ଓଡିଶା

odisha

By

Published : Feb 11, 2021, 9:49 PM IST

ETV Bharat / business

ଆଜିଠୁ ମହଙ୍ଗା ବିମାନ ଯାତ୍ରା, ବଢିଲା ଭଡା

ବଢିଲା ବିମାନଭଡା । ଏଥିସହ ମହଙ୍ଗା ହେବ ଆପଣଙ୍କ ବିମାନ ଯାତ୍ରା । ସରକାର ଗୁରୁବାର ବିମାନ ସେବା ପାଇଁ ଧାର୍ଯ୍ୟ ଟିକେଟ ଟଙ୍କା ସୀମା ପରିସରକୁ ୩୦% ବଢାଇଛନ୍ତି । ଅଧିକ ପଢନ୍ତୁ..

Air Travel Gets Expensive, Aviation Ministry Raises Domestic Airfare Limits By 10 To 30%
Air Travel Gets Expensive, Aviation Ministry Raises Domestic Airfare Limits By 10 To 30%

ନୂଆଦିଲ୍ଲୀ: ଏଣିକି ବିମାନରେ ଯାତ୍ରା ପାଇଁ ଖର୍ଚ୍ଚ କରିବାକୁ ପଡିବ ଅଧିକ ଅର୍ଥ । କାରଣ ବିମାନ ପରିଚାଳନା ମନ୍ତ୍ରାଳୟ ଘରୋଇ ବିମାନ ଭଡାର ତଳ ଓ ଉପର ସୀମା (lower and upper cap)10ରୁ 30 ପ୍ରତିଶତକୁ ବଢାଇଛି ।

ଗୁରୁବାର ମନ୍ତ୍ରାଳୟ ଆଦେଶରେ କହିଛି କି, ‘‘ ନୂଆ ସୀମା 2021 ମାର୍ଚ୍ଚ 31 ଯାଏଁ ବା ଆସନ୍ତା ଆଦେଶ ଯାଏଁ ଲାଗୁ ରହିବ । ’ ଗତ ବର୍ଷ ମେ 25ରୁ ଘରୋଇ ବିମାନକୁ ପୁଣି ଥରେ ଉଡାଣ ଭରିବାକୁ ଅନୁମତି ଦେଇ ମନ୍ତ୍ରାଳୟ ଉଡାଣ ଅବଧି ଆଧାରରେ ବର୍ଗୀକୃତ 7 ‘ବ୍ୟାଣ୍ଡ’ ଜରିଆରେ ବିମାନ ଭଡାରେ ସୀମା ଧାର୍ଯ୍ୟ କରିଥିଲା ।

ଏଭଳି ଭାବେ ପ୍ରଥମ ବ୍ୟାଣ୍ଡରେ 40 ମିନିଟ ଅବଧିରୁ କମର ଉଡାଣ ଆସିଥାଏ । ପ୍ରଥମ ବ୍ୟାଙ୍କର ନିମ୍ନ ସୀମା 2000 ଟଙ୍କାରୁ ବଢାଇ 2200 ଟଙ୍କା କରିଦିଆଯାଇଛି । ସେହିଭଳି ଏହି ବ୍ୟାଣ୍ଡର ଉପର ସୀମା 7800 ଟଙ୍କା ନିର୍ଦ୍ଧାରିତ ହୋଇଛି, ଯାହାକି 6000 ଟଙ୍କା ଥିଲା । ଏଭଳି ଭାବେ 40ରୁ 60 ମିନିଟ, 60-90 ମିନିଟ, 90-120 ମିନିଟ, 120ରୁ 150 ମିନିଟ ଓ 180-210 ମିନିଟ ଉପର ଅବଧିର ଉଡାଣ ପାଇଁ ରହିଛି । ଗୁରୁବାର ଏହି ସବୁ ବ୍ୟାଣ୍ଡ ପାଇଁ ମନ୍ତ୍ରାଳୟ ଦ୍ବାରା ନିର୍ଦ୍ଧାରିତ କରାଯାଇଥିବା ନୂଆ ତଳ ଓ ଉପର ସୀମା କ୍ରମଶଃ 2,800 - 9,800; 3,300 - 11,700; 3,900 - 13,000; 5,000- 16,900; 6,100- 20,400; 7,200 - 24,200 ଟଙ୍କା ରହିଛି । ଏବେ ସୁଦ୍ଧା ଏହି ବ୍ୟାଣ୍ଡ ପାଇଁ ତଳ ଓ ଉପର ସୀମା କ୍ରମଶଃ 2,500 - 7,500; 3,000 - 9,000; 3,500 -10,000; 4,500 - 13,000; 5,500- 15,700 ଓ 6,500- 18,600 ଟଙ୍କା ଥିଲା ।

ବିମାନ ନିୟାମକ ଡିଜିସିଏ ଗତ ବର୍ଷ ମେ 25ରୁ ଉଡାଣ ସେବା ପୁନଃ ଆରମ୍ଭ କରି କହିଥିଲା କି ପ୍ରତ୍ୟେକ ଏୟାରଲାଇନକୁ ଉଡାଣ ଉପରେ ସର୍ବନିମ୍ନ ନିଜର 40 ପ୍ରତିଶତ ଟିକେଟ ତଳ ଓ ଉପର ସୀମାର ଧାର୍ଯ୍ୟ ଭଡା ଠାରୁ କମରେ ବିକ୍ରି କରିବାକୁ ହେବ ।

ABOUT THE AUTHOR

...view details