଥାତ 28 ଲକ୍ଷ ବାଲାଂଦେଶୀ ଅଛନ୍ତି ।

ଅକ୍ଟୋବରରେ ଢାଙ୍କା ପହଞ୍ଚିଥିବା ଭାରତୀୟ ଉଚ୍ଚଆୟୋଗ ବିକ୍ରମ କୁମାର କହିଛନ୍ତି କି ଅଗଷ୍ଟରେ ଢାଙ୍କା ଯାତ୍ରା ସମୟରେ ଭାରତର ବୈଦେଶିକ ସଚିବ ହର୍ଷବର୍ଦ୍ଧନ ଶୃଙ୍ଗଲା ପ୍ରତିଶ୍ରୁତି ଦେଇଥିଲେ କି ଶୀଘ୍ର ବିମାନ ସେବା ଆରମ୍ଭ କରାଯିବ ।

ABOUT THE AUTHOR

...view details